ଶ୍ରବଣ ଶକ୍ତି ହରାଇଲେ ବଲିଉଡ୍ ସିଙ୍ଗର୍ ଅଲକା ୟାଗ୍ନିକ୍
Alka Yagnik: ପ୍ରସିଦ୍ଧ ଗାୟିକା ଅଲକା ୟାଗ୍ନିକ୍ ନିଜ ଗୀତ ପାଇଁ ସାରା ବିଶ୍ୱରେ ରାଜ କରନ୍ତି । ତାଙ୍କ ସୁନ୍ଦର ସ୍ୱର ପ୍ରଶଂସକଙ୍କୁ ମତୁଆଲା କରେ । ତାଙ୍କୁ ଅନେକ ରିଆଲିଟି ସୋ'ରେ ମଧ୍ୟ ଦେଖିବା ପାଇଁ ମିଳିଥାଏ ହେଲେ କିଛି ଦିନ ହେବ ସେ ଗାୟବ ଅଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗାୟିକା ଏକ ଗୁରୁତର ରୋଗର ପୀଡିତ ଅଛନ୍ତି । ଏନେଇ ନିଜେ ଅଲକା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।
ସେ ଇନଷ୍ଟଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ସେ ଏକ ଗୁରୁତର ରୋଗରେ ପୀଡିତ, ସେ ଭାଇରାଲ ଆକ୍ରମଣର ଶିକାର ହୋଇଛନ୍ତି, ଯେଉଁଥିପାଇଁ ସେ ନିଜ ଶ୍ରବଣ ଶକ୍ତି ହରାଇଛନ୍ତି । ସେ ଆହରୁ ଲେଖିଛନ୍ତି 'ଦିନେ ମୁଁ ବିମାନରେ ଯାତ୍ରା କରିବା ପରେ ଯେତେବେଳେ ଓହ୍ଲାଇ ବାହାରକୁ ଆସିଲି ସେତେବେଳେ ମୋତେ କିଛି ଶୁଣାଗଲା ନାହିଁ । ଏହାପରେ ମୁଁ କିଛି ଦିନ ଅପେକ୍ଷା କରିଥିଲି, କାରଣ ମୋ ମନ ଏହାକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରି ପାରୁ ନଥିଲା ।

ତେଣୁ ସମୟ ଲାଗିଲା ଏବଂ ଏକ ସପ୍ତାହ ପରେ ଆଜି ମୁଁ ତୁମ ସମସ୍ତଙ୍କ ସହ ସେୟାର କରୁଛି । ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି ଦୟାକରି ମୋ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଆପଣ ମାନେ ମଧ୍ୟ ଉଚ୍ଚ ସ୍ୱର ଏବଂ ହେଡଫୋନର ଅତ୍ୟଧିକ ବ୍ୟବହାରଠାରୁ ଦୂରରେ ରୁହନ୍ତୁ ।'
ଏହି ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହୋଇଥିଲା ଏବଂ ଅନେକ ପ୍ରଶଂକ ଦୁଃଖ ପ୍ରକାଶ କରିଥିଲେ । ଗାୟକ ସୋନୁ ନିଗମ ମଧ୍ୟ ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି ଏହଂ ତାଙ୍କ ସହ ଖୁବ୍ ଶୀଘ୍ର ଭେଟିବେ ବୋଲି କହିଛନ୍ତି ।
ଦେଶର ଶ୍ରେଷ୍ଠ ମହିଳା ଗାୟକମାନଙ୍କ ମଧ୍ୟରେ ଅଲକା ୟାଗ୍ନିକଙ୍କ ନାଁ ସାମିଲ ଅଛି । ସେ ଜାତୀୟ ପୁରସ୍କାର ବିଜେତା ମଧ୍ୟ । ସାତଟି ଫିଲ୍ମଫେୟାର ପୁରସ୍କାର ଜିତିଥିବା ଅଲକା ଗତ ଚାରି ଦଶନ୍ଧି ଧରି ତାଙ୍କ ସ୍ୱରର ଯାଦୁ ବିସ୍ତାର କରିଆସୁଛନ୍ତି।












Click it and Unblock the Notifications