ପ୍ରସିଦ୍ଧ ହାସ୍ୟ ଅଭିନେତା ଜଗା ରାଉତଙ୍କ ପରଲୋକ
ପରଲୋକରେ ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ଜଗା ରାଉତ। କରୋନା ସଂକ୍ରମିତ ଯୋଗୁ ମଙ୍ଗଳବାର ତାଙ୍କର ପରଲୋକ ହୋଇଥିବା ସୂଚନା। କରୋନା ପଜିଟିଭ ଚିହ୍ନଟ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଭୁବନେଶ୍ୱର: ପରଲୋକରେ ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ଜଗା ରାଉତ। କରୋନା ସଂକ୍ରମିତ ଯୋଗୁ ମଙ୍ଗଳବାର ତାଙ୍କର ପରଲୋକ ହୋଇଥିବା ସୂଚନା। କରୋନା ପଜିଟିଭ ଚିହ୍ନଟ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।

ଓଡ଼ିଆ ଯାତ୍ରା ଜଗତରେ ଜଣେ ହାସ୍ୟ କଳାକାର ଭାବେ ବେଶ୍ ଜଣାଶୁଣା ଥିଲେ। ଦୀର୍ଘ ୬୨ ବର୍ଷ ଧରି ସେ ଯାତ୍ରାରେ ଅଭିନୟ କରିଛନ୍ତି। ଯାତ୍ରା ଜଗତରେ ମଉସା ଭାବେ ପରିଚିତ ଥିଲେ ଜଗା ରାଉତ। ଯାତ୍ରା ସହ ସେ ଓଡିଆ ସିନେମାରେ ମଧ୍ୟ ଅଭିନୟ କରି ଲୋକମାନଙ୍କୁ ହସାଇ ପାରିଛନ୍ତି।
ରାଜଧାନୀ ତତେ ଦୁରୁ ଜୁହାର, ନକହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜଫୁଲ, ବୋହୁ ଆଣିଥିଲି ବେଶ୍ୟାପଡାରୁ, କହଲୋ ବଉଳ କିଏ ତୋ ବର ଭଳି ଯାତ୍ରାରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଜଗା ରାଉତ।












Click it and Unblock the Notifications