ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ହୃତଘାତ
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍ । କିଛି ଦିନ ପୂର୍ବେ ତାଙ୍କର ହୃଦଘାତ ହୋଇଥିଲା ବୋଲି ସୁସ୍ମିତା ସେନ୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସୁସ୍ମିତା ସେନଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ଭାଇରାଲ ହେବାରେ ଲାଗିଛି ।

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍ । ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତ୍ରୀଙ୍କ ମଧ୍ୟରେ ସୁସ୍ମିତା ସେନ୍ ଅନ୍ୟତମ । ବର୍ତ୍ତମାନ ଅଭିନେତ୍ରୀଙ୍କୁ ନେଇ ଏକ ବଡ଼ ଖବର ଆସୁଛି । କିଛି ଦିନ ପୂର୍ବେ ତାଙ୍କର ହୃଦଘାତ ହୋଇଥିଲା ବୋଲି ସୁସ୍ମିତା ସେନ୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସୁସ୍ମିତା ସେନଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ଭାଇରାଲ ହେବାରେ ଲାଗିଛି ।
ସୁସ୍ମିତା ସେନ୍ ହୃଦଘାତର ଶିକାର ହୋଇଥିଲେ
ଗୁରୁବାର ଦିନ ସୁସ୍ମିତା ସେନ୍ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ଇନଷ୍ଟା ପୋଷ୍ଟରେ ସୁସ୍ମିତା ସେନ୍ ତାଙ୍କ ପିତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋର କ୍ୟାପସନରେ ସୁସ୍ମିତା ସେନ୍ ଲେଖିଛନ୍ତି ଯେ- 'ମୋ ବାପା ସୁବୀର ସେନଙ୍କ କିଛି ଶବ୍ଦ, ତୁମର ହୃଦୟକୁ ଖୁସି ରଖ ଏବଂ ଯେତେବେଳେ ତୁମେ ଏହାକୁ ଅଧିକ ଆବଶ୍ୟକ କରିବ ସେତେବେଳେ ଏହା ସର୍ବଦା ତୁମ ପାଖରେ ଥିବ । କିଛି ଦିନ ପୂର୍ବରୁ ମୋର ହୃଦଘାତ ହୋଇଥିଲା, ଯାହା ପରେ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା, ଏକ ଷ୍ଟେଣ୍ଟ ଲଗାଯାଇଥିଲା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋର ହୃଦୟ ବିଶେଷଜ୍ଞ କହିଛନ୍ତି ଯେ ମୋର ହୃଦୟ ବଡ । 'ଠିକ୍ ସମୟରେ ମୋତେ ସାହାଯ୍ୟ ଏବଂ ସମର୍ଥନ କରିଥିବାରୁ ମୁଁ ଅନେକ ଲୋକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଚାହେଁ । ଏହି ପୋଷ୍ଟ ଜରିଆରେ , ମୁଁ ମୋର ଶୁଭେଚ୍ଛୁ ଏବଂ ପ୍ରିୟ ଲୋକଙ୍କୁ ଏହି ଭଲ ଖବର ଦେବା ପାଇଁ ଚାହିଁବି ଯେ ବର୍ତ୍ତମାନ ସବୁକିଛି ଠିକ ।
ତେବେ ଆଗାମୀ ଦିନରେ ସୁସ୍ମିତା ସେନଙ୍କୁ ତାଙ୍କ ସୁପରହିଟ୍ ୱେବ୍ ସିରିଜ୍ 'ଆର୍ଯ୍ୟ'ର ସିଜନ୍ 3ରେ ଦେଖିବାକୁ ମିଳିବ । ଏହି ସିରିଜ୍ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବା । ଏହା ବ୍ୟତୀତ ସୁସ୍ମିତା ସେନ୍ ଟ୍ରାନ୍ସଜେଣ୍ଡର ଭୂମିକାରେ ମଧ୍ୟ ଦେଖିବା ପାଇଁ ମିଳିବ ।












Click it and Unblock the Notifications