Get Updates
Get notified of breaking news, exclusive insights, and must-see stories!

ଚର୍ଚ୍ଚାରେ 'ପୁଷ୍ପା ୩' ,ଅଭିନେତାଙ୍କ ଇଣ୍ଟରଭିୟୁ ହେଲା ଭାଇରାଲ

Fahadh Faasil says 'scope for Pushpa 3''ପୁଷ୍ପା ୩'କୁ ଚର୍ଚ୍ଚା ,ଅଭିନେତାଙ୍କ ଇଣ୍ଟରଭିୟୁ ହେଲା ଭାଇରାଲ

ମୁମ୍ବାଇ: ୨୦୨୧ରେ ରିଲିଜ୍ ହୋଇଥିବା ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଏବଂ ଲୋକଙ୍କ ହୃଦୟରେ ଅନେକ ଦିନ ପର୍ଯ୍ୟନ୍ତ ରାଜ କରିଥିଲା । ଏହି ଚଳଚ୍ଚିତ୍ର ଏତେ ଲୋକପ୍ରିୟ ହୋଇପାରିଥିଲା ଯେ ଚଳଚ୍ଚିତ୍ରର ଗୀତ ଏବଂ ଡାଇଲଗ୍ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ଅଲୁ ଅର୍ଜୁନ ନିଜ ଦମଦାର ଅଭିନୟରେ ଏହି ଚଳଚ୍ଚିତ୍ରରେ ଚାରଚାନ୍ଦ ଲଗାଇଥିଲା ।

ALUARJUN

ତେବେ, ପ୍ରଥମ ଭାଗ ପରେ, ବର୍ତ୍ତମାନ ଲୋକମାନେ ପୁଷ୍ପା ୨କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସୂଚନା ଅନୁସାରେ ଖୁବଶୀଘ୍ର ଏହି ଫିଲ୍ମର ପାର୍ଟ ୨ର ସୁଟିଂ ଆରମ୍ଭ ହୋଇପାରେ । ଏବଂ ୨୦୨୩ ସୁଦ୍ଧା ଏହି ଚଳଚ୍ଚିତ୍ରର ରିଲିଜ୍ ମଧ୍ୟ ହୋଇପାରେ ।ଉଲ୍ଲେଖନୀୟ କଥା ହେଉଛି, ପୁଷ୍ପା ୨ ଆସିବା ପାଇଁ ଏବେ ସମୟ ଅଛି, ହେଲେ ଏବେ ଏହାର ତୃତୀୟ ଭାଗ ବିଷୟରେ ଆଲୋଚନା ଆରମ୍ଭ ହୋଇଛି ।

ଚଳଚ୍ଚିତ୍ରରେ ଆଇପିଏସ୍ ଭନୱର ସିଂ ଶେଖୱାତ ଭୂମିକାରେ ଅଭିନୟ କରିଥିବା ଅଭିନେତା Fahadh Faasil ପୁଷ୍ପା ୩କୁ ନେଇ ବଡ଼ ଅବଡେଟ୍ ଦେଇଛନ୍ତି ବାସ୍ତବରେ, ଆଜିକାଲି ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମାଲାୟାନକୁଞ୍ଜୁ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସେ ଏକ ସାକ୍ଷାତକାରରେ 'ପୁଷ୍ପା' ବିଷୟରେ କହିଛନ୍ତି।ସେ କହିଥିଲେ ଯେ- 'ଯେତେବେଳେ ସୁକୁମାର ସାର୍ ପୁଷ୍ପାଙ୍କ କାହାଣୀ ମୋତେ ବର୍ଣ୍ଣନା କରିଥିଲେ, ସେତେବେଳେ ସେହି ଚଳଚ୍ଚିତ୍ରର ଗୋଟିଏ ଭାଗ ହିଁ ହେବାର ଥିଲା ।କିନ୍ତୁ ପୋଲିସ୍ ଷ୍ଟେସନ୍ ଏବଂ ଦ୍ୱିତୀୟାର୍ଦ୍ଧରେ ମୋର ଦୃଶ୍ୟ ପରେ ଏହାକୁ ଦୁଇ ଭାଗରେ ରିଲିଜ୍ କରିବାର ଯୋଜନା କରାଯାଇଥିଲା।

ଅନ୍ୟପକ୍ଷରେ, ଅଭିନେତା କହିଛନ୍ତି- 'ନିକଟରେ ଯେତେବେଳେ ମୁଁ ତାଙ୍କ ସହ କଥା ହେଲି, ସେ ମୋତେ ପୁଷ୍ପା ୩ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ କାରଣ ତାଙ୍କ ପାଖରେ ଫିଲ୍ମର ତୃତୀୟ ଭାଗ ପାଇଁ କାହାଣୀ ମଧ୍ୟ ପ୍ରସ୍ତୁତ ରହିଛି ।ଏବେ ଅଭିନେତା ଫହାଦଙ୍କର ଏହି ଇଣ୍ଟରଭିୟୁ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଓ ପୁଷ୍ପା ୩କୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି ।

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ପୁଷ୍ପାର ହିନ୍ଦୀ ଭର୍ସନ କେବଳ ବକ୍ସ ଅଫିସରେ ୧୦୦କୋଟି କଲେକ୍ସନ କରିଥିଲା । ଅନ୍ୟପଟେ ଏକ ସାକ୍ଷାତକାରରେ ଅଲ୍ଲୁ ଅର୍ଜୁନ କହିଛନ୍ତି ବଲିଉଡରେ ଅଭିନୟ କରିବାକୁ ସେ ଇଚ୍ଛୁକ ଅଛନ୍ତି । ହିନ୍ଦୀ ଫିଲ୍ମରେ ଅଭିନୟ କରିବା ତାଙ୍କ କମ୍ଫର୍ଟ ଜୋନ ବାହାରେ ହୋଇଥିଲା ମଧ୍ୟ ଯଦି ତାଙ୍କୁ ଚାନ୍ସ ମିଳେ ତେବେ ଏହାକୁ ହାତଛଡା କରିବେନି ବୋଲି କହିଥିଲେ ଅଲ୍ଲୁ ଅର୍ଜୁନ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+