ରାସ୍ତାରେ ରିଲ୍ କରିବା ପଡିଲା ମହଙ୍ଗା, ଗିରଫ ହେଲେ ୨ ଯୁବତୀ
ରାସ୍ତାରେ ରିଲ୍ କରିବା ପଡିଲା ମହଙ୍ଗା, ଗିରଫ ହେଲେ ଦୁଇ ଯୁବତୀ । ଏହା ପୂର୍ବରୁ ସେ ଦେଶର ରାଜଧାନୀ ଦିଲ୍ଲୀ ମେଟ୍ରୋରେ ରିଲ୍ ବନାଉଥିବାର ଦେଖିବା ପାଇଁ ମିଳିଥିଲା । ଯାହା ପରେ ବର୍ତ୍ତମାନ ପୋଲିସ ଉଭୟଙ୍କୁ ଗିରଫ କରିଛି । ଟ୍ରାଫିକ ନିୟମ ପାଳନ ନକରିବାରୁ ପୋଲିସ ପ୍ରଥମେ 80 ହଜାର ଟଙ୍କା ଚାଲାଣ ଟାକିବା କାଟିଥିଲା, ଯାହା ପରେ ଦୁଇ ଯୁବତୀ କହିଥିଲେ ଚାଲାଣ ଭରିବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ ।
ଭାଇରାଲ ହେଉଥିବା ଏହି ଦୁଇ ଯୁବତୀଙ୍କ ନାଁ ହେଉଛି ପ୍ରୀତି ମୌର୍ଯ୍ୟ ଏବଂ ଭିନିତା । ସ୍କୁଟି ଚଳାଉଥିବା ପୁଅର ନାମ ହେଉଛି ପୀୟୁଷ । ଏହି ଦୁଇ ଯୁବତୀ ପ୍ରଥମେ ଦିଲ୍ଲୀ ମେଟ୍ରୋରେ ରିଲ୍ ବନାଉଥିଲେ ପରେ ନୋଏଡା ରାସ୍ତାରେ ବାଇକ୍ରେ ଷ୍ଟଣ୍ଟ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । ଯାହା ରରେ ପୋଲିସ ୮୦ ହଜାର ଚାଲାଣ କାଟିବା ସହ ଉଭୟ ଝିଅ ଓ ଜଣେ ପୁଅଙ୍କ ବିରୋଧରେ ଏକ ମାମଲା ରୁଜୁ ମଧ୍ୟ କରିଥିବା ନେଇ ସୂଚନା ରହିଛି ।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି ଉକ୍ତ ଯୁବତୀ କହିଛନ୍ତି, ରିଲ୍ ଭାଇରାଲ ହେବା ପରେ ପୋଲିସ ସେମାନଙ୍କୁ ଥାନାକୁ ଡାରି ପଚରାଉଚରା କରିଥିଲା । ଏବଂ ଏକ ମାମଲା ରୁଜୁ କରିବା ପାଇଁ ମଧ୍ୟ କହିଥିଲା ଯାହା ପରେ ୨ ଯୁବତୀ ତାଙ୍କ ପାଖରେ ଟଙ୍କା ନଥିବା କଥା କହିଥିଲେ । ଏବଂ ପୋଲିସକୁ କ୍ଷମା ମାଗିଥିଲେ ।












Click it and Unblock the Notifications