ପୁଣି ଆର୍ଯ୍ୟନ ଖାନଙ୍କ ପଛରେ ପଡିଲେ ସମୀର ୱାଙ୍ଖଡେ, ଶାହରୁଖ-ଗୌରୀଙ୍କ ବିରୋଧରେ ମାମଲା କଲେ ଦାୟର
ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ପତ୍ନୀ ଗୌରୀ ଖାନଙ୍କ ପ୍ରଯୋଜନା ସଂସ୍ଥା ରେଡ୍ ଚିଲିଜ ଏଣ୍ଟରନେଟନମେଣ୍ଟ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି ମୁମ୍ବଇର ପୂର୍ବତନ ଏନସିବି(ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଅଧିକାରୀ ସମୀର ଓ୍ବାଙ୍ଖେଡେ। ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନିର୍ଦେଶିତ ପ୍ରଥମ ଓ୍ବେବ ସିରିଜକୁ ନେଇ ଓ୍ବାଙ୍ଖେଡେ ଏହି ମାମଲା ରୁଜୁ କରିଛନ୍ତି। ଓ୍ବେବ ସିରିଜରେ ତାଙ୍କ ଚରିତ୍ର ସଂହାର କରାଯାଇଛି, ଯାହା ତାଙ୍କ ସମ୍ମାନହାନୀ କରିଛି ବୋଲି ସମୀର ଦର୍ଶାଇଛନ୍ତି। ନେଟଫ୍ଲିକ୍ସ ଏବଂ ଅନ୍ୟ କିଛି ଓଟିଟି ପ୍ଲାଟଫର୍ମକୁ ମଧ୍ୟ ସେ ପକ୍ଷଭୁକ୍ତ କରିଛନ୍ତି।
ୱାଙ୍ଖେଡେ ଅଭିଯୋଗ କରିଛନ୍ତି ଯେ, ଏହି ସିରିଜ୍ ତାଙ୍କ ମାନସମ୍ମାନକୁ କଳଙ୍କିତ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନିର୍ମାଣ କରାଯାଇଛି। ସେପ୍ଟେମ୍ବର ୧୮ରୁ ନେଟ୍ଫ୍ଲିକ୍ସରେ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା ଏହି ସିରିଜ୍ରେ ତାଙ୍କୁ ଏକ ଚରିତ୍ର ମାଧ୍ୟମରେ ଅପମାନଜନକ ଭାବେ ଉପସ୍ଥାପନ କରାଯାଇଛି। ଏହା ଜାତୀୟ ପ୍ରତୀକର ଅପମାନ ସହ ଆଇନ ଉଲ୍ଲଙ୍ଘନ କରୁଥିବା ସେ ଦାବି କରିଛନ୍ତି।

୨୦୨୧ରେ ଆର୍ଯ୍ୟନ ଖାନଙ୍କୁ ମାଦକ ଦ୍ରବ୍ୟ ମାମଲାରେ ଗିରଫ କରିଥିବା ୱାଙ୍ଖେଡେ ଏହି ସିରିଜ୍କୁ ତାଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି। ଏହି ମାମଲା ବର୍ତମାନ ବମ୍ବେ ହାଇକୋର୍ଟ ଓ NDPS ସ୍ପେଶାଲ କୋର୍ଟରେ ବିଚାରାଧୀନ ରହିଛି।












Click it and Unblock the Notifications