For Quick Alerts
Turn On Notification  
For Daily Alerts
Oneindia App Download

ଆରପାରିରେ ବିଗ୍ ବସର ବିବାଦୀୟ ବାବା ଓମ୍, କୋଭିଡ୍ ପଜେଟିଭ୍ ଚିହ୍ନଟ ହୋଇଥିଲେ

ରିଆଲିଟି ସୋ ବିଗ୍ ବସ୍ 10 ରେ ବିବାଦୀୟ ଆଭିମୁଖ୍ୟ ପରେ ଖ୍ୟାତି ଅର୍ଜନ କରିଥିବା ସ୍ୱାମୀ ଓମଙ୍କର ପରଲୋକ ହୋଇଛି ।

|

ଦିଲ୍ଲୀ: ରିଆଲିଟି ସୋ ବିଗ୍ ବସ୍ 10 ରେ ବିବାଦୀୟ ଆଭିମୁଖ୍ୟ ପରେ ଖ୍ୟାତି ଅର୍ଜନ କରିଥିବା ସ୍ୱାମୀ ଓମଙ୍କର ପରଲୋକ ହୋଇଛି । ପକ୍ଷାଘାତ ଆକ୍ରମଣ ହେତୁ ଦେହାନ୍ତ ହୋଇଥିବା ଜାତୀୟ ଗଣମାଧ୍ୟମ ତା ରିପୋର୍ଟରେ ପ୍ରକାଶ କରିଛି । ଏହି ଆତ୍ମଘୋଷିତ 'ଗଡମ୍ୟାନ' କିଛି ଦିନ ପୂର୍ବରୁ ପକ୍ଷାଘାତ ଆକ୍ରମଣର ଶିକାର ହୋଇଥିଲେ ଯାହା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେ 63 ବର୍ଷ ବୟସରେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ ଏବଂ ବୁଧବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସ୍ୱାମୀ ଓମ୍ ମଧ୍ୟ COVID19 ରେ ପଜିଟିଭ୍ ଚିହ୍ୱଟ ହୋଇଥିଲେ । ତାଙ୍କର ଶେଷ ରୀତିନୀତି ଆଜି ଦିଲ୍ଲୀର ନିଗମ ବୋଧ ଘାଟରେ 1.30 ରେ କରାଯାଇଥିଲା ।

ସ୍ୱାମୀ ଓମ୍

ଆତ୍ମଘୋଷିତ ଗଡମ୍ୟାନ ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କୋଭିଡ ତାଙ୍କୁ ଅତ୍ୟଧିକ ଦୁର୍ବଳ କରିଦେଇଥିଲେ ଏବଂ 63 ବର୍ଷୀୟା ଓମ୍ ବାବା କିଛି ଦିନ ପୂର୍ବରୁ ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ସ୍ୱାମୀ ଓମ୍ ବିଗ୍ ବସ୍ ଇତିହାସର ଅନ୍ୟତମ ବିବାଦୀୟ ପ୍ରତିଯୋଗୀ ଥିଲେ । ସେ ବିଗବସ୍ season 10 ରେ ଦେଖାଦେଇଥିଲେ । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ରିଅଲିଟି ଟେଲିଭିଜନ ଶୋ'ର ଦଶମ ସିଜନରେ ସ୍ୱାମୀ ଓମଙ୍କର ଏକ ବିବାଦୀୟ ଆଭିମୁଖ୍ୟ ଥିଲା । ଆତ୍ମଘୋଷିତ ଗଡମ୍ୟାନ ବିଗ ବସରେ ବାନି ଜେଙ୍କ ଉପରେ ପରିସ୍ରା ଫିଙ୍ଗି ଦେଇଥିଲେ । ଯାହାକୁ ନେଇ ଅନେକ ବିବାଦ ହୋଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ex Bigg Boss Contestant Swami Om Dies Age 63 Paralysis Attack
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X