ଆରପାରିରେ ବିଗ୍ ବସର ବିବାଦୀୟ ବାବା ଓମ୍, କୋଭିଡ୍ ପଜେଟିଭ୍ ଚିହ୍ନଟ ହୋଇଥିଲେ
ରିଆଲିଟି ସୋ ବିଗ୍ ବସ୍ 10 ରେ ବିବାଦୀୟ ଆଭିମୁଖ୍ୟ ପରେ ଖ୍ୟାତି ଅର୍ଜନ କରିଥିବା ସ୍ୱାମୀ ଓମଙ୍କର ପରଲୋକ ହୋଇଛି ।
ଦିଲ୍ଲୀ: ରିଆଲିଟି ସୋ ବିଗ୍ ବସ୍ 10 ରେ ବିବାଦୀୟ ଆଭିମୁଖ୍ୟ ପରେ ଖ୍ୟାତି ଅର୍ଜନ କରିଥିବା ସ୍ୱାମୀ ଓମଙ୍କର ପରଲୋକ ହୋଇଛି । ପକ୍ଷାଘାତ ଆକ୍ରମଣ ହେତୁ ଦେହାନ୍ତ ହୋଇଥିବା ଜାତୀୟ ଗଣମାଧ୍ୟମ ତା ରିପୋର୍ଟରେ ପ୍ରକାଶ କରିଛି । ଏହି ଆତ୍ମଘୋଷିତ 'ଗଡମ୍ୟାନ' କିଛି ଦିନ ପୂର୍ବରୁ ପକ୍ଷାଘାତ ଆକ୍ରମଣର ଶିକାର ହୋଇଥିଲେ ଯାହା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେ 63 ବର୍ଷ ବୟସରେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ ଏବଂ ବୁଧବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସ୍ୱାମୀ ଓମ୍ ମଧ୍ୟ COVID19 ରେ ପଜିଟିଭ୍ ଚିହ୍ୱଟ ହୋଇଥିଲେ । ତାଙ୍କର ଶେଷ ରୀତିନୀତି ଆଜି ଦିଲ୍ଲୀର ନିଗମ ବୋଧ ଘାଟରେ 1.30 ରେ କରାଯାଇଥିଲା ।

ଆତ୍ମଘୋଷିତ ଗଡମ୍ୟାନ ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କୋଭିଡ ତାଙ୍କୁ ଅତ୍ୟଧିକ ଦୁର୍ବଳ କରିଦେଇଥିଲେ ଏବଂ 63 ବର୍ଷୀୟା ଓମ୍ ବାବା କିଛି ଦିନ ପୂର୍ବରୁ ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ସ୍ୱାମୀ ଓମ୍ ବିଗ୍ ବସ୍ ଇତିହାସର ଅନ୍ୟତମ ବିବାଦୀୟ ପ୍ରତିଯୋଗୀ ଥିଲେ । ସେ ବିଗବସ୍ season 10 ରେ ଦେଖାଦେଇଥିଲେ । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ରିଅଲିଟି ଟେଲିଭିଜନ ଶୋ'ର ଦଶମ ସିଜନରେ ସ୍ୱାମୀ ଓମଙ୍କର ଏକ ବିବାଦୀୟ ଆଭିମୁଖ୍ୟ ଥିଲା । ଆତ୍ମଘୋଷିତ ଗଡମ୍ୟାନ ବିଗ ବସରେ ବାନି ଜେଙ୍କ ଉପରେ ପରିସ୍ରା ଫିଙ୍ଗି ଦେଇଥିଲେ । ଯାହାକୁ ନେଇ ଅନେକ ବିବାଦ ହୋଇଥିଲା ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ











Click it and Unblock the Notifications