ଦଶମ ଦିନରେ ବି ହାଉସ୍ ଫୁଲ୍ ! ଜାଣନ୍ତୁ 'The Kerala Story' କେତେ କଲାଣି ବ୍ୟବସାୟ

ମୁମ୍ବାଇ: ଅଦା ଶର୍ମାଙ୍କ ଅଭିନୀତ 'The Kerala Story'କୁ ନେଇ ବିବାଦ ଲାଗି ରହିଛି । ଅନେକ ରାଜନୈତିକ ଦଳ ଏହି ଫିଲ୍ମକୁ ବିରୋଧ କରୁଛନ୍ତି । ହେଲେ ରିଲିଜ୍ ପରଠୁ ହିଁ ଏହି ଫିଲ୍ମକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳୁଛି । ୱିକେଣ୍ତରେ ଏହି ଫିଲ୍ମର କଲେକ୍ସନ୍ ଖୁବ ଅଧିକ ରହିଛି । ଦେଶର ଅନେକ ସିନେମା ଘର ହାଉସଫୁଲ୍ ରହିଥିଲା । ଦ୍ୱିତୀୟ ସପ୍ତାହରେ ମଧ୍ୟ ଫିଲ୍ମର ଆୟ ଖୁବ ଅଧିକ ରହିଛି ।
ଦଶ ଦିନରେ 'The Kerala Story'
'The Kerala Story' ଓପନିଂ ଡେ'ର ଆୟ ଠିକ୍ ଠାକ୍ ଥିଲା । ଏହା ପରେ ଫିଲ୍ମର ଆୟ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଛି । ଏହା ସହିତ 'The Kerala Story' ର ଆୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଏଥି ସହିତ ଫିଲ୍ମ ରିଲିଜର ଦଶମ ଦିନର ଆୟ ମଧ୍ୟ ପ୍ରକାଶ ପାଇଛି ।
ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ ଇନଷ୍ଟାଗ୍ରାମରେ ଦେଇଥିବା ସୂଚନା ଅନୁସାରେ, ଫିଲ୍ମ ରିଲିଜର ଦ୍ୱିତୀୟ ରବିବାର ଦିନ ଅର୍ଥାତ୍ ଦଶମ ଦିନରେ 23.75 କୋଟି ଟଙ୍କାର ବ୍ୟବସାୟ କରିଛି । ଯାହା ପରେ 'The Kerala Story'ର ଆୟ ବର୍ତ୍ତମାନ 136.74 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରିଲିଜର 9 ଦିନ ମଧ୍ୟରେ 100 କୋଟିର ବ୍ୟବସାୟ କରିସାରିଥିଲା ଫିଲ୍ମ 'The Kerala Story' । ଏହାପୂର୍ବରୁ ପଠାନ, ତୁ ଝୁଟି ମେଁ ମକାର, ଏବଂ କିସି କା ଭଇ କିସି କି ଜାନ, ଫିଲ୍ମ 100କୋଟି କ୍ଲବରେ ସାମିଲ ହୋଇସାରିଛି ।
ଏହି ଫିଲ୍ମ କେରଳର 32000 ମହିଳାଙ୍କ ଜୀବନ ପରିବର୍ତ୍ତନ କାହାଣୀ । କିପରି ମହିଳାମାନଙ୍କର ମାଇଣ୍ତୱାସ୍ କରି ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି ତାହା ଏହି ସିନେମାରେ ଦେଖିବା ପାଇଁ ମିଳୁଛି । ଏପରିକି ସେମାନଙ୍କୁ ଆଇଏସଆଇଏସରେ ଯୋଗ ଦେବା ପାଇଁ ବାଧ୍ୟ କରାଯାଉଛି ତାହା ନେଇଁ ଫିଲ୍ମର କାହାଣୀ ଗତିଶୀଳ ।












Click it and Unblock the Notifications