୧୨ ବର୍ଷ ପରେ ଭାଙ୍ଗିଲା ଈଶା ଦେଓଲ-ଭରତ ତଖତାନୀଙ୍କ ବିବାହ

Esha Deol-Bharat Takhtani Seperation: ଧର୍ମେନ୍ଦ୍ର-ହେମା ମାଲିନିଙ୍କ ଝିଅ ତଥା ଅଭିନେତ୍ରୀ ଈଶା ଦେଓଲ ବିବାହର 12 ବର୍ଷ ପରେ ଭରତ ତଖତାନୀଙ୍କ ଠାରୁ ଅଲଗା ହୋଇଛନ୍ତି । ଅଭିନେତ୍ରୀ 2012 ମସିହାରେ ତାଙ୍କ ପ୍ରେମିକ ଭରତ ତଖତାନୀଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଦୁହେଁ ସହମତିରେ ପରସ୍ପରଠୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ ଦୁହେଁଙ୍କ ଅଲଗା ହେବାର କାରଣ ହେଉଛି ଭରତଙ୍କର ଅତିରିକ୍ତ ବୈବାହିକ ସମ୍ପର୍କ ।

ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରୁଥିଲେ ଏହି ସେଲିବ୍ରିଟି କପଲ୍ । କିଛି ଦିନ ହେଲା ଈଶା ଏବଂ ଭରତ ପରସ୍ପର ସହ ଫଟୋ ସେୟାର କରିବା ବନ୍ଦ କରିଦେଇଛନ୍ତି । ସେବେଠାରୁ ହିଁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା ଯେ ଉଭୟଙ୍କ ମଧ୍ୟରେ କିଛି ଠିକ୍ ଚାଲି ନାହିଁ । ଏହା ବ୍ୟତୀତ, ଈଶାଙ୍କ ମା' ହେମା ମାଲିନିଙ୍କ 75 ତମ ଜନ୍ମଦିନରେ ମଧ୍ୟ ଭାରତଙ୍କୁ ଦେଖିବା ପାଇଁ ମିଳିନଥିଲା । ସେବେଠୁ ହିଁ ଗୁଜବ ସୃଷ୍ଟି ହେବା ଆରମ୍ଭ ହୋଇଯାଇଥିଲା ।

Esha Deol-Bharat Takhtani Seperation

ବର୍ତ୍ତମାନ ଈଶା ଏବଂ ଭରତ ନିଜେ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ଏହି ଦମ୍ପତିଙ୍କର ରାଧା ଏବଂ ମିରା ନାମକ ଦୁଇ ଝିଅ ମଧ୍ୟ ଅଛନ୍ତି। ଈଶା ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହିତ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ରହୁଥିଲେ।

ହେଲେ ଏବେ ପ୍ରଶ୍ନ ଉଠୁଛି ଯେ, ସ୍ୱାମୀଙ୍କ ଛାଡପତ୍ର ପରେ ଇଶା କେଉଁଠାରେ ରହିବେ? E24 ର ରିପୋର୍ଟ ଅନୁଯାୟୀ, ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଅଭିନେତ୍ରୀ ଜୁହୁରେ ତାଙ୍କ ମାତା ହେମା ମାଲିନିଙ୍କ ଘରେ ରହିବେ । ଏହି ଦମ୍ପତି ପ୍ରଥମ ଥର ପାଇଁ କାସ୍କେଡ୍ ଇଣ୍ଟର ସ୍କୁଲ୍ ପ୍ରତିଯୋଗିତାରେ ଭେଟିଥିଲେ । ଯେଉଁଠି ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା ଏବଂ ପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+