ଉର୍ଫି ଜାବେଦଙ୍କ ଫ୍ୟାସନକୁ 'ବ୍ୟାଡ୍ ଟେଷ୍ଟ୍' କହିଲେ ରଣବୀର !
'ମୁଁ ଏହି ପ୍ରକାରର ଫ୍ୟାଶନର ପ୍ରଶଂସକ ନୁହେଁ । କାରଣ ମୋ ମତେରେ ଆମେ ଯେଉଁଠୁ ରହୁଛୁ ବା ଯେଉଁ ସୋସାଇଟିରେ ରହୁଛୁ ସେହି ଅନୁସାରେ ଚଳିବା ଉଚିତ୍:ରଣବୀର କପୁର

ମୁମ୍ବାଇ:ବଲିଉଡ ଅଭିନେତା ରଣବୀର କପୁର ନିଜ ଭଉଣୀ କରୀନା କପୁରଙ୍କ ଟକ୍ ସୋ 'what women want'ରେ ଅତିଥି ସାଜି ପହଞ୍ଚିଥିଲେ । ଯେଉଁଠି ଅଭିନେତା ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଅନେକ ଆଲୋଚନା କରିଥିଲେ । ଏହି ସୋ'ରେ ଅଭିନେତା ଉର୍ଫି ଜାଭେଦଙ୍କ ଫ୍ୟାଶନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ରଣବୀର ଖୋଲି ଖୋଲି ଏହା କହିଥିଲେ ଯେ, ଅଭିନେତ୍ରୀ ଅର୍ଥାତ୍ ଉର୍ଫିଙ୍କର ଷ୍ଟାଇନ୍, ତାଙ୍କ ଫ୍ୟାସନକୁ ସେ ବିଲକୁଲ ପସନ୍ଦ କରନ୍ତି ନାହିଁ ।
ଚେହେରା ନ ଦେଖି ଉର୍ଫିଙ୍କୁ ଚିହ୍ନି ଯାଇଥିଲେ ରଣବୀର
ସୋ'ର କରୀନା କପୁର ରଣବୀର କପୁରଙ୍କୁ ଅନେକ ସେଲିବ୍ରିଟିଙ୍କ ଫୋଟ ଦେଖାଇ ସେମାନଙ୍କ ଫ୍ୟାସନ ସେନ୍ସ ଭଲ କି ଖରାପ ବୋଲି ପଚାରିଥିଲେ । ହେଲେ ଏଥିରେ ଥିଲା ଏକ ଟ୍ୱିଷ୍ଟ, କାରଣ ଫଟୋରେ କୌଣସି ଷ୍ଟାରଙ୍କ ମୁହଁ ଦେଖିବା ପାଇଁ ମିଳୁନଥିଲା । ଏହି ସମୟରେ କରୀନା ରଣବୀର କପୁରଙ୍କୁ ଉର୍ଫି ଜାଭେଦଙ୍କ ଫଟୋ ଦେଖାଇଥିଲେ, ସେତେବେଳେ ଅଭିନେତା ପଚାରିଥିଲେ, ଏ ଉର୍ଫି କି? ଏହାର ଉତ୍ତରରେ କରୀନା ହଁ କହିଥିଲେ ।
ଏହା ପରେ ରଣବୀର କପୁର କୁହିଥିଲେ, 'ମୁଁ ଏହି ପ୍ରକାରର ଫ୍ୟାଶନର ପ୍ରଶଂସକ ନୁହେଁ । କାରଣ ମୋ ମତେରେ ଆମେ ଯେଉଁଠୁ ରହୁଛୁ ବା ଯେଉଁ ସୋସାଇଟିରେ ରହୁଛୁ ସେହି ଅନୁସାରେ ଚଳିବା ଉଚିତ୍ । ଏହା ପରେ କରୀନା ତାଙ୍କୁ ପଚାରିଥିଲେ ଏକା ଗୁଡ୍ ଓର୍ ବ୍ୟାଡ୍ ଟେଷ୍ଟ୍ । ଉତ୍ତରରେ ରଣବୀର କହିଥିଲେ ବ୍ୟାଡ୍ ଟେଷ୍ଟ୍ । ଏହା ବ୍ୟତୀତ ରଣବୀର କପୁର ସୋ'ରେ ପ୍ରିୟଙ୍କା ଚୋପ୍ରାଙ୍କର ଷ୍ଟାଇଲ୍, ତାଙ୍କ ଫ୍ୟାସନର ଖୁବ ପ୍ରଶଂସା କରିଥିଲେ ।












Click it and Unblock the Notifications