Khatron KE Khiladi-12ର ବିଜେତା ତୁଷାର କାଲିଆ, ଟ୍ରଫି ସହ ନେଲେ ଦାମୀ କାର୍
Khatron KE Khiladi-12ର ବିଜେତା ତୁଷାର କାଲିଆ , ଟ୍ରଫି ସହ ନେଲେ ଦାମୀ କାର୍
ମୁମ୍ବାଇ: ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ତୁଷାର କାଲିଆ ପ୍ରସିଦ୍ଧ ରିଅଲିଟି ଶୋ 'Khatron KE Khiladi-12'ର ଟ୍ରଫି ହାତେଇଛନ୍ତି । ଗ୍ରାଣ୍ଡ୍ ଫାଇନାଲର ଅନ୍ତିମ ଷ୍ଟଣ୍ଟରେ ତୁଷାରଙ୍କ ଚମତ୍କାର ପ୍ରଦର୍ଶନ ଦେଖିବା ପାଇଁ ମିଳିଥିଲା । ଶୋ ଜିତିବା ପରେ ତୁଷାରଙ୍କୁ ଶୋ' ଟ୍ରଫି, ୨୦ ଲକ୍ଷ ଟଙ୍କା ଏବଂ ଏକ କାର ମିଳିଛି । ସେହିପରି ସୋଶାଲ ମିଡିଆର ଷ୍ଟାର ଫୈଜୁ ଶେଖ୍ ପ୍ରଥମ ରନର୍ସଅପ୍ ହୋଇଥିଲେ । ମୋହିତ ମଲିକ ମଧ୍ୟ ଗ୍ରାଣ୍ଡ ଫାଇନାଲ ରାଉଣ୍ଡରେ ପହଞ୍ଚିଥିଲେ। ଅଧିକ ସମୟ ନେଇଥିବାରୁ ଟିଭି ଅଭିନେତ୍ରୀ ଜନ୍ନତ ଜୁବେର ସେମିଫାଇନାଲ ରାଉଣ୍ଡରୁ ହିଁ ବାହାରିଯାଇଥିଲେ । ଏହି ଶୋ'କୁ ରୋହିତ ଶେଟ୍ଟୀ ଆୟୋଜନ କରିଥିଲେ ।

ଚର୍ଚ୍ଚିତ ଶୋ 'Khatron KE Khiladi-12'ର ଫାଇନାଲ ଏପିସୋଡ ରବିବାର ଦିନ ଅର୍ଥାତ ଗତକାଲି ପ୍ରସାରିତ ହୋଇଯାଇଛି । ସ୍ଟଣ୍ଟ ସହିତ ପ୍ରତିଯୋଗୀମାନଙ୍କ ଡ୍ୟାନ୍ସର ଝଲକ ମଧ୍ୟ ଦେଖିବା ପାଇଁ ମିଳିବ । ଯାହା ଖୁବ ରୋମାଞ୍ଚକର ରହିଥିଲା । ଫାଇନାଲରେ ୩ ପ୍ରତିଯୋଗୀ ତୁଷାର, ଫୈଜୁ ଓ ଜନ୍ନତଙ୍କ ମଧ୍ୟକେ କଡ଼ା ଟକ୍କର ଦେଖିବା ପାଇଁ ମିଳିଥିଲା । ହେଲେ ଶେଷରେ ସମସ୍ତଙ୍କୁ ଚକମା ଦେଇ ଶୋ'ର ଟାଇଟଲ୍ ଜିତିଥିଲେ କୋରିଓଗ୍ରାଫର ତୁଷାର କାଲିଆ ।
ଫାଇନାଲ୍ ଏପିସୋଡରେ ରୋହିତ୍ ଶେଟ୍ଟୀଙ୍କ ଆସନ୍ତା ଫିଲ୍ମ 'ସର୍କସ'ର ଅଭିନେତା ରଣବୀର ସିଂ ଓ ବରୁଣ ଶର୍ମାଙ୍କୁ ଦେଖିବା ପାଇଁ ମିଳିଥିଲା । ଏହା ସହ ଜନି ଲିଭର ଏବଂ ସଞ୍ଜୟ ଦତ୍ତ ମଧ୍ୟ ଶୋ'ରେ ନଜର ଆସିଥିଲେ ।












Click it and Unblock the Notifications