ଆକ୍ସନ ମୋଡରେ ଆଲିଆ, ଦେଖନ୍ତୁ 'Heart Of Stone'ରେ ଅଭିନେତ୍ରୀଙ୍କ ଜଲୱା
ଆକ୍ସନ ମୋଡରେ ଆଲିଆ, ଦେଖନ୍ତୁ 'Heart Of Stone'ରେ ଅଭିନେତ୍ରୀଙ୍କ ଜଲୱା
Alia Bhatt First Look Of Heart Of Stone:ବଲିଉଡ ଅତିନେତ୍ରୀ ଆଲିଆ ଭଟ୍ଟଙ୍କ ହଲିଉଡରେ ଧମାକେଦାର ଏଣ୍ଟ୍ରି । ଆଲିଆଙ୍କ ହଲିଉଡ ଡେବ୍ୟୁକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ । Gal Gadotଙ୍କ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ୍'ରେ ନଜର ଆସିବେ ଆଲିଆ । ଏହି ଫିଲ୍ମଟି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରୁ ସମସ୍ତ ସେଲିବ୍ରେଟଙ୍କ ପ୍ରଥମ ଲୁକ୍ ଏବେ ଚର୍ଚ୍ଚାରେ । ଏହି ଭିଡିଓରେ ସମସ୍ତ ଚରିତ୍ରଙ୍କର ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳୁଛି । ସୋଶାଲ ମିଡିଆରେ ଆଲିଆ ଭଟ୍ଟ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ସେୟାର କରିଛନ୍ତି । ଯାହା ଦେଖି ପ୍ରଶଂସକଙ୍କର ଫିଲ୍ମକୁ ନେଇ ଉତ୍ସାହ ବୃଦ୍ଧି ପାଇଛି । ନେଟଫ୍ଲିକ୍ସର ଗ୍ଲୋବାଲ୍ ଇଭେଣ୍ଟ ଟୁଡୁମ୍ ରେ ଏହି ଫିଲ୍ମର ପ୍ରଥମ ଲୁକ୍ ସେୟାର କରାଯାଇଛି ।

ଭିଡିଓ ଆରମ୍ଭରୁ ଏକ ବାଇକ୍ ଦ୍ରୁତ ଗତିରେ ଆସୁଥିବାର ନଜର ଆସୁଛି । ଯାହା ପରେ ଫିଲ୍ମରେ Gal Gadotଙ୍କ ପ୍ରଥମ ଲୁକ୍ ଦେଖିବା ପାଇଁ ମିଳୁଛି । ଏହା ସହ ଚଳଚ୍ଚିତ୍ରର ଭିଡିଓରେ କାଳକାରଙ୍କର ଜବରଦସ୍ତ ଆକ୍ସନ ଏବେ ଦର୍ଶକଙ୍କୁ ବେଶ୍ ଇମପ୍ରେସ କରିଛି । ଏହା ପରେ ଭିଡିଓରେ ଆଲିଆ ଭଟ୍ଟଙ୍କର ଲୁକ ଦେଖିବାକୁ ମିଳିଛି । ଆଲିଆଙ୍କ ଆକ୍ସନ ତାଙ୍କ ଲୁକ୍ ସବୁକିଛି ରହିଛି ପରଫେକ୍ଟ ।
ଆଲିଆ ଭଟ୍ଟ ସେୟା କଲେ ଭିଡିଓ
ପ୍ରଥମ ଲୁକ୍ ସେୟାର୍ କରି ଆଲିଆ ଭଟ୍ଟ ଲେଖିଛନ୍ତି - 'ହାର୍ଟ ଅଫ୍ ଷ୍ଟୋନ୍' ଏବଂ କିୟା ଅର୍ଥାତ୍ ଆଲିଆଙ୍କର ପ୍ରଥମ ଲୁକ୍ । ଫିଲ୍ମରେ ଆଲିଆ କିୟା ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମଟି 2023 ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ । ଆଲିଆଙ୍କ ଏହି ପୋଷ୍ଟରେ ପ୍ରଶଂସକ ଏବଂ ସେଲିବ୍ରିଟି କମେଣ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ମା' ସୋନି ରଜଦାନ କମେଣ୍ଟ କରି ଲେଖିଛନ୍ତି- ଶାନଦାର ! ଏହା ଖୁବ ରୋମାଞ୍ଚକର ଦେଖାଯାଉଛି । ଏଥି ସହିତ ଅର୍ଜୁନ କପୁର ଲେଖିଛନ୍ତି - ଏହା ବହୁତ ବଡ଼... ଗର୍ବିତ । ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଏ ।
ଫିଲ୍ମକୁ ନେଇ ଅଭିନେତ୍ରୀ ଆଲିଆ ଏକ ସାକ୍ଷାତକାରରେ କହିଥିଲେ - ଏହା ମୋର ପ୍ରଥମ ହଲିଉଡ ଫିଲ୍ମ ଏବଂ ମୋତେ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥିଲା, କାରଣ ମୁଁ ପ୍ରଥମ ଥର ପାଇଁ ଏକ ଆକ୍ସନ୍ ଫିଲ୍ମର ସୁଟିଂ କରୁଥିଲି । ନିକଟରେ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ୍' ସେଟରୁ ଆଲିଆଙ୍କ ଫଟୋ ଭାଇରାଲ ହୋଇଥିଲା ।
ତେବେ ଚଳିତ ବର୍ଷ ଆଲିଆଙ୍କର ତିନୋଟି ଫିଲ୍ମ ରିଲିଜ୍ ଅପେକ୍ଷାରେ । ସେପଟେ ରଣବିର କପୁରଙ୍କ ସହ ତାଙ୍କ ପ୍ରଥମ ଫିଲ୍ମ 'ବ୍ରହ୍ମାସ୍ତ୍ର' ବକ୍ସଅଫିସରେ ସୁପରହିଟ୍ ପ୍ରମାଣିତ ହୋଇଛି । ଏହା ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ବୋଲି ପ୍ରମାଣିତ ହୋଇଛି । ଆଲିଆ ରଣବିରଙ୍କ ଯୋଡିକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିିଲା ।
'ହାର୍ଟ ଅଫ୍ ଷ୍ଟୋନ୍' ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟିକୁ Tom Harper ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଆଲିଆ, ଗେଲ୍, ସୋଫି ଓକେନେଡୋ, ପଲ୍ ରେଡି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ୨୦୨୩ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ।












Click it and Unblock the Notifications