Get Updates
Get notified of breaking news, exclusive insights, and must-see stories!

ସାଉଥ୍ ସିନେମାରେ ସଞ୍ଜୟ ଦତ୍ତଙ୍କ କମାଲ୍, ଧନୁଷଙ୍କ ସହ ଏହି ଫିଲ୍ମରେ ଆସିବେ ନଜର

ସାଉଥ୍ ସିନେମାରେ ସଞ୍ଜୟ ଦତ୍ତଙ୍କ କମାଲ୍, ଧନୁଷଙ୍କ ସହ ଏହି ଫିଲ୍ମରେ ଆସିବେ ନଜର

ମୁମ୍ବାଇ: ସାଉଥ୍, ବଲିଉଡ ଏବଂ ହଲିଉଡ ଫିଲ୍ମରେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣୁଛନ୍ତି ସୁପରଷ୍ଟାର ଧନୁଷ । 'ଗ୍ରେ ମ୍ୟାନ୍' ଏବଂ 'ନାନେ ଭରୁଭେନ' ଭଳି ବ୍ୟାକ୍ ଟୁ ବ୍ୟାକ୍ ସୁପରହିଟ୍ ଫିଲ୍ମରେ ନଜର ଆସିଥିଲେ ଧନୁଷ । 'କ୍ୟାପଟେନ୍ ମିଲର୍', 'ଗ୍ରେ ମ୍ୟାନ୍ ୨' ଏବଂ 'Vathi' ତାଙ୍କର ଆଗାମୀ ବିଗ୍ ବଜେଟ୍ ଚଳଚ୍ଚିତ୍ର । ଏହା ବ୍ୟତୀତ ଅଭିନେତାଙ୍କୁ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଶେଖର କାମ୍ମୁଲାଙ୍କ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ । ଯଦିଓ, ଏହି ଚଳଚ୍ଚିତ୍ରର ଟାଇଟଲ୍ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ, କିନ୍ତୁ ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଏକ ଦମଦାର ଚରିତ୍ରରେ ଦେଖିବାକୁ ମିଳିବ ।

Sanjay Dutt

ନିକଟରେ ହିଁ ଧନୁଷଙ୍କର ଏହି ଚଳଚ୍ଚିତ୍ର ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ, ଧନୁଷଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କୁ ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ। ଏହାପୂର୍ବରୁ ସଞ୍ଜୟ ଦତ୍ତ ୟଶ ଷ୍ଟାରର ଫିଲ୍ମ 'କେଜିଏଫ: ଅଧ୍ୟାୟ ୨'ରେ ଭିଲେନ ଭୂମିକାରେ ଅଭିନୟ କରିଥିଲେ ଯାହା ଦର୍ଶକଙ୍କୁ ମତୁଆଲା କରିଥିଲା । ତେବେ ଏହି ଫିଲ୍ମ ପାଇଁ ଅଭିନେତାଙ୍କୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ସୂଚନା ରହିଛି । ସେହିପରି ସଞ୍ଜୟ ଦତ୍ତ ମଧ୍ୟ ଏହି ଡିଲରେ ରାଜି ହୋଇଛନ୍ତି ହେଲେ ଏ ପର୍ଯ୍ୟନ୍ତ ଅଭିନେତା କିମ୍ବା ନିର୍ମାତା ଫିଲ୍ମର କୌଣସି ଅଫିସିଆଲ୍ ଘୋଷଣା କରି ନାହଁନ୍ତି । ରିପୋର୍ଟ ଅନୁସାରେ, ଚଳଚ୍ଚିତ୍ରର ପ୍ରି-ପ୍ରଡକ୍ସନ୍ କାମ ବର୍ତ୍ତମାନ ଚାଲିଛି । ଫିଲ୍ମର ସୁଟିଂ ୨୦୨୩ରେ ଆରମ୍ଭ ହେବ । ତାମିଲ, ତେଲୁଗୁ ବ୍ୟତୀତ ଏହା ହିନ୍ଦୀ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+