ପରଦାରେ ଖଳନାୟକ, ବାସ୍ତବରେ ଖୁବ ମେଳାପୀ ଥିଲେ ରାଇ
ଖଳନାୟକ ଚରିତ୍ରରେ ଅଭିନୟ କରି ପ୍ରତିଟି ଓଡିଆ ଦର୍ଶକଙ୍କ ହୃଦୟରେ ଜାଗା କରିଛନ୍ତି ରାଇ ମୋହନ ପରିଡା। ବଡ ପରଦା ହେଉ କି ଯାତ୍ରା ମଞ୍ଚ ହେଉ ରାଇମୋହନଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଛି ।
ଭୁବନେଶ୍ବର: ଖଳନାୟକ ଚରିତ୍ରରେ ଅଭିନୟ କରି ପ୍ରତିଟି ଓଡିଆ ଦର୍ଶକଙ୍କ ହୃଦୟରେ ଜାଗା କରିଛନ୍ତି ରାଇ ମୋହନ ପରିଡା। ବଡ ପରଦା ହେଉ କି ଯାତ୍ରା ମଞ୍ଚ ହେଉ ରାଇମୋହନଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଛି । ସିନେମାରେ ଖଳନାୟକ ରାଇଙ୍କ ଅଭିନୟ ଦେଖି ମନେ ମନେ ଖୁବ ଗାଳି କରିଥିବେ ନିଶ୍ଚୟ । କିନ୍ତୁ ବାସ୍ତବରେ ସେ ଖୁବ ସରଳ ଓ ମେଳାପୀ ସ୍ବଭାବର ଥିଲେ ।

ପିଲା ବେଳୁ ଅଭିନୟ ଓ କଳା ପ୍ରତି ଥିଲା ଦୁର୍ବଳତା । ପ୍ରଥମେ ନାଟକରେ ଭାଗ ନେଉଥିଲେ । ତାଙ୍କର ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ପଠାଇଥିଲେ। ଅନେକ ସଂଘର୍ଷ କରିବା ପରେ ରାଇମୋହନ ସିନେ ଜଗତରେ ଆଗଧାଡ଼ିର ଜଣେ ଅଭିନେତା ପାଲଟିଥିଲେ । ସିନେମା ଜଗତରେ ଢେର ସଫଳତା ସାଉଣ୍ଟିବା ପରେ ରାଇମୋହନ ଯାତ୍ରା ଜଗତକୁ ଚାଲି ଆସିଥିଲେ ।
ଯଲିଉଡର ଏହି ସଫଳ ନିର୍ଦ୍ଦେଶକ ରାଇମୋହନ ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ ଓ ଗୌରୀ ଗଣନାଟ୍ୟ ଆଦିରେ ମଞ୍ଚସ୍ଥ ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଛନ୍ତି।
ଦୀର୍ଘ ଦିନ ଧରି ଓଲିଉଡ୍ ଓ ଯଲିଉଡରେ ଦମ୍ଦାର୍ ଖଳନାୟକ ଭାବେ ରାଜ କରିବା ପରେ ତାଙ୍କର ଅଚାନକ ମୃତ୍ୟୁ କୁ କେହି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ଏଭଳି ଚରମ ନିଷ୍ପତ୍ତି ରାଇ କାହିଁକି ନେଲେ ସେ ନେଇ କେହି ବୁଝି ପାରୁ ନାହାଁନ୍ତି । ରାଇଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଗଲା ।












Click it and Unblock the Notifications