ରିଲିଜ୍ ହେଲା 'ଏମର୍ଜନସିର' ର ଟିଜର୍ ,ଚର୍ଚ୍ଚାରେ କଙ୍ଗନାଙ୍କ ଲୁକ୍
ମୁମ୍ବାଇ: ବଲିଉଡର କୁଇନ୍ କଙ୍ଗନା ରଣାୱତଙ୍କୁ ଫିଲ୍ମ ଏମର୍ଜନସିରର ଟ୍ରେଲର ଟିଜର ରିଲିଜ ହୋଇଛି ।ଯେଉଁଥିରେ ତାଙ୍କର ଏକ ଭିନ୍ନ ଷ୍ଟାଇଲେ ଦେଖିବା ପାଇଁ ମିଳୁଛି ।କଙ୍ଗନା ସୋସିଆଲ ମିଡିଆରେ ନିଜ ଲୁକ୍ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ କଙ୍ଗନା ଏଥିରେ କଙ୍ଗନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ।ଗତ ବର୍ଷହିଁ ଏହି ଫିଲ୍ମ ବିଷୟରେ ପ୍ରଶଂସଙ୍କୁ ସୂଚନା ଦେଇଥିଲେ କଙ୍ଗନା ।

ୟୁଟ୍ୟୁବରେ ୧.୨୧ ସେକେଣ୍ଡର ଏହି ଟିଜରରେ କଙ୍ଗନା ରାନାୱତ ଇନ୍ଦିରା ଗାନ୍ଧୀଙ୍କ ଗେଟଅପ୍ ରେ ଡାଏଲଗ୍ କହୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଲୁକକୁ ରିଲିଜ ପରେ ବହୁତ ପ୍ରଶଂସା ସାଉଁଟୁଛନ୍ତି କଙ୍ଗନା । ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।ଟିଜର ଆରମ୍ଭ ଏକ ଫୋନ କଲରୁ ଆରମ୍ଭ ହୋଇଛି । ତେବେ ଏହି ଫିଲ୍ମ ପାଇଁ କଙ୍ଗନା ଗତ ଏକ ବର୍ଷ ଧରି କାମ କରୁଛନ୍ତି ଯାହା ସୂଚନା ନିଜେ କଙ୍ଗନା ହିଁ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏହି ଫିଲ୍ମକୁ ନିଜେ କଙ୍ଗନା ହିଁ ନିର୍ଦ୍ଦେଶନା ଦେଉଛନ୍ତି ।ଫିଲ୍ମର କାହାଣୀ ଏକ ରାଜନୈତିକ କାହଣୀକୁ ନେଇ ଗତିଶୀଳ ।












Click it and Unblock the Notifications