ଘୁଞ୍ଚିଲା କଙ୍ଗନାଙ୍କ ଫିଲ୍ମ "Emergency' ରିଲିଜ୍ ତାରିଖ
Emergency Release Date: ବଲିଉଡ ଅଭିନେତ୍ରୀ ତଥା ରାଜନେତା କଙ୍ଗନା ରଣାୱତ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'Emergency' ପ୍ରଚାରରେ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମକୁ ନେଇ କ୍ରମାଗତ ବିବାଦ ଲାଗି ରହିଛି। ଏହି ସମୟରେ ଫିଲ୍ମର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଖବର ଆସିଛି।

ସୂଚନା ଅନୁସାରେ, 'Emergency' ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଛି । ଏହି ସିନେମାର ରିଲିଜକୁ ନେଇ ବିବାଦ ଲାଗି ରହିଛି। ଏହି ଚଳଚ୍ଚିତ୍ରର କାହାଣୀ 1975 ରୁ 1977 ପର୍ଯ୍ୟନ୍ତ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ । ଉକ୍ତ ସମୟରେ ଇନ୍ଦିରା ଗାନ୍ଧୀଙ୍କ ସରକାର ଥିଲା। "Emergency' ଚଳଚ୍ଚିତ୍ରରେ କଙ୍ଗନା ରଣାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ହେଲେ ରିଲିଜ୍ ତାରିଖ 4 ଦିନ ପୂର୍ବରୁ ହିଁ ଫିଲ୍ମ ରିଲିଜ୍ ତାରିଖ ବଦଳା ଯାଇଛି ।
#BreakingNews...#Emergency postponed... Won't release on 6 Sept 2024.#ZeeStudios #KanganaRanaut pic.twitter.com/l60OnnegTD
— taran adarsh (@taran_adarsh) September 1, 2024
ରିପୋର୍ଟ ଅନୁସାରେ, ଫିଲ୍ମଟିକୁ ଏପର୍ଯ୍ୟନ୍ତ ସେନସର ବୋର୍ଡ ସାର୍ଟିଫିକେଟ୍ ମିଳିନାହିଁ । ତରନ୍ ଆଦର୍ଶ ଟ୍ୱିଟ୍ କରି ଲେଖିଛନ୍ତି, 'Emergency' ଚଳଚ୍ଚିତ୍ରର ରିଲିଜ୍ ତାରିଖ ଆଗକୁ ବୃଦ୍ଧି କରାଯାଇଛି । ସେପ୍ଟେମ୍ବର 6 ରେ ଏହା ଆଉ ପ୍ରେକ୍ଷାଳୟରେ କଙ୍ଗନାଙ୍କ ଫିଲ୍ମ ମୁକ୍ତିଲାଭ କରିବ ନାହିଁ । ସେହିପରି ବର୍ତ୍ତମାନ ଫିଲ୍ମର ନୂଆ ରିଲିଜ୍ ତାରିଖ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ଏହି ଖବର ଉପରେ ବର୍ତ୍ତମାନ କଙ୍ଗନାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।
ହେଲେ ପୂର୍ବରୁ କଙ୍ଗନା କହିଥିଲେ 'ଗୁଜବ ସୃଷ୍ଟି ହେଉଛି ଯେ ଆମ ଚଳଚ୍ଚିତ୍ରକୁ ସେନସର ବୋର୍ଡ ସାର୍ଟିଫିକେଟ୍ ମିଳିନାହିଁ, ହେଲେ ଏହା ସତ୍ୟ ନୁହେଁ । ଅନେକ ଧମକ ଯୋଗୁଁ ସିନେମାକୁ ପ୍ରମାଣପତ୍ର ମିଳିପାରୁ ନାହିଁ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications