ବିରୋଧ ସତ୍ୱେ ପ୍ରଥମ ଦିନରେ ଭଲ ଆୟ କରିଛି କଙ୍ଗନାଙ୍କ ଫିଲ୍ମ 'Emergency'
Emergency movie box office collection prediction: ସିନେମା 'Emergency' ଜାନୁଆରୀ 17 ତାରିଖରେ ସାରା ବିଶ୍ୱରେ ରିଲିଜ୍ ହୋଇଛି । ଅନେକ ବିବାଦର ସମ୍ମୁଖୀନ ହେବା ସତ୍ତ୍ୱେ, ଫିଲ୍ମର ଟ୍ରେଲରକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ବାଣିଜ୍ୟ ବିଶ୍ଳେଷକମାନେ ପୂର୍ବାନୁମାନ କରିଛନ୍ତି ଯେ ପ୍ରଥମ ଦିନରେ ବକ୍ସ ଅଫିସରେ ଏହାର ଆୟ ମାନ୍ଦା ରହିଛି ।
ରିଲିଜ୍ ପୂର୍ବରୁ ଫିଲ୍ମ ପାଇଁ ଭଲ ଆଡଭାନ୍ସ ବୁକିଂ ହୋଇଛି । ପ୍ରଥମ ଦିନରେ ଏହା 3 ରୁ 5 କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି। ଦର୍ଶକ କଙ୍ଗନାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । 'Emergency' ରେ ଶ୍ରେୟସ ତଲପଡେ, ଅନୁପମ ଖେର, ମହିମା ଚୌଧୁରୀ ଏବଂ ମିଲିନ୍ଦ ସୋମନଙ୍କ ପରି ପ୍ରତିଭାବାନ ଅଭିନେତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳୁଛି ।

କଙ୍ଗନା ଏହି ଫିଲ୍ମରେ କେବଳ ଅଭିନୟ କରୁନାହାଁନ୍ତି, ବରଂ ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏହି ରାଜନୈତିକ କାହାଣୀରେ ସେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ବାଂଲାଦେଶରେ 'Emergency'କୁ ବ୍ୟାନ୍ କରାଯାଇଛି । ଏହି ଫିଲ୍ମଟି 25 କୋଟି ଟଙ୍କା ବଜେଟରେ ନିର୍ମିତ।
ତେବେ ଫିଲ୍ମ 'Emergency'କୁ ବିରୋଧ ସତ୍ୱେ ଏହା ସୋସିଆଲ ମିଡିଆରେ ଟ୍ରେଣ୍ତରେ ରହିବା ସହ ଦର୍ଶକଙ୍କଠୁ ଭଲ ପ୍ରତିକ୍ରିୟା ସାଉଁଟୁଛି । ବକ୍ସ ଅଫିସ୍ ଆୟ ନେଇ ବାଣିଜ୍ୟ ବିଶେଷଜ୍ଞମାନଙ୍କର ମିଶ୍ରିତ ମତାମତ ପ୍ରକାଶ ପାଉଛି । ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା ରାଣାୱତଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି। ତାଙ୍କର ନିର୍ଦ୍ଦେଶନା ସମାଲୋଚକ ଏବଂ ଦର୍ଶକ ଉଭୟଙ୍କଠାରୁ ପ୍ରଶଂସା ପାଇଛି। ଏହି ଚଳଚ୍ଚିତ୍ରଟି ଭାରତରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଐତିହାସିକ ଘଟଣାବଳୀର ଝଲକ ଦେଖିବା ପାଇଁ ମିଳୁଛି । ତେବେ ପୂର୍ବରୁ ଏହି ଫିଲ୍ମଟି ସେନ୍ସର ବୋର୍ଡରୁ ପ୍ରମାଣପତ୍ର ମଧ୍ୟ ପାଇପାରି ନଥିଲା।












Click it and Unblock the Notifications