Get Updates
Get notified of breaking news, exclusive insights, and must-see stories!

ଆଶ୍ଚର୍ଯ୍ୟ କଥା: ଏହି ବିଜେତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ 'ବିଗ୍ ବସ OTT'ର ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା !

Elvish Yadav On Big Boss OTT Price Money: ବ୍ଲଗର ଏବଂ ଇଣ୍ଟରନେଟ୍ ସେନସେସନ୍ ଏଲଭିଶ୍ ଯାଦବ ବିଗ୍ ବସ୍ OTTର ଦ୍ୱିତୀୟ ସିଜିନର ବିଜେତା । ଏଲଭିଶ ସଲମାନ ଖାନଙ୍କ ସୋ'ରେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ପ୍ରବେଶ କରିଥିଲେ ଏବଂ ଏହି ସିଜିନରେ ବିଜେତା ହୋଇ ସେ ଇତିହାସ ରଚିଛନ୍ତି । ବର୍ତ୍ତମାନ, ଏଲଭିଶ ଯାଦବ ତାଙ୍କ କ୍ୟାରିୟରରେ ଆଗକୁ ବଢିବାରେ ଲାଗିଛନ୍ତି।

ନିକଟରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ ସହ ତାଙ୍କର ଗୀତ 'ହମ ତୋ ଦେୱାନ' ମଧ୍ୟ ରିଲିଜ ହୋଇଛି ଯାହାକୁ ଦର୍ଶକ ବେଶେ ପସନ୍ଦ କରୁଛନ୍ତି । ଏହାରି ମଧ୍ୟରେ ଏଲଭିଶ ଯାଦବ ନିକଟରେ ଶେହେନାଜ ଗିଲଙ୍କ ସୋ'ରେ ପହଞ୍ଚିଥିଲେ । ଏହି ସମୟରେ ସେ ବିଗ୍ ବସ୍ OTT 2 ର ପୁରସ୍କାର ରାଶି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ଏବଂ ସମସ୍ତଙ୍କୁ ଏଲଭିସଙ୍କ କଥା ଆଶ୍ଚର୍ଯ୍ୟ କରିଛି ।

Big Boss OTT

ଏଲଭିଶ ବିଗ୍ ବସ୍ 13 ପ୍ରତିଯୋଗି ଶେହନାଜ ଗିଲଙ୍କ ଚାଟ୍ ସୋ 'ଦେସି ଭାଇବସ୍ସରେ ଶେହନାଜ ଗିଲଙ୍କ ସହ ନଜର ଆସିଥିଲେ । ଏହି ସମୟରେ, ବିଗ୍ ବସ୍ OTT 2 ବିଜେତା ଏକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ । ସେ କହିଛନ୍ତି, ମୁଁ ବିଶ୍ୱାସ କରୁନଥିଲି ଯେ ସେମାନେ ୱାଇଲ୍ଡ କାର୍ଡ ପ୍ରବେଶକାରୀଙ୍କୁ ବିଜେତା କରିବେ । ଯେତେବେଳେ ମୁଁ ଏଣ୍ଟ୍ରି କଲି ସେତେବେଳେ ମୁଁ ମେକର୍ସଙ୍କୁ ପ୍ରଶ୍ନ କରିଥିଲି ଯେ ଭୋଟ୍ ଦ୍ୱାରା ହିଁ ବିଜେତାକୁ ବଛାଯାଏ ନା । ଏପରି କିଛି ନିୟମ ଅଛି କି ଭୋଟ ମଳିବା ସତ୍ୱେ ୱାଇଲ୍ଡ କାର୍ଡ ପ୍ରତିଯୋଗୀଙ୍କୁ ୱିନର କରାଯାଇ ନାହିଁ । ମେକର୍ସ କହିଥିଲେ ଯେ, ଯଦି ୱାଇଲ୍ଡ କାର୍ଡ ପ୍ରତିଯୋଗୀକୁ ସବୁଠୁ ଅଧିକ ଭୋଟ୍ ମିଳିଥାଏ ତେବେ ତାକୁ ନିଶ୍ଚୟ ବିଜେତା କରାଯିବ ।

ଏହା ପରେ ଶେହେନାଜ ଗିଲ ଏଲଭିଶଙ୍କୁ ପଚାରିଥିଲେ ଯେ, ତୁମେ କେବେ ତୃତୀୟ ଫୋନ୍ କିଣୁଛ, କାରଣ ତାଙ୍କ ପାଖରେ ପୂର୍ବରୁ ଦୁଇଟି ଫୋନ୍ ଅଛି । ଏହା ଉପରେ ଏଲଭିଶ କହିଥିଲେ ଯେ, ତାଙ୍କ ପାଖରେ ପୂର୍ବରୁ ତିନୋଟି ଫୋନ୍ ଅଛି। ଏହା ପରେ ଶେହନାଜ ପଚାରିଥିଲେ, ତେବେ ତୁମେ ଚତୁର୍ଥଟି କେବେ କିଣୁଛ?" ଯାହା ଉତ୍ତରରେ ଏଲଭିସ୍ କହିଥିଲେ, 'ଯେତେବେଳେ ବିଗ୍ ବସ୍ ମେକର୍ସ 25 ଲକ୍ଷ ଟଙ୍କା ପଠାଇବେ ସେତେବେଳେ ମୁଁ ଚତୁର୍ଥଟି କିଣିବି ।

ଚଳିତ ବର୍ଷ ଅଗଷ୍ଟରେ ବିଗ୍ ବସ୍ OTT 2 ର ବିଜେତା ହୋଇଥିଲେ ଏଲଭିଶ ଯାଦବ । ସେ ପ୍ରଥମ ୱାଇଲ୍ଡକାର୍ଡ ପ୍ରତିଯୋଗୀ ଯେ ସୋ ଜିତିବାରେ ସଫଳ ହୋଇଛନ୍ତି | ଫାଇନାଲ୍ ଏପିସୋଡ୍ ପରେ, ଏଲଭିଶ ଦାବି କରିଛନ୍ତି ଯେ, ସେ ମାତ୍ର 15 ମିନିଟରେ 28 କୋଟି ଭୋଟ୍ ପାଇଛନ୍ତି। ତେବେ ଏହି ସୋ ଜିତିବା ନେଇ ତାଙ୍କର ସନ୍ଦେହ ଥିଲା । ଏଲଭିଶଙ୍କ ପରେ ଅଭିଷେକ ମଲ୍ଲହାନ ସୋ'ର ପ୍ରଥମ ରନର୍ ଅପ୍ ହୋଇଥିଲେ। ମନୀଷା ରାନୀ, ପୂଜା ଭଟ୍ଟ ଏବଂ ବେବିକା ମଧ୍ୟ ଫାଇନାଲିଷ୍ଟ ହୋଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+