ଶେଷରେ ଭୁଲ୍ ମାନିଲେ ଏଲଭିଶ ଯାଦବ, ପାର୍ଟିରେ ଯୋଗାଉଥିଲେ ସାପ ବିଷ
Elvish Yadav confess his crime: ଚର୍ଚ୍ଚିତ ୟୁଟ୍ୟୁବର୍ ଏଲବିଶ୍ ଯାଦବ ଗଲେ ଜେଲ୍ । ମାର୍ଚ୍ଚ ୧୭ରେ ୟୁପି ପୋଲିସ ତାଙ୍କୁ ଗିରଫ କରିଛି । ଏହା ପରେ ଏଲଭିଶ୍ ଯାଦବଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି । ବର୍ତ୍ତମାନ ଓଟିଟି ବିଗ୍ ବସ ୱିନର୍ ସମସ୍ତ ଆରୋପକୁ ସ୍ୱିକାର କରିଛନ୍ତି ।

ଗତ ନଭେମ୍ବରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ତାଙ୍କର ସମ୍ପର୍କ ଥିବା ଏଲଭିଶ ଯାଦବ ସ୍ୱୀକାର କରିଛନ୍ତି । ଏନେଇ ନୋଏଡା ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି । ଏଲବିଶ୍ ସ୍ୱିକାର କରିଛନ୍ତି ଯେ, ସେ ପାର୍ଟିରେ ସାପ ଏବଂ ସାପ ବିଷକୁ ଅର୍ଡର କରୁଥିଲେ।
ଏହାପୂର୍ବରୁ, ନଭେମ୍ବର ୭ରେ ମଧ୍ୟ ପୋଲିସ ତାଙ୍କୁ ପଚରାଉଚରା ପାଇଁ ରାତିରେ ସେକ୍ଟର -୨୦ ପୋଲିସ ଷ୍ଟେସନକୁ ଡାକିଥିଲା । ଏହି ସମୟରେ ପୋଲିସ ଏଲଭିଶ ଯାଦବଙ୍କୁ ସାପ ଏବଂ ସାପର ବିଷ ଚୋରା ଚାଲାଣ ତଥା ପାର୍ଟିରେ ବ୍ୟବହାର ସହ ଜଡିତ ଅନେକ ପ୍ରଶ୍ନ ପଚାରାଯାଇଥିଲା । ଏହି ପ୍ରଶ୍ନ ମାଧ୍ୟମରେ ପୋଲିସ ଏଲଭିଶ ଯାଦବଙ୍କଠାରୁ ସତ୍ୟ ବାହାର କରିବାକୁ ଚେଷ୍ଟା କରିଥିଲା ।
ଏଥର ମଧ୍ୟ ପଚରାଉଚରା ବେଳେ ଏଲଭିଶ ଯାଦବ ପ୍ରଶ୍ନର ଉତ୍ତର ଦେଇଥିଲେ କିନ୍ତୁ ଅଭିଯୋଗକୁ ଅସ୍ୱୀକାର କରି ଚାଲିଥିଲେ, କିନ୍ତୁ ଯେତେବେଳେ ଏନଜିଓ PFAର ଏକ ଅଡିଓ ରେକର୍ଡିଂ ତାଙ୍କୁ ଖେଳାଯାଇଥିଲା, ସେତେବେଳେ ଏଲଭିଶ ନିଜ ଅପରାଧ ସ୍ୱୀକାର କରିଥିଲେ।
ରାହୁଲଙ୍କ ଅଡିଓ, ଯାହା ଏନଜିଓ ପିଏଫଏ ଦ୍ୱାରା ରେକର୍ଡ କରାଯାଇଥିଲା ଯେଉଁଥିରେ ସେ ଏଲଭିଶଙ୍କ ନାମ ନେଉଥିବା ଶୁଣିବା ପାଇଁ ମିଳିଥିଲା । ଯାହା ପରେ ଏଲଭିଶ୍ ନିଜ ଭୁଲ୍ ଶ୍ୱିକାର କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୋଲିସର ପଚରାଉଚରା ବେଳେ ଏଲଭିଶ ଯାଦବଙ୍କୁ ପାଞ୍ଚଟି ପ୍ରଶ୍ନ ପଚରାଯାଇଥିଲା ଯାହାର ଉତ୍ତର ସେ ସ୍ପଷ୍ଟ ଭାବେ ଦେଇଛନ୍ତି । ପୋଲିସର ଜେରା କରିବା ପରେ ଏଲଭିଶ ଯାଦବ ତାଙ୍କ ଭୁଲ୍ ଶ୍ୱିକାର କରିଛନ୍ତି ।












Click it and Unblock the Notifications