ରେଭ୍ ପାର୍ଟିରେ ସାପ ବିଷ ମାମଲା: ଏଲଭିଶ ଯାଦବ କହିଲେ ମୋର ଭୁଲ୍ ଥିଲେ ପୁରା ଦାୟିତ୍ୱ ମୁଁ ନେବି, ଭିଡିଓ ଜାରି କରି ଦେଲେ ସୂଚନା
Elvish Yadav On Rava Party And Snake Venom: ବିଗ୍ ବସ୍ OTT-2 ବିଜେତା ତଥା ପ୍ରସିଦ୍ଧ ୟୁଟ୍ୟୁବର୍ ଏଲଭିଶ ଯାଦବ ରେଭ୍ ପାର୍ଟି ଏବଂ ସାପ ବିଷ ମାମଲାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି । ଏହି ମାମଲାରେ ନୋଏଡା ପୋଲିସ ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ଶୁକ୍ରବାର ଦିନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏଲଭିଶ ଯାଦବ ଏହି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ଏଲଭିଶ ଯାଦବ କହିଛନ୍ତି ଯେ, ତାଙ୍କ ବିରୋଧରେ ନୋଏଡାଠାରେ ଏକ ରେଭ ପାର୍ଟି ଆୟୋଜନ କରିବା, ବିଦେଶୀ ଝିଅମାନଙ୍କୁ ଡାକିବା ଏବଂ ସାପ ବିଷରେ ନିଶା କରିବା ପରି ହୋଇଥିବା ଅଭିଯୋଗ ସବୁ ଭିତ୍ତିହୀନ। ତାଙ୍କର ଏପରି କୌଣସି ପାର୍ଟୀ ସହିତ କିଛି ସମ୍ପର୍କ ନାହିଁ ।
ଅଲଭିଶ ଯାଦବ କହିଛନ୍ତି, ସମସ୍ତ ଅଭିଯୋଗ ଭିତ୍ତିହୀନ, ମୋ ନାମକୁ ନଷ୍ଟ କରାଯାଉଛି । ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ସମସ୍ତ ଅଭିଯୋଗ ନକଲି। ଏଗି ଅଭିଯୋଗରେ ଏକ ପ୍ରତିଶତ ସତ୍ୟତା ନାହିଁ, ମୋତେ ବଦନାମ କରାଯାଉଛି । ମୁଁ ୟୁପି ପୋଲିସ ସହ ସହଯୋଗ କରିବାକୁ ପ୍ରସ୍ତୁତ । ଯଦି ଏହି ଅଭିଯୋଗରେ 1 ପ୍ରତିସତ ସତ୍ୟତା ଥାଏ ତେବେ ମୁଁ ଏହି ବିବଦର ପୁରା ଦାୟିତ୍ ନେବି ।
ସେହିପରି ଇଲଭିଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୟୁପି ପୋଲିସକୁ ସମ୍ବୋଧିତ କରି କହିଛନ୍ତି, ମୁଁ ଯୋଗୀ ଜୀ ଏବଂ ୟୁପି ପୋଲିସକୁ କହିବାକୁ ଚାହେଁ ଯେ ଯଦି ଏହି ସବୁ ଘଟଣାରେ ମୋର ଏକ ପ୍ରତିଶତ ଭୁଲ ମିଳେ ତେବେ ମୁଁ ନେ ପୂର୍ଣ୍ଣ ଦାୟିତ୍ ନେବାକୁ ପ୍ରସ୍ତୁତ ଅଛି । ୟୁପି ପୋଲିସ୍ ସହିତ ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।
ସେହିପିର ଏଲଭିଶ ଯାଦବ ଗଣମାଧ୍ୟମକୁ କହିଛନ୍ତି, ବିନା ପ୍ରମାଣରେ ଗିରଫ ଖବର ପ୍ରସାରଣ କର ନାହିଁ। ମୋତେ ଗିରଫ କରାଯାଇଛି କିନ୍ତୁ ଏହା ପଛରେ କିଛି ସତ୍ୟତା ନାହିଁ । ପ୍ରମାଣ ବିନା ମୋ ବିରୋଧରେ ଏପରି ଗିରଫ ଖବର ପ୍ରକାଶ ନକରିବାକୁ ମୁଁ ଗଣମାଧ୍ୟମକୁ ଅନୁରୋଧ କରିବାକୁ ଚାହେଁ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications