ଏହି ଆସନରୁ ନିର୍ବାଚନ ଲଢିବେ ଅଭିଷେକ ବଚ୍ଚନ, ଜୋର ଧରିଲା ଚର୍ଚ୍ଚା
ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ନିର୍ବାଚନ ଲଢି ପାରନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ସମାଜବାଦୀ ପାର୍ଟି ପକ୍ଷରୁ ସେ ଏହି ନର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅଭିଷେକ ଆହ୍ଲାବାଦ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
୧୯୮୪ ମସିହାରେ ଆହ୍ଲାବାଦରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ଅମିତାଭ ବଚ୍ଚନ । ଏବେ ଆହ୍ଲାବାଦର ନାମ ପରିବର୍ତନ ହୋଇ ପ୍ରୟାଗରାଜ ହୋଇଛି । ଆଉ ବାପା ଠିଆ ହୋଇଥିବା ଆସନରୁ ପୁଅ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି ।

ଏ ନେଇ ଦଳର ବରିଷ୍ଠ ନେତା ସ୍ଥାନୀୟ ପଦାଧିକାରୀଙ୍କଠାରୁ ଫିଡବ୍ୟାକ ନେଇଛନ୍ତି । କୁହାଯାଉଛି, ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଖୁବ ଶୀଘ୍ର ମୁମ୍ବାଇ ଯାଇ ଅମିତାଭ ବଚ୍ଚନ ଏବଂ ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନଙ୍କ ସହ ଆଲୋଚନା କରିବେ ।
ଅଭିଷେକଙ୍କ ମାଆ ଜୟାବଚନ ସମାଜବାଦୀ ପାର୍ଟିରୁ ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ଏବେ ସମାଜବାଦୀ ପାର୍ଟରୁ ଅଭିଷେକ ପ୍ରୟାଗରାଜରୁ ଲୋକସଭା ନର୍ବାଚନ ଲଢିବେ ବୋଲି କୁହାଯାଉଛି । ନିର୍ବାଚନରେ ସଫଳତା ପାଇଁ ଅଭିଷେକଙ୍କ ଭଳି ସେଲିବ୍ରେଟିଙ୍କୁ ଠିଆ କରାଇବା ଲାଗି ସମାଜବାଦୀ ପାର୍ଟି ବିଚାର କରୁଥିବା କୁହାଯାଉଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications