ଏକ ଭିଲେନ ରିଟର୍ନସ: ପ୍ରଥମ ଗୀତ 'ତେରୀ ଗଲିଆଁ' ରିଲିଜ୍
ନିକଟରେ ଫିଲ୍ମ 'ଏକ ଭିଲେନ୍ ରିଟର୍ନସର' ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏବେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । କିନ୍ତୁ ଏହା ପୂର୍ବରୁ 'ତେରୀ ଗଲିଆଁ' ଗୀତ ମୁକ୍ତିଲାଭ କରିଛି।
ମୁମ୍ବାଇ: ନିକଟରେ ଫିଲ୍ମ 'ଏକ ଭିଲେନ୍ ରିଟର୍ନସର' ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏବେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । କିନ୍ତୁ ଏହା ପୂର୍ବରୁ 'ତେରୀ ଗଲିଆଁ ' ଗୀତ ମୁକ୍ତିଲାଭ କରିଛି।

ଗାୟକ ଅଙ୍କିତ ତିୱାରୀ ପୁଣି ଥରେ ଏହି ଗୀତଟି ଗାଇଛନ୍ତି। ଏଥିସହିତ ଏହି ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ମନୋଜ ମୁନ୍ତାଶିର ଲେଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ 75 ଲକ୍ଷ ୟୁଜର୍ସ ଏହି ଗୀତ ଦେଖିସାରିଲେଣି। ପ୍ରଥମ ଗୀତକୁ ଏତେ ଭଲ ପାଇବା ମିଳିଛି , ବାକି ଫିଲ୍ମ ହିଟ ନିଶ୍ଚୟ ହେବ । ପୂର୍ବ ଥର ଭଳି ଏହି ଫିଲ୍ମ ଦର୍ଶକଙ୍କ ହୃଦୟରେ ଏକ ଭଲ ସ୍ଥାନ ନିଶ୍ଚୟ ବନେଇ ପାରିବ ବୋଲି ଆଶା ରହିଛି।
ଟ୍ରେଲ ଅନୁସାରେ ଦେଖିଲେ, ଏହି ଭିଲେନ୍ କାହାଣୀରେ, କିଏ ଭିଲେନ୍ ଏବଂ କିଏ ହିରୋ, କିଛି ସ୍ପଷ୍ଟ ହେଉନାହିଁ । ଜନ୍, ଅର୍ଜୁନ, ତାରା ଏବଂ ଦିଶା ନିଜ ମଧ୍ୟରେ ଭିଲେନ୍ ଏବଂ ହିରୋ ଖେଳ ଖେଳୁଛନ୍ତି, ଯାହା ଦର୍ଶକଙ୍କୁ ପାଗଳ କରିଦେଇଛି ।ଟ୍ରେଲରରେ ଏତେ ସସପେନ୍ସ ରହିଛି ଯେ ଏହା ଦର୍ଶକଙ୍କୁ ଥିଏଟର ଯିବାକୁ ବାଧ୍ୟ କରିବ ।
ତେବେ ଆଠ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ରିତିଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ 'ଏକ ଭିଲେନ୍' ବକ୍ସ ଅଫିସରେ 100 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା। ବର୍ତ୍ତମାନ 'ଏକ ଭିଲେନ୍ ରିଟର୍ନସ୍' ଦର୍ଶକଙ୍କୁ କେତେ ମନୋରଞ୍ଜନ କରିବ, ଏହା ପୁରା ଫିଲ୍ମ ଦେଖିବା ପରେ ହିଁ ଜଣା ପଡିବ । ଏହି ଫିଲ୍ମ ଜୁଲାଇ 29ରେ ଆପଣଙ୍କ ନିକଟସ୍ଥ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications