For Quick Alerts
Turn On Notification  
For Daily Alerts
Oneindia App Download

ଏକ ଭିଲେନ ରିଟର୍ନସ: ପ୍ରଥମ ଗୀତ 'ତେରୀ ଗଲିଆଁ' ରିଲିଜ୍‌

ନିକଟରେ ଫିଲ୍ମ 'ଏକ ଭିଲେନ୍ ରିଟର୍ନସର' ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏବେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । କିନ୍ତୁ ଏହା ପୂର୍ବରୁ 'ତେରୀ ଗଲିଆଁ' ଗୀତ ମୁକ୍ତିଲାଭ କରିଛି।

|

ମୁମ୍ବାଇ: ନିକଟରେ ଫିଲ୍ମ 'ଏକ ଭିଲେନ୍ ରିଟର୍ନସର' ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏବେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । କିନ୍ତୁ ଏହା ପୂର୍ବରୁ 'ତେରୀ ଗଲିଆଁ ' ଗୀତ ମୁକ୍ତିଲାଭ କରିଛି।

ek villain

ଗାୟକ ଅଙ୍କିତ ତିୱାରୀ ପୁଣି ଥରେ ଏହି ଗୀତଟି ଗାଇଛନ୍ତି। ଏଥିସହିତ ଏହି ଗୀତର ଲିରିକ୍ସକୁ ପ୍ରସିଦ୍ଧ ଗୀତିକାର ମନୋଜ ମୁନ୍ତାଶିର ଲେଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ 75 ଲକ୍ଷ ୟୁଜର୍ସ ଏହି ଗୀତ ଦେଖିସାରିଲେଣି। ପ୍ରଥମ ଗୀତକୁ ଏତେ ଭଲ ପାଇବା ମିଳିଛି , ବାକି ଫିଲ୍ମ ହିଟ ନିଶ୍ଚୟ ହେବ । ପୂର୍ବ ଥର ଭଳି ଏହି ଫିଲ୍ମ ଦର୍ଶକଙ୍କ ହୃଦୟରେ ଏକ ଭଲ ସ୍ଥାନ ନିଶ୍ଚୟ ବନେଇ ପାରିବ ବୋଲି ଆଶା ରହିଛି।

ଟ୍ରେଲ ଅନୁସାରେ ଦେଖିଲେ, ଏହି ଭିଲେନ୍ କାହାଣୀରେ, କିଏ ଭିଲେନ୍ ଏବଂ କିଏ ହିରୋ, କିଛି ସ୍ପଷ୍ଟ ହେଉନାହିଁ । ଜନ୍, ଅର୍ଜୁନ, ତାରା ଏବଂ ଦିଶା ନିଜ ମଧ୍ୟରେ ଭିଲେନ୍ ଏବଂ ହିରୋ ଖେଳ ଖେଳୁଛନ୍ତି, ଯାହା ଦର୍ଶକଙ୍କୁ ପାଗଳ କରିଦେଇଛି ।ଟ୍ରେଲରରେ ଏତେ ସସପେନ୍ସ ରହିଛି ଯେ ଏହା ଦର୍ଶକଙ୍କୁ ଥିଏଟର ଯିବାକୁ ବାଧ୍ୟ କରିବ ।

ତେବେ ଆଠ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ରିତିଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ 'ଏକ ଭିଲେନ୍' ବକ୍ସ ଅଫିସରେ 100 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା। ବର୍ତ୍ତମାନ 'ଏକ ଭିଲେନ୍ ରିଟର୍ନସ୍' ଦର୍ଶକଙ୍କୁ କେତେ ମନୋରଞ୍ଜନ କରିବ, ଏହା ପୁରା ଫିଲ୍ମ ଦେଖିବା ପରେ ହିଁ ଜଣା ପଡିବ । ଏହି ଫିଲ୍ମ ଜୁଲାଇ 29ରେ ଆପଣଙ୍କ ନିକଟସ୍ଥ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The first song from Ek Villain Returns, titled Galliyan Returns, was released by T-Series on Monday. Just like the film, Galliyan Returns takes its name from the Galliyan song in the original Ek Villain film.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X