Get Updates
Get notified of breaking news, exclusive insights, and must-see stories!

ଏକ ଭିଲେନ୍ ରିଟର୍ନର ଫାଷ୍ଟ ଲୁକ୍‌ ପୋଷ୍ଟର ଆଉଟ୍‌

ଚଳଚ୍ଚିତ୍ର ଏକ ଭିଲେନ୍ ରିଟର୍ନ ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ଜନ୍ ଆବ୍ରାହମ୍, ଅର୍ଜୁନ କପୁର, ଦିଶା ପଟାନି ଏବଂ ତାରା ସୂତାରିଆ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରରେ ସମସ୍ତ ଚରିତ୍ରର ଦମଦାର ଲୁକ୍‌ ନଜର ଆସିଛି ।

ମୁମ୍ବାଇ: ଚଳଚ୍ଚିତ୍ର ଏକ ଭିଲେନ୍ ରିଟର୍ନ ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ଜନ୍ ଆବ୍ରାହମ୍, ଅର୍ଜୁନ କପୁର, ଦିଶା ପଟାନି ଏବଂ ତାରା ସୂତାରିଆ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରରେ ସମସ୍ତ ଚରିତ୍ରର ଦମଦାର ଲୁକ୍‌ ନଜର ଆସିଛି । ଫିଲ୍ମର ଷ୍ଟାରକାଷ୍ଟରେ ଫିଲ୍ମର ପୋଷ୍ଟର ସେୟାର କରି ସମାନ କ୍ୟାପସନ ଦିଆଯାଇଛି । ଏହା ସହିତ ଫିଲ୍ମର ଟ୍ରେଲର କେବେ ରିଲିଜ ହେବ ସେନେଇ ମଧ୍ୟ ସୂଚନା ଦିଆଯାଇଛି। ଫିଲ୍ମ ଏକ ଭିଲେନର ସିକ୍ୱେଲ ପୂରା ବର୍ଷେ ପରେ ଆସିଛି।

movie
ଅର୍ଜୁନ କପୁର ତାଙ୍କ ଇନଷ୍ଟାଗ୍ରାମରେ ତାରାଙ୍କ ସହିତ ଦୁଇଟି ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟର ଗୁଡିକୁ ସେୟାର କରି ଅର୍ଜୁନ କପୁର ଲେଖିଛନ୍ତି, ARjun- Hero-heroine ka zamana gaya, now it's time to hail the Villain! ହିରୋ-ହିରୋଇନ୍ ଯୁଗ ଚାଲିଯାଇଛି, ବର୍ତ୍ତମାନ ଭିଲେନର ସମୟ ଆସିଲା, #EkVillainReturns, ଆସନ୍ତାକାଲି ଟ୍ରେଲର ରିଲିଜ୍ ହେବ, ଫିଲ୍ମ 29 ଜୁଲାଇରେ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବା ନେଇ ଅର୍ଜୁନ ସୂଚନା ଦେଇଛନ୍ତି ।

ଏଥି ସହିତ ତାରା ମଧ୍ୟ ସମାନ ଫଟୋ ସେୟାର କରି ଅର୍ଜୁନ କପୁରଙ୍କ ଭଳି କ୍ୟାପସନ ଦେଇଛନ୍ତି । ଦିଶା ଏହି ପୋଷ୍ଟରକୁ ଜନ୍ ଆବ୍ରାହମଙ୍କ ସହ ସେୟାର କରି କ୍ୟାପସନରେ ଲେଖିଥିଲେ, 'ହିରୋ ଏବଂ ହିରୋଇନଙ୍କ କାହାଣୀ ତ ବହୁତ ଅଛି, ଏବେ ପାଳି ଭିଲେନର କାହାଣୀ ଜାଣିବା।'

ବର୍ତ୍ତମାନ ଫିଲ୍ମର ପ୍ରମୋସନ ଚାଲିଛି । ଏହାପୂର୍ବରୁ ଏହି ସମସ୍ତ ତାରକା ଭିଲେନର ମାସ୍କ ପିନ୍ଧି ଗଳି ଗଳି ବୁଲି ଫିଲ୍ମକୁ ପ୍ରମୋସନ କରିଥିଲେ । 9 ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଫିଲ୍ମ ଏକ ଭିଲେନର ଷ୍ଟାରକାଷ୍ଟରେ ସିଦ୍ଧାର୍ଥ ମଲହୋତ୍ରା, ରିତେଶ ଦେଶମୁଖ ଏବଂ ଶ୍ରଦ୍ଧା କପୁର ସାମିଲ ହୋଇଥିଲେ । ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ଜାଗା ବନେଇ ଦେଇଥିଲା ଏହି ଫିଲ୍ମ । ତେବେ ଏକ୍ ଭିଲେନ୍ ରିଟର୍ନ୍ସକୁ ଲୋକେ କିପରି ଭଲ ପାଇବା ଦେଉଛନ୍ତି ତାହା ଦେଖିବା ବାକି ରହିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+