ଫିଲ୍ମ 'ଏକ ଭିଲେନ୍ ରିଟର୍ନ' ହୋଇପାରେ ଫ୍ଲପ୍ , କମିଲା ଚତୁର୍ଥ ଦିନର ଆୟ

Ek Villain Returns Box Office Collection :ଫିଲ୍ମ 'ଏକ ଭିଲେନ୍ ରିଟର୍ନ' ହୋଇପାରେ ଫ୍ଲପ୍ , କମିଲା ଚତୁର୍ଥ ଦିନର ଆୟ

ମୁମ୍ବାଇ: ଜନ୍ ଆବ୍ରାହମ୍, ଅର୍ଜୁନ କପୁର, ଦିଶା ପାଟାନି ଏବଂ ତାରା ସୂତରିଆଙ୍କ ଫିଲ୍ମ 'ଏକ ଭିଲେନ୍ ରିଟର୍ନ' ଶୁକ୍ରବାର ରିଲିଜ୍ ହୋଇଛି । ଫିଲ୍ମର ରିଭ୍ୟୁ କିଛି ଖାସ ରହିନାହିଁ । ଫିଲ୍ମଟି ରବିବାର ପର୍ଯ୍ୟନ୍ତ ଠିକଠାକ୍ ଆୟ କରିଥିଲା । ହେଲେ ସୋମବାରଠୁ ଫିଲ୍ମର ଆୟ ଖୁବ୍ କମିବାର ଦେଖିବା ପାଇଁ ମିଳିଛି । ଫିଲ୍ମର ଚତୁର୍ଥ ଦିନର ଆୟ ଦେଖି ଅନୁମାନ କରାଯାଉଛି ଯେ ଫିଲ୍ମଟି ଅଧିକ ଦିନ ପର୍ଯ୍ୟନ୍ତ ବକ୍ସଅଫିସରେ ଟିକି ରହିପାରିବ ନାହିଁ ।

arjun kapoor

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫିଲ୍ମ ଏକ ଭିଲେନ୍ ରିଟର୍ନସର ବକ୍ସ ଅଫିସର ଆୟ ବିଷୟରେ ସୂଚନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଚାରି ଦିନ ମଧ୍ୟରେ ୨୬.୫୬ କୋଟି ବ୍ୟବସାୟ କରିଛି ।

ଏକ ଭିଲେନ୍ ରିଟର୍ନସର ବକ୍ସ ଅଫିସ ଆୟ ବିଷୟରେ ତରଣ ଆଦର୍ଶ ସୂଚନା ଦେଇଛନ୍ତି । ଏହି ଫିଲ୍ମ ଚତୁର୍ଥ ଦିନରେ ୩.୦୨ କୋଟି ବ୍ୟବସାୟ କରିଛି । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୭.୦୫ କୋଟି, ଦ୍ୱିତୀୟ ଦିନରେ ୭.୪୭ କୋଟି, ତୃତୀୟ ଦିନରେ ୯.୦୨ କୋଟି ବ୍ୟବସାୟ କରିଥିଲା । ଯାହା ପରେ ଫିଲ୍ମର ମୋଟ ଆୟ ୨୬.୦୫ କୋଟି ରହିଛି । 'ଏକ ଭିଲେନ୍ ରିଟର୍ନ'ରେ ଚାରି ଜଣ କଳାକାରଙ୍କୁ ନେଗେଟିଭ୍ ଭୂମିକାରେ ଦେଖିବା ପାଇଁ ମିଳିଛି । ଅର୍ଜୁନ କପୁରଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମୋହିତ ସୁରୀ। 'ଏକ ଭିଲେନ୍ ରିଟର୍ନ' ହେଉଛି ୨୦୧୪ରେ ରିଲିଜ୍ ହୋଇଥିବା ଫିଲ୍ମ 'ଏକ ଭିଲେନ୍' ର ସିକ୍ୱେଲ୍ । 'ଏକ ଭିଲେନ୍' ବକ୍ସଅଫିସରେ ହିଟ୍ ହୋଇଥିଲା । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଶ୍ରଦ୍ଧା କପୁର, ସିଦ୍ଧାର୍ଥ ମଲହୋତ୍ରା ଏବଂ ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଶ୍ରଦ୍ଧା ଏବଂ ସିଦ୍ଧାର୍ଥଙ୍କ ଯୋଡିକୁ ଖୁବ ପସନ୍ଦ କରିଥିଲେ ଦର୍ଶକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+