ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ

ରିଅଲ ଇଷ୍ଟେଟ୍ ଫାର୍ମଗୁଡ଼ିକ ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ସମାନ ଜାରି କରିଛି। ଦୁଇଟି ରିଅଲ୍ ଇଷ୍ଟେଟ୍ କମ୍ପାନୀ ସାଇ ସୂର୍ଯ୍ୟ ଡେଭଲପର୍ସ ଏବଂ ସୁରାଣା ଗ୍ରୁପ୍ ଦ୍ୱାରା ହୋଇଥିବା ଠକେଇ ଏବଂ ବଡ଼ ଧରଣର ଅନିୟମିତତା ଉପରେ ତଦନ୍ତ ଆଧାରିତ। ନୋଟିସରେ ମହେଶ ବାବୁଙ୍କୁ ୨୭ ତାରିଖରେ ପଚରାଉଚରା ପାଇଁ ହାଇଦ୍ରାବାଦ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ ଅନୁସାରେ, ମହେଶ ବାବୁଙ୍କୁ ଡେୱଲପର୍ସ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିବା ଏବଂ ୫.୯ କୋଟି ଟଙ୍କା ମୂଲ୍ୟର ଫି ଦାବି କରିବା ଅଭିଯୋଗରେ ନୋଟିସ୍ ଜାରି କରାଯାଇଛି। ଏହି ରାଶି ମଧ୍ୟରୁ ୩.୪ କୋଟି ଟଙ୍କା ଚେକ୍ ମାଧ୍ୟମରେ ଦିଆଯାଇଥିବା ବେଳେ ବାକି ୨.୫ କୋଟି ଟଙ୍କା ନଗଦ ଆକାରରେ ଦିଆଯାଇଥିବା ଦାବି କରାଯାଉଛି ।

ED summons

ତେଲେଙ୍ଗାନା ପୋଲିସ ଦ୍ୱାରା ଦାୟର କରାଯାଇଥିବା ଏକ ମାମଲାରେ, ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରାଣା ଗ୍ରୁପ୍ ଉପରେ ଅନଧିକୃତ ଲେଆଉଟରେ ସମାନ ପ୍ଲଟ୍ ବହୁବାର ବିକ୍ରି କରିବା ଏବଂ ନକଲି ପଞ୍ଜିକରଣ ଗ୍ୟାରେଣ୍ଟି ପ୍ରଦାନ କରି ନିବେଶକମାନଙ୍କୁ ଠକିଥିବା ଅଭିଯୋଗ ହୋଇଛି। ବିଜ୍ଞାପନ ଚୁକ୍ତି ବାବଦରେ ଟଙ୍କା ନେଇଛନ୍ତି ମହେଶ ବାବୁ । ଏହି ପ୍ରକଳ୍ପକୁ ଅଭିନେତାଙ୍କ ଏଣ୍ତୋର୍ସ କରିଥିବାରୁ ଜନସାଧାରଣଙ୍କ ବିଶ୍ୱାସ ସୃଷ୍ଟି କରିଛି ଏବଂ କଥିତ ଠକେଇ ବିଷୟରେ ଅଜ୍ଞ କ୍ରେତାମାନଙ୍କୁ ଆକର୍ଷିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ବିଶ୍ୱାସ କରାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+