ଜାକ୍ଲିନ୍ ଫର୍ଣାଣ୍ଡିଜ୍ଙ୍କୁ ପୁଣି ସମନ୍ ଜାରି କଲା ଇଡି
ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣାଣ୍ଡିସଙ୍କୁ ମିଳିଛି ପ୍ରବର୍ତନ ନିର୍ଦେଶଳୟର ନୋଟିସ୍ । ସେପ୍ଟେମ୍ବର ୨୫ ତାରିଖ ଦିନ ଇଡିର ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଜାକଲିନଙ୍କୁ ହାଜିର ହେବାକୁ ସମନ ଜାରି ହୋଇଛି । ଦିଲ୍ଲୀ କାର୍ଯ୍ୟାଳୟରେ ଜାକଲିନଙ୍କୁ ଜେରା କରାଯିବ ବୋଲି ଉଲ୍ଲେଖ ଅଛି ଏହି ନୋଟିସରେ । ସୂଚନାଯୋଗ୍ୟ ଯେ, କ୍ୟାନମେନ୍ ସୁକେଶ ଚନ୍ଦ୍ରଶେଖର ବିରୋଧରେ ରୁଜୁ ହୋଇଥିବା ଆର୍ଥିକ ହେରଫେର ମାମଲାରେ ଜେରା କରିବା ପାଇଁ ଜାକଲିନ୍ ଫର୍ଣ୍ଡାଣ୍ଡିସଙ୍କୁ ଇଡି ପକ୍ଷରୁ ସମନ କରାଯାଇଛି ।

ଏଥି ପୂର୍ବରୁ ଗତ ଅଗଷ୍ଟ ୩୦ ତାରିଖରେ ଜାକଲିନଙ୍କୁ ଇଡି ପ୍ରାୟ ୫ ଘଂଟା ମାରାଥନ୍ ଜେରା କରିଥିଲା । ସେହି ସମୟରେ ମଧ୍ୟ ସୁକେଶ ଚନ୍ଦ୍ର ଶେଖର ସହ ଜଡ଼ିତ କେତେକ ପ୍ରଶ୍ନ ଜାକଲିନଙ୍କୁ ପଚରା ଯାଇଥିବା ନେଇ ସୂତ୍ରରୁ ପ୍ରକାଶ । ଫ୍ରିଭେନସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆଇନ ଅନୁସାରେ ସାକ୍ଷୀ ଭାବରେ ଜାକଲିନଙ୍କ ମନ୍ତବ୍ୟ ରେକର୍ଡ କରାଯାଇଥିଲା । ଏବେ ପୁଣି ଥରେ ଜାକଲିଲ୍ ଇଡି ଅଫିସରେ ହାଜର ହେବେ ଚଳିତ ସେପ୍ଟେମ୍ବର ୨୫ ତାରିଖରେ । ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀଙ୍କୁ ମଧ୍ୟ ଇଡି ସମନ୍ ଜାରି କରିଥିଲା ।