ଡ୍ରଗ୍ସ ଏବଂ ଅର୍ଥ ହେରଫେର୍ ମାମଲାରେ ଫସିଲେ ରକୁଲ ପ୍ରିତ୍, ନୋଟିସ୍ ପଠାଇଲା ଇଡି

ଡ୍ରଗ୍ସ ଏବଂ ଅର୍ଥ ହେରଫେର୍ମା ମଲାରେ ଫସିଲେ ରକୁଲ ପ୍ରିତ୍, ନୋଟିସ୍ ପଠାଇଲା ଇଡି

ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ । ଡ୍ରଗ୍ସ ଏବଂ ଅର୍ଥ ହେରଫେର୍ ମାମଲାରେ ପଚରାଉଚରା ପାଇଁ ଅଭିନେତ୍ରୀଙ୍କୁ ନୋଟିସ ପଠାଇଲା ଇଡି । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ରକୁଲଙ୍କୁ ଇଡି ଜେରା କରିଥିଲା । ଏହି ମାମଲାରେ ରକୁଲଙ୍କୁ ୧୯ ଡିସେମ୍ବରରେ ହାଜର ହେବାକୁ ଇଡି ସମନ ପଠାଇଛି ।

୨୦୨୧ ରେ ମଧ୍ୟ ରକୁଲ ପ୍ରୀତଙ୍କୁ ଇଡି ପକ୍ଷରୁ ପଚରାଉଚରା କରାଯାଇଥିଲା । ତାଙ୍କୁ ବର୍ତ୍ତମାନ ଟଙ୍କା ହେରଫେର ମାମଲାରେ ପଚରାଉଚରା କରାଯିବ । ରିପୋର୍ଟ ଅନୁଯାୟୀ, ଏହି ପ୍ରସଙ୍ଗରେ ରାଣା ଦଗୁବତୀ, ପୁରୀ ଜଗନ୍ନାଥ, ରବି ତେଜା, ଚାର୍ମି କୌର, ନବଦୀପ ଏବଂ ଅନ୍ୟାନ୍ୟ ସେଲିବ୍ରିଟିଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି ।

 Rakul Preet

ମାମଲା କ'ଣ
ଜୁଲାଇ ୨, ୨୦୧୭ ରେ କଷ୍ଟମ୍ସ ଅଧିକାରୀମାନେ ମ୍ୟୁଜିସିଆନ କେଲବିନ୍ ମସ୍କୋରେନହାସଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଥିଲା । ଯାଞ୍ଚ ବେଳେ ଅଭିଯୋଗକାରୀ ମାନେ କହିଥିଲେ ଯେ, ସେମାନେ କିଛି ଫିଲ୍ମ ଷ୍ଟାର୍, ସଫ୍ଟୱେୟାର ଇଞ୍ଜିନିୟର, କର୍ପୋରେଟ ସ୍କୁଲର ଛାତ୍ରମାନଙ୍କୁ ମଧ୍ୟ ଡ୍ରଗ୍ସ ଯୋଗାଇଥିଲେ । ଟଲିଉଡର କିଛି ସେଲିବ୍ରିଟିଙ୍କ ମୋବାଇଲ୍ ନମ୍ବର ତାଙ୍କ ପାଖରେ ଥିବାନେଇ ଅଭିଯୋଗ ହୋଇଥିଲା ।

୨୦୨୧ ପରଠାରୁ, LSD ଏବଂ MDMA ପରି ନିଶା ଦ୍ରବ୍ୟ ଯୋଗାଣର ସମ୍ବେଦନଶୀଳ ର୍ୟାକେଟ୍ ସଂପର୍କରେ ଅନେକ ଟଲିଉଡ ସେଲିବ୍ରିଟି ଇଡି ଆଗରେ ହାଜର ହୋଇଥିଲେ । ଏହି ମାମଲାରେ ପଚରାଉଚରା ପାଇଁ ରକୁଲ ପ୍ରୀତ, ରାଣା ଦଗୁବତୀ, ତେଜା, ପୁରୀ ଜଗନ୍ନାଥ, ଚାର୍ମି କୌରଙ୍କ ପରି ଜଣାଶୁଣା କଳାକାରମାନଙ୍କୁ ସମନ ପଠା ଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+