ଭୂକମ୍ପରେ ଗଲା ୧୪ଜଣଙ୍କ ଜୀବନ, ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୮ ରେକର୍ଡ
ଦକ୍ଷିଣ ଆମେରିକାର ଇକ୍ୟୁଏଡର ଓ ଉତ୍ତର ପେରୁରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୮ ରେକର୍ଡ କରାଯାଇଛି ।

ଇକ୍ୟୁଏଡର: ଦକ୍ଷିଣ ଆମେରିକାର ଇକ୍ୟୁଏଡର ଓ ଉତ୍ତର ପେରୁରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୟଙ୍କର ଭୂକମ୍ପ ପାଇଁ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଘରଦ୍ୱାର ଭାଙ୍ଗିଯାଇଛି । ଧ୍ୱଂସସ୍ତୁପ ତଳେ ଅନେକ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତର ରିପୋର୍ଟ ଅନୁସାରେ ଭୂକମ୍ପରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ଘଟିଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଗୁୟାସ ସହରର ଦକ୍ଷିଣରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ନେଇ ସୂଚନା ରହିଛି । ଇକ୍ୟୁଏଡର ରାଷ୍ଟ୍ରପତି Guillermo Lasso ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ଭୂକମ୍ପ ପାଇଁ ଅନେକ ସହରରେ ବିଦ୍ୟୁତ୍ କଟିଯାଇଥିବା ବେଳେ ସ୍ଥିତି ଖରାପ ରହିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାଥାଉ ଯେ, କିଛି ସମୟ ପୂର୍ବରୁ ତୁର୍କୀରେ ଭୟଙ୍କର ଭୂକମ୍ପ ହୋଇଥିଲା । ଯେଉଁଥିରେ ପ୍ରାୟ ୫୦ ହାଜରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥି ପାଇଁ ବର୍ତ୍ତମାନ ଭୂକମ୍ପକୁ ନେଇ ଲୋକଙ୍କ ମନରେ ଭୟ ବଢିଯାଇଛି । ଆମେରିକାର ଇକ୍ୟୁଏଡର ଅନୁଭୂତ ହେବା ପରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ।












Click it and Unblock the Notifications