ଚର୍ଚ୍ଚାରେ କିଙ୍ଗ୍ ଖାନଙ୍କର ଭିଡିଓ: ବିଶ୍ୱକପମ୍ୟାଚ୍ ଦେଖିବା ବେଳେ କଲେ ଏପରି କାମ, ଯାହା ଜିଣୁଛି ଫ୍ୟାନ୍ସଙ୍କର ମନ

WORLD Cup Final 2023: ବିଶ୍ୱକପ 2023ର ଅନ୍ତିମ ମ୍ୟାଚ୍ ଦେଖିବାକୁ ଆଜି ବଲିଉଡର ଅନେକ ସେଲିବ୍ରିଟି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଛନ୍ତି । ଏହି ସମୟରେ ଶାହାରୁଖ ଖାନ ଆଶା ଭୋସଲେଙ୍କ ସହ ଷ୍ଟାଡିୟମରେ ଏକାଠି ବସିଥିବାର ନଜର ଆସିଥିଲେ। ଏବେ କିଙ୍ଗ ଖାନଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ପ୍ରଶଂସକମାନେ ଶାହାରୁଖଙ୍କ ସରଳତାକୁ, ତାଙ୍କ ଅନ୍ଦାଜକୁ ପ୍ରଶଂସା କରିବାରେ ଲାଗିଛନ୍ତି ।

ଭାଇରାଲ୍ ଭିଡିଓରେ ଅଭିନେତା ଆଶା ଭୋସଲେଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି, ଯେଉଁଥିରେ କିଙ୍ଗ୍ ଖାନ ତାଙ୍କର ଅଇଁଠା କପ୍ ଉଠାଉଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖିବାପାଇଁ ମିଳୁଛି ଯେ, ଶାହାରୁଖ ଖାନ 90 ବର୍ଷ ବୟସ୍କ ପ୍ରସିଦ୍ଧ ଗାୟିକ ଆଶା ଭୋସଲେଙ୍କ ସହ ବସି ମ୍ୟାଚ ଦେଖୁଛନ୍ତି, ଯେତେବେଳେ ଆଶା ଭୋସଲେଙ୍କ ଚା 'ଶେଷ ହୋଇଥିଲା ସେତେବେଳେ ସେ ହାତରେ ଖାଲି ଚା କପ୍ ଧରି ବସିଥିଲେ।

Shah Rukh Khan

କିଙ୍ଗ ଖାନ ଏହା ଦେଖିବା ମାତ୍ରେ ତାଙ୍କ ହାତରୁ କପଟି ନେଇ ଯାଇ ଷ୍ଟାପଙ୍କୁ ଦେଉଥିବାର ଦେଖିବା ପାଇଁ ମିଳିଥିଲା । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଙ୍ଗ୍ ଖାନ ନିଜ ସରଳତାରେ ପୁଣି ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି, ଫ୍ୟାନ୍ସ କମେଣ୍ଟ ଓ ଲାଇକ୍ ଜରିଆରେ କିଙ୍ଗ୍ ଖାନଙ୍କର ପ୍ରଶଂସା କରୁଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆଜିର ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ଦୀପିକା ପାଦୁକୋଣ ନିଜ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋଣ ଏବଂ ରଣଭୀର ସିଂଙ୍କ ସହ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଛନ୍ତି । ସେହିପରି ଟିମ୍ ଇଣ୍ଡିଆକୁ ସମର୍ଥନ କରିବା ପାଇଁ ଶାହାରୁଖ ଖାନ ମଧ୍ୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଛନ୍ତି । ବିଶ୍ୱକପ ଫାଇନାଲକୁ ନେଇ ସାରା ଦେଶ ବହୁତ ଉତ୍ସାହ ।

ସେହିପରି କିଆରା ଅଡଭାନୀ-ସିଦ୍ଧାର୍ଥ ମଲହୋତ୍ରା, ରଣବୀର କପୁର, ସାହିଦ କପୁର-ମୀରା ରାଜପୁତ, ବିକି କୌଶଲ ଏବଂ ଅନ୍ୟ ବଲିଉଡ ତାରକାମାନେ ଟିମ୍ ଇଣ୍ଡିଆକୁ ସମର୍ଥନ କରିବାକୁ ଅହମ୍ମଦାବାଦରେ ପହଁଞ୍ଚିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+