ଦିନେ ୧୦୦ ଟଙ୍କିଆ ଭଡ଼ା ଘରେ ୨୪ ଜଣଙ୍କ ସହ ରହୁଥିଲେ ବଲିଉଡର ଏହି ସୁପରଷ୍ଟାର, ଫିଲ୍ମ ପାଇଁ ରହୁଥିଲେ ଭୋକରେ

Akshay Kumar: ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ 'Bade Miyan Chote Miyan' ରିଲିଜ୍ ଅପେକ୍ଷାରେ । ହେଲେ ଫିଲ୍ମକୁ ନେଇ ଖୁବ୍ ଖୁସ୍ ଅଛନ୍ତି ଖିଲାଡ଼ି କୁମାର, ଅନେକ ସମୟରେ ଟାଇଗର ସର୍ଫ ଏବଂ ଅକ୍ଷୟ କୁମାରଙ୍କୁ ଏକାଠି ଦେଖିବା ପାଇଁ ମିଳିଥାଏ । ତେବେ ଫିଲ୍ମର କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ବି ରହିଛି । ଇଦ୍‌ ଅବସରରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ହେଲେ ଆଜି ଆମେ ଆପଣଙ୍କୁ ଅଭିନେତା ଅକ୍ଷୟ କୁମାରଙ୍କ ଷ୍ଟ୍ରଗଲ୍ ବିଷୟରେ ଜଣାଇବୁ । ଆଜି ଦାମି ଦାମି ଗାଡ଼ିରେ ଏବଂ ବଡ଼ ବଙ୍ଗଲୋରେ ରହୁଥିବା ଅକ୍ଷୟ କୁମାର ଦିନେ ୧୦୦ ଟଙ୍କା ଦେଇ ଭଡ଼ା ଘରେ ରହୁଥିଲେ । ଆଜି ଅକ୍ଷୟ କୁମାର ହିନ୍ଦୀ ସିନେମାରେ ଏକ ବଡ ନାଁ । ହେଲେ ଏହି ସ୍ଥାନରେ ପହଞ୍ଚିବା ନଥିଲା ସହଜ । ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡିଥିଲା ।

Akshay Kumar

ତାଙ୍କ ଯାତ୍ରା ୧୦୦ ଟଙ୍କିଆ ଭଡ଼ା ଘରୁ ଆରମ୍ଭ ହୋଇଥିଲା । ଆଉ ଆଜି ସେ କୋଟି କୋଟି ସମ୍ପତ୍ତିର ମାଲିକ । ANI ସହିତ ଏକ ସାକ୍ଷାତକାର ସମୟରେ, ଅଭିନେତା ତାଙ୍କର ସଂଗ୍ରାମର ଦିନଗୁଡ଼ିକୁ ମନେ ପକାଇଛନ୍ତି । ଅକ୍ଷୟ କହିଥିଲେ ଚାନ୍ଦନୀ ଚୌକରେ ଗୋଟିଏ ରୁମରେ ଆମେ ୨୪ ଜଣ ରହୁଥିଲୁ, ଏପରିକି ସମସ୍ତେ ଘରେ ଥିଲେ କବାଟ ପର୍ଯ୍ୟନ୍ତ ଯିବା ପାଇଁ ମଧ୍ୟ ସ୍ଥାନ ନଥିଲା । ଜଣ ଜଣଙ୍କ ଉପରେ ଡେଇଁକି ଯିବା ପାଇଁ ପଡୁଥିଲା ।

ହେଲେ ପ୍ରତ୍ୟକ ଦିନ ଆମେ ଖୁସିର ରହୁଥିଲୁ । ଅକ୍ଷୟ ଆହୁରି କହିଛନ୍ତି ' ବର୍ତ୍ତମାନ ଆମ ପାଖରେ ସବୁକିଛି ଅଛି, ଟଙ୍କା ଅଛି ହେଲେ ବି ଆମେ ଦୁଃଖି । ସେତେବେଳେ ଆମେ ଡାଲି-ଭାତ ଖାଇକି ବି ଖୁସ୍ ଥିଲୁ । ସେ ଆହୁରି କହିଛନ୍ତି, ଏପରି ଦିନ ଥିଲା ଆମେ ଫିଲ୍ମ ଦେଖିବା ପାଇଁ ଗୋଟେ ଟାଇମ୍ ଖାଇବା ନ ଖାଇ ଟଙ୍କା ରଖୁଥିଲୁ ।

'Bade Miyan Chote Miyan' ଚଳଚ୍ଚିତ୍ର ଏପ୍ରିଲ ୧୦ ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଅକ୍ଷୟ ଏବଂ ଟାଇଗରଙ୍କ ବ୍ୟତୀତ ପ୍ରୀତିରାଜ ସୁକୁମାରନ୍, ମାନୁଶି ଚିଲର୍, ସୋନାକ୍ଷୀ ସିହ୍ନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+