Get Updates
Get notified of breaking news, exclusive insights, and must-see stories!

ପୂଜା ବଜାରରେ ଧମାଲ୍ କରିବ ୫ ଓଡ଼ିଆ ସିନେମା; ଦର୍ଶକଙ୍କ ମନ କିଏ ଜିତିବ ?

ପୂଜା ବଜାରରେ ଧମାଲ୍ କରିବ ୫ ଓଡ଼ିଆ ସିନେମା । ଚଳିତ ବର୍ଷ ପୂଜାରେ ଏକାଥରକେ ୪ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିବାକୁ ଯାଉଛି । ଆସନ୍ତା ୯ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ 'କର୍ମ', 'ଖୋକାଭାଇ', 'ଭିଲେନ୍‌‌' ଏବଂ ଦୁର୍ଗା'। ସେହିପରି ୪ ତାରିଖରେ 'ସନମ୍‌‌ ତୁ ସୁହାନା' ପ୍ରଥମେ ପୁରୀରେ ଏବଂ ପରେ ରାଜ୍ୟର ଅନ୍ୟ ହଲ୍‌‌ଗୁଡ଼ିକରେ ମୁକ୍ତିଲାଭ କରିଛି ।

ତେବେ ସିନେମାଗୁଡ଼ିକ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକମାନେ ଆଶା ରଖିଥିବାବେଳେ ସିନେମାଗୁଡ଼ିକର ଟ୍ରେଲର୍‌‌, ପୋଷ୍ଟର ଓ ଗୀତଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ପ୍ରଶଂସା ସାଉଁଟିଛି।

durga puja odia cinema

ଓଟିଟି ପ୍ଲାଟ୍‌‌ଫର୍ମ କଞ୍ଚାଲଙ୍କାରେ ରିଲିଜ୍‌‌ ହୋଇଛି 'ଗୁଡ୍ଡୁ ଗ୍ୟାଙ୍ଗ୍‌‌ଷ୍ଟର'। ଏହି ଆକ୍ସନ କମେଡି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି। ଏଥିରେ ମୁଖ୍ୟ ଚରିତ୍ର ଗୁଡ୍ଡୁ ଭୂମିକାରେ ଶୈଳେନ୍ଦ୍ର ରହିଥିବାବେଳେ ଗ୍ୟାଙ୍ଗ୍‌‌ଷ୍ଟର ଭାବେ ନଜର ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଶିବାନୀ, ଚୌଧୁରୀ ଜୟପ୍ରକାଶ ଦାସ ରହିଛନ୍ତି। ସେହିପରି ବିର୍ସାମୁଣ୍ଡା ଇଣ୍ଟରନ୍ୟାସ୍‌‌ନାଲ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଇଣ୍ଡିଆନ୍‌‌ ଫିଚର ଫିଲ୍ମ ଭାବେ ସ୍ଥାନ ପାଇଥିବା ସହ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ ହୋଇଥିଲା ଓଡ଼ିଆ ଫିଲ୍ମ 'ସୀତା।' ଆସନ୍ତା ୩ ତାରିଖରୁ ଏହି ସିନେମା ଓଟିଟିରେ ଦେଖିବାକୁ ମିଳିବ। ଏଥିରେ ମୁଖ୍ୟ ଭୂମିକାରେ ଦେବଯାନୀ ରହିଥିବାବେଳେ ଚୌଧୁରୀ ବିକାଶ ଓ ସମରେଶ ନଜର ଆସିବେ।

ଧୁମ୍‌‌ ମଚାଇବ ଅନୁଭବଙ୍କ 'କର୍ମ'

ସବୁଠୁ ଚର୍ଚ୍ଚାରେ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶିତ ଏବଂ ବର୍ଷା ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ସିନେମା 'କର୍ମ'ରେ ଦେଖିବାକୁ ମିଳିବ ଅନୁଭବ ମହାନ୍ତିଙ୍କ ଦମ୍‌‌ଦାର ଆକ୍ସନ, ଡ୍ରାମା ଓ ଡ୍ୟାନ୍ସ। ଏହାସହ ସୂର୍ଯ୍ୟମୟୀ, ଦିବ୍ୟାଦିଶାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କ ହୃଦୟସ୍ପର୍ଶ କରିବ। ଏଥିରେ ଅନୁଭବ ମହାନ୍ତି ଏକ ଅନେଷ୍ଟ ଇନ୍‌‌ଭେଷ୍ଟିଗେଟିଭ୍‌‌ ପୁଲିସ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମଟି ହଲ୍‌‌କୁ ଆସିବା ପୂର୍ବରୁ ଚିରିଙ୍ଗ୍‌‌ ଚିରିଙ୍ଗ୍‌‌ ଓ ଧିତାଙ୍ଗ୍‌‌ ଧିତାଙ୍ଗ୍‌‌ ଗୀତ ଦର୍ଶକଙ୍କ ମଧ୍ୟରେ ବେଶ୍‌‌ ଉତ୍କଣ୍ଠା ସୃଷ୍ଟି କରିଛି। ଅନୁପମ ପଟ୍ଟନାୟକଙ୍କ ଫିଲ୍ମ 'ପ୍ରତୀକ୍ଷା' ଜାତୀୟ ପୁରସ୍କାର ପାଇଥିବାବେଳେ ଏହି ସିନେମାଟି ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

ମନ ଜିଣିବ 'ଖୋକା ଭାଇ ତୁମ ପାଇଁ'
ଅକ୍ଷୟ ମହାନ୍ତିଙ୍କ ଗୀତକୁ ନୂଆ ରୂପରେ ଶୁଣିବେ ଶ୍ରୋତା। ଦଶହରାରେ ମୁକ୍ତିଲାଭ କରିବାକୁ ଥିବା 'ଖୋକାଭାଇ ତୁମ ପାଇଁ' ସିନେମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଖୋକା ଭାଇ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆଙ୍କର ସ୍ୱାଭିମାନ। ଏହି ସିନେମାରେ ଓଡ଼ିଶାବାସୀଙ୍କ ଭାବପ୍ରବଣତା ଯୋଡ଼ି ହୋଇଥିବା କୁହାଯାଉଛି। ସ୍ୱରାଜଙ୍କ ସହ ନବାଗତା ଲକି ମନୀଷା, ସରୋଜ ପରିଡ଼ା, ଉପାସନାଙ୍କୁ ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବେ ଦର୍ଶକ। ପ୍ରଥମ ଥର ପାଇଁ ନୂଆ ଯୋଡ଼ି ସ୍ୱରାଜ ଓ ମନୀଷାଙ୍କ ସହ ଅଭିନେତ୍ରୀ ଅଙ୍କିତା ଦାସଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ସିନେମାର ନିର୍ଦ୍ଦେଶନା ଗିରିଶ୍‌‌ ମହାନ୍ତି ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶୁଭେନ୍ଦୁ କୁମାର ସାହୁ ଓ ବିଷ୍ଣୁପ୍ରିୟା ସାହୁ।

ଭିଲେନ୍‌‌'ରେ ଗ୍ୟାଙ୍ଗ୍‌‌ଷ୍ଟର ଅର୍ଦ୍ଧେନ୍ଦୁ
ସେହିପରି ଆଉ ଏକ ଆକ୍ସନପ୍ୟାକ୍‌‌ଡ 'ଭିଲେନ୍‌‌' ମଧ୍ୟ ଏଥର ଦଶହରାରେ ଦର୍ଶକଙ୍କୁ ବେଶ୍‌‌ ମନୋରଞ୍ଜନ ଯୋଗାଇବ। ଏଥିରେ ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ଗ୍ୟାଙ୍ଗ୍‌‌ଷ୍ଟର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହାସହ ତମନ୍ନାଙ୍କ ଚୁଲ୍‌‌ବୁଲି ଅଭିନୟ ମଧ୍ୟ। ସେହିପରି ଉଷଶ୍ରୀ ମିଶ୍ର, ସମରେଶ, ବବି ମିଶ୍ର, ଶକ୍ତି ବରାଳ, ଇଲୁ ବାନାର୍ଜୀ ପ୍ରମୁଖ ଆଗଧାଡ଼ିର କଳାକାରଙ୍କ ଚିତ୍ତାକର୍ଷକ ଅଭିନୟ ଦେଖିବାକୁ ମିଳିବ। ଆଦିଲକ୍ଷ୍ମୀ ଏଣ୍ଟରଟେନ୍‌‌ମେଣ୍ଟ ବ୍ୟାନର୍‌‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା କେ. ମୁରଲୀକ୍ରିଷ୍ଣ ଦେଇଥିବାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଆଦିକନ୍ଦ ସାହୁ।

'ଦୁର୍ଗା'ରେ ନାରୀ ସଂଘର୍ଷର କାହାଣୀ
କୁମାର ପ୍ରିତମ ସାହୁଙ୍କ ପ୍ରଯୋଜନାରେ ଅନସମିସ ପ୍ରଡକ୍ସନ ବ୍ୟାନର୍‌‌ରେ ତାପସ ସରଘରିଆଙ୍କ ସମ୍ପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ନିର୍ମିତ ସିନେମା 'ଦୁର୍ଗା'ରେ ଦେଖିବାକୁ ମିଳିବ ନାରୀ ସଂଘର୍ଷର କହାଣୀ। ଜଣେ ନାରୀ କେତେବଳେ ଜନନୀ ତ ଆଉ କେତେବେଳେ ଭଗିନୀ, ଜାୟା ଏବଂ ପୁଣି କେତେବେଳେ ସର୍ବଂସହାଁ। ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ଭାଳିକୁ ଯାଇ ସେ କେଉଁ କେଉଁ ପରିସ୍ଥିତିର ସାମ୍ନା କରିଥାଏ ତାହା ଏହି ସିନେମା ମାଧ୍ୟମରେ ଦର୍ଶାଯାଇଛି। ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ପୁନମ୍‌‌ ମିଶ୍ର ରହିଥିବାବେଳେ ମୁମ୍ବାଇ ଅଭିନେତ୍ରୀ ଇଷା ତଲୱାର, ରାଜ ରାଜେଶ, ଅଭିଷେକ, ହରିହର ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଶାରଦୀୟ ପୂଜା ବଜାରରେ ସିନେମାଟି ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+