ଏହି ତାରିଖରେ ରିଲିଜ୍ ହେବ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି'ର ରିଜର୍
Dunki Teaser Release Date: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଡଙ୍କି'କୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଶାହାରୁଖ ଖାନ । ବର୍ତ୍ତମାନ ଫିଲ୍ମକୁ ନେଇ ଏକ ବଡ଼ ଅପଡେଟ୍ ପ୍ରକାଶ ପାଇଛି । ଯାହା ଶୁଣିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି । ରିପୋର୍ଟ ଅନୁସାରେ ଫିଲ୍ମର ଟିଜର ଶାହାରୁଖ ଖାନଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ। ଅର୍ଥାତ୍ ୨ ନଭେମ୍ବରରେ ଡଙ୍କିର ଦମଦାର ଟିଜର୍ ରିଲିଜ୍ ହେବ ।
କେବଳ ଏତିକି ନୁହେଁ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ କିଙ୍ଗ ଖାନଙ୍କ ପ୍ରଶଂସକଙ୍କୁ ମଧ୍ୟ ଏକ ବିଶେଷ ଉପହାର ଦେଇଛନ୍ତି। ଇ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନ ନିଜେ 'ଡଙ୍କି' ଟିଜର ଲଞ୍ଚ କାର୍ଯ୍ୟକ୍ରମର ଆୟୋଜନ କରିବେ। ସେନ୍ସର ବୋର୍ଡ ଫିଲ୍ମର ଟିଜରକୁ U ସାର୍ଟିଫିକେଟ୍ ଦେଇସାରିଛି । ଖାସ କଥା ହେଲା ଯେ, ଏକା ସହିତ ଫିଲ୍ମର ଦୁଇଟି ଟିଜର ରିଲିଜ୍ ହେବା ନେଇ ସୂଚନା ରହିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ତାଙ୍କ ଚଳଚ୍ଚିତ୍ର 'ଜୱାନ' ଏବଂ 'ପଠାନ' ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବାକୁ ଯାଉଛନ୍ତି। କିଙ୍ଗ ଖାନଙ୍କ ଆକ୍ସନ୍ ଅବତାର ଫିଲ୍ମ 'ଡଙ୍କି'ରେ ଦେଖିବାକୁ ମିଳିବ ନାହିଁ । ହେଲେ ଏହି ଫିଲ୍ମରେ ଦର୍ଶକ ଏପରି କିଛି ଦେଖିବେ ଯାହା ସେ ପୂର୍ବରୁ କେତେ ଦେଖି ନଥିବେ ।
ଶାହାରୁଖ ଖାନଙ୍କ ବ୍ୟତୀତ ଅଭିନେତ୍ରୀ ତାପସୀ ପନ୍ନୁ, ଦିଆ ମିର୍ଜା, ବମନ ଇରାନୀ ମଧ୍ୟ ଫିଲ୍ମ 'ଡଙ୍କି'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଭିକି କୌଶଲଙ୍କୁ ଏହି ଫିଲ୍ମରେ କ୍ୟାମୋ କରୁଥିବା ଦେଖିବାକୁ ମିଳିବା ନେଇ ସୂଚନା ରହିଛି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଏବଂ ଜ୍ୟୋତି ଦେଶପାଣ୍ଡେଙ୍କ ଦ୍ୱାରା ନିର୍ମିତ। ଏହି ଚଳଚ୍ଚିତ୍ରଟି ୟଶ ରାଜ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି।












Click it and Unblock the Notifications