'ସାଲାର' ଫିଲ୍ମ ପାଇଁ ଫିକା ପଡିଲା 'ଡଙ୍କି'! କିଙ୍ଗ୍ ଖାନଙ୍କ ସିନେମା ଦ୍ୱିତୀୟ ଦିନ କଲା ଏତିକି କୋଟିର ଆୟ
Dunki Box Office Collection Day 2: ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଡଙ୍କି' ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରିଛି । 21 ଡିସେମ୍ବରରେ ଏହି ସିନେମା ରିଲିଜ୍ ହୋଇଥିଲା । ପ୍ରଥମ ଦିନରେ କିଙ୍ଗ୍ ଖାନଙ୍କ ଫିଲ୍ମ 30 କୋଟିର ବ୍ୟବସାୟ କରି ଓପନିଂ କରିଥିଲା । ଶାହାରୁଖ ଖାନଙ୍କ ଫିଲ୍ମ ରିଲିଜ୍ ହେବାର ପରଦିନ ପ୍ରଭାସଙ୍କ ସିନେମା ସାଲାର ଥିଏଟରରେ ରିଲିଜ୍ ହୋଇଛି ହେଲେ ଏହାର କୌଣସି ପ୍ରଭାବ ଫିଲ୍ମ ଡଙ୍କି ଉପରେ ପଡିନାହିଁ । ଦ୍ୱିତୀୟ ଦିନ ମଧ୍ୟ ସିନେମାଟି ଜବରଦସ୍ତ ଆୟ କରିବାରେ ସଫଳ ହୋଇଛି ।
ରିପୋର୍ଟ ଅନୁସାରେ, 'ଡଙ୍କି' ରିଲିଜର ଦ୍ୱିତୀୟ ଦିନ ପାଇଁ 9.05 କୋଟି ଟଙ୍କା ଆଗୁଆ ବୁକିଂ ହୋଇଥିଲା । ବର୍ତ୍ତମା ଫିଲ୍ମର ଦ୍ୱିତୀୟ ଦିନର ଆୟ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନଙ୍କ ଫିଲ୍ମ ଘରୋଇ ବକ୍ସ ଅଫିସରେ ଏପର୍ଯ୍ୟନ୍ତ 11.7 କୋଟି ଟଙ୍କା ଆୟ କରିଛି। ଏହା ସହିତ ଫିଲ୍ମର ଦୁଇ ଦିନର ମୋଟ ସଂଗ୍ରହ 41.7 କୋଟି ଟଙ୍କା ରହିଛି ।

ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' 21 ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବାବେଳେ ପ୍ରଭାସଙ୍କ ଫିଲ୍ମ ସାଲାର 22 ଡିସେମ୍ବରରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ବକ୍ସ ଅଫିସରେ ଦୁଅ ସୁପରଷ୍ଟାରଙ୍କ ଫିଲ୍ମ ମଧ୍ୟରେ କଡ଼ା ଟକ୍କର ଦେଖିବା ପାଇଁ ମିଳୁଛି । ହେଲେ କିଙ୍ଗ୍ ଖାନଙ୍କ ସିନେମାର ଆୟ ଉପରେ କୌଣସି ପ୍ରଭାବ ପଡି ନାହିଁ । ସୋସିଆଲ ମିଡିଆରେ ଶାହାରୁଖ ଫିଲ୍ମର ଜବରଦସ୍ତ କ୍ରେଜ୍ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications