ମଦ ପିଇ ରାସ୍ତାରେ ବୁଲିଲେ ସନ୍ନି ଦେଓଲ! ଜାଣନ୍ତୁ ଭିଡିଓର ସତ୍ୟତା

Sunny Deol Viral Video: ବଲିଉଡ ଅଭିନେତା ସନ୍ନି ଦେଓଲ ଚଳିତ ବର୍ଷ 'ଗଦର 2' ଫିଲ୍ମ ସହିତ ବଡ ପରଦାରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ଦୀର୍ଘ ଦିନ ପରେ ଅଭିନେତାଙ୍କ ଫିଲ୍ମ ବ୍ଲକବଷ୍ଟର ହୋଇଥିଲା ଏବଂ ଏହି ଫିଲ୍ମ ପରେ ଅଭିନେତା ମଧ୍ୟ ବେଶ୍ ଲାଇମ ଲାଇଟରେ ରହିଥିଲେ । ବର୍ତ୍ତମାନ ଅଭିନେତାଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ପ୍ରଶଂସକମାନଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଥିଲା ।

ଏହି ଭାଇରାଲ ଭିଡିଓରେ ସନ୍ନିଙ୍କୁ ମଦ୍ୟପାନ କରି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ଅଭିନେତାଙ୍କ ସହ କ'ଣ ଘଟିଛି ତାହା ଜାଣିବା ପାଇଁ ପ୍ରଶଂସଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ ଅଭିନେତାଙ୍କୁ ଏପରି ମଦ୍ୟପାନ କରି ମୁମ୍ବାଇର ରାସ୍ତାରେ ବୁଲୁଥିବାର ଦେଖିବା ପାଇଁ ମିଳିଥିଲା । ଏହି ସମୟ ମଧ୍ୟରେ ତାଙ୍କ ଚାରିପାଖରେ ଯାନବାହନ ଚାଲୁଥିବାର ଦେଖିବାକୁ ମିଳିଥିଲା ​​। ଶେଷରେ ସନ୍ନି ଦେଓଲଙ୍କ ଅବସ୍ଥା ଦେଖି ଜଣେ ଅଟୋ ଡ୍ରାଇଭର ଅଟକି ଯାଇ ସନ୍ନି ପାଜିଙ୍କୁ ହାତ ଧରି ନିଜ ଅଟୋରେ ବସାଇଥିଲା ।

ବର୍ତ୍ତମାନ ଅଭିନେତା ସନ୍ନି ନିଜେ ଏହି ଭାଇରାଲ ଭିଡିଓ ପଛରେ ଥିଲା ସତ୍ୟତାର ଖୁଲାସା କରିଛନ୍ତି । ସନ୍ନି ନିଜ ଏକ୍ସ ଏକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ନିଜ ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ୱେଲ୍ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଭିଡିଓଟି ହେଉଛି ଅଭିନେତାଙ୍କ ଆଗାମୀ ଫିଲ୍ମ 'ସଫର'ର ଏକ ସିନ୍ ।

Sunny Deol

ସୂଚନଥାଉ ଯେ, ଏହି ଚଳଚ୍ଚିତ୍ର ମରାଠୀ ଫିଲ୍ମ ପ୍ରଭାସର ରିମେକ୍ ଏବଂ ଏହି ସିନେମାକୁ ଉଦ୍ରପୁରକର ନିର୍ଦ୍ଦେଶନା ଦେଇଛନ୍ତି । ଯେଉଁଥିରେ ଅଭିନେତା ସନ୍ନି ଦେଓଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଶେଷ ଥର ପାଇଁ ସନ୍ନି ଦେଓଲ ଫଲ୍ମ ଗଦର-2ରେ ଦେଖିବା ପାଇଁ ମିଳିଥିଲା । ଯେଉଁଥିରେ ତାଙ୍କ ସହ ଆମୀଷା ପଟେଲ ନଜର ଆସିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହା 2001ରେ ରିଲିଜ୍ ହୋଇଥିଲା ଫିଲ୍ମ ଗଦରର ସିକ୍ୱେଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+