କ୍ରୁଜ୍ ଡ୍ରଗ୍ସ ମାମଲା: ଆର୍ଯ୍ୟନ୍ ଖାନଙ୍କୁ କ୍ଲିନ୍ ଚିଟ୍
ମୁମ୍ବାଇର ପ୍ରସିଦ୍ଧ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ କୋର୍ଟରୁ ମିଳିଲା କ୍ଲିନ୍ ଚିଟ୍ । ଏନଡିପିଏସ କୋର୍ଟରେ ଶୁକ୍ରବାର ଏନସିବି ଆର୍ଯ୍ୟନ୍ ଖାନଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି ।
ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ କୋର୍ଟରୁ ମିଳିଲା କ୍ଲିନ୍ ଚିଟ୍ । ଏନଡିପିଏସ କୋର୍ଟରେ ଶୁକ୍ରବାର ଏନସିବି ଆର୍ଯ୍ୟନ୍ ଖାନଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି । ଦାଖଲ ହୋଇଥିବା ଚାର୍ଜସିଟରେ ଆର୍ଯ୍ୟନ୍ ଖାନଙ୍କ ନାମ ଉଲ୍ଲେଖ ନଥିଲା । ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ ।

କ୍ରୁଜ୍ ଡ୍ରଗ୍ସ ମାମଲାରେ ବର୍ତ୍ତମାନସୁଦ୍ଧା ଚାର୍ଟସିଟରେ ମୁନ୍ମୁନ୍ ଧମେଚା ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ କ୍ଲିନ୍ ଚିଟ୍ ମିଳିନାହିଁ । ଡ୍ରଗ୍ସ ମାମଲାରେ ଉଭୟଙ୍କୁ ଅଭିଯୁକ୍ତ ବୋଲି ଉଲ୍ଲେଖ କରାଯାଇଛି । 6 ଜଣଙ୍କ ବିରୋଧରେ କୌଣସି ପ୍ରମାଣ ମିଳିଲା ନାହିଁ । ଯେଉଁମାନଙ୍କ ବିରୁଦ୍ଧରେ ପ୍ରମାଣ ମିଳିଲା ନାହିଁ ସେମାନଙ୍କ ମଧ୍ୟରେ ଆର୍ଯ୍ୟନ୍ ଖାନ ରହିଛନ୍ତି । ବାକି 14 ଜଣଙ୍କ ବିରୋଧରେ କ୍ରୁଜ୍ ଡ୍ରଗ୍ସରେ ଏକ ମାମଲା ରୁଜୁ କରାଯାଇଛି । ତାଙ୍କୁ ଏକ କ୍ଲିନ୍ ଚିଟ୍ ମିଳିନାହିଁ ।
ଗତ ଅକ୍ଟୋବର 2ତାରିଖରେ ମୁମ୍ବାଇର ଏକ କ୍ରୁଜରେ ପାର୍ଟି ଚାଲିଥିବା ବେଳେ ଚଢାଉ କରିଥିଲା ଏନସିବି ଟିମ୍ । ଯେଉଁଥିରେ ଆର୍ଯ୍ୟନ୍ ଖାନଙ୍କ ସମେତ ମୋଟ 19 ଜଣଙ୍କୁ ଗିରଫ କରାଯାଇଥିଲା । ଯାହା ପରେ ସମସ୍ତ ଅଭିଯୁକ୍ତ ବିଭିନ୍ନ ସମୟରେ ଜାମିନରେ ବାହାରକୁ ଆସିଥିଲେ। ଜଣେ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି । ଏହି ମାମଲାରେ 28ଦିନ ଧରି ଜେଲରେ ରହିବା ପରେ ଅକ୍ଟୋବର 28ତାରିଖରେ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିଥିଲା ।












Click it and Unblock the Notifications