ଜାମିନ ପାଇଲେ 'କମେଡି କ୍ୱିନ' : ଘରୁ ମିଳିଥିଲା ଗଞ୍ଜେଇ
କମେଡି କ୍ୱିନ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଜାମିନ ମିଳିଛି ।
ମୁମ୍ବାଇ : କମେଡି କ୍ୱିନ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଜାମିନ ମିଳିଛି । ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା ।
ଘଟଣାରୁ ପ୍ରକାଶ ଯେ, ଡ୍ରଗ୍ସ କାରବାରକୁ ନେଇ ଏନସିବି ତାର ଅପରେସନ ଜୋରଦାର୍ କରିଛି । ଏହି କ୍ରମରେ ବଲିଉଡ୍ କଳାକାରଙ୍କୁ ଗିରଫ ଏବଂ ପଚରାଉଚରା ମଧ୍ୟ କରିଛି । ବଲିଉଡ୍ କଳାକାରମାନଙ୍କୁ ଡ୍ରଗ୍ସ ଚାଲାଣ କରୁଥିବା ବେପାରିମାନଙ୍କୁ ମଧ୍ୟ ଏନସିବି ଗିରଫ କରିଛି । ଏହି କ୍ରମରେ ଜଣେ ଡ୍ରଗ୍ସ ବେପାରୀଙ୍କ ଠାରୁ ସୂଚନା ପାଇ ଗତ ଶନିବାର ଏନସିବି କମେଡି କ୍ୱିନ ଭାରତୀଙ୍କ ତିନୋଟି ଘରେ ଏକା ସାଙ୍ଗରେ ଚଢାଉ କରିଥିଲା ।

ଏଥିସହ ଘରୁ 85 ଗ୍ରାମର ଗଞ୍ଜେଇ ଜବତ କରିଥିଲା । ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କୁହାଯାଇଥିଲା । ଭାରତୀଙ୍କୁ ଦୀର୍ଘ ଛଅ ଘଣ୍ଟାର ଜେରା ପରେ ଶେଷରେ ତାଙ୍କୁ ଓ ପରବର୍ତ୍ତି ପର୍ଯ୍ୟାରେ ତାଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି ଗିରଫ କରିଥିଲା । ପୁଲିସ ଉଭୟଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ନେଇଥିଲା । ପଚରାଉଚରା ସମୟରେ ଭାରତୀ ଗଞ୍ଜେଇ ନେଉଥିବା ମାନିଥିଲେ । ଏହାପରେ ଉଭୟଙ୍କୁ ରବିବାର କୋର୍ଟରେ ହାଜର କରିଥିଲା । ଆଜି ସେମାନଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।












Click it and Unblock the Notifications