ଏହି OTT' ପ୍ଲାଟଫର୍ମରେ ରିଲିଜ୍ ହେବ Drishyam 2
ଏହି OTT' ପ୍ଲାଟଫର୍ମରେ ରିଲିଜ୍ ହେବ Drishyam 2, ଜାଣନ୍ତୁ କେଉଁ ତାରିଖରେ ହେବ ରିଲିଜ୍
ମୁମ୍ବାଇ: ରିଲିଜ୍ ହେବା ପରଠୁ ଚର୍ଚ୍ଚା, ପ୍ରଶଂସା ସାଉଁଟିବା ସହ ଲାଇମଲାଇଟରେ ରହିଛି ଫିଲ୍ମ 'ଦୃଶ୍ୟମ ୨' । ଅଜୟ ଦେବଗନଙ୍କ ଅଭିନୀତ ଏହି ୧୮ ନଭେମ୍ବରରେ ମୁକ୍ତିଲାଭ କରିଥିଲା । ଫିଲ୍ମଟି ଓପିନିଂ ଦିନରୁ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି ଏବଂ ଫିଲ୍ମ ବକ୍ସ ଅଫିସରେ ନିଜ ଧମାଲ୍ କରୁଛି । ସିନେମା ହଲରେ 'ଦୃଶ୍ୟମ ୨' ଏକ ଭଲ କଲେକ୍ସନ୍ କରୁଛି । ଅକ୍ଷୟ ଖାନ୍ନା, ତବୁ ଏବଂ ଶ୍ରେୟା ସରନ୍ ଏହି ଫିଲ୍ମରେ ମୂଖ୍ୟ ଭୂମିକାରେ ନଜର ଆସୁଛନ୍ତି । ପ୍ରତ୍ୟକ କଳାକାରଙ୍କ ନିପୁଣ ଅଭିନୟ ଫିଲ୍ମର ଚାରଚାନ୍ଦ ଲଗାଇଛି । ଏହାରି ମଧ୍ୟ ଫିଲ୍ମର OTT'ରିଲିଜ୍ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଖବରଟି ଫ୍ୟାନ୍ସଙ୍କ ଉତ୍ସାହକୁ ମଧ୍ୟ ବଢାଇ ଦେଇଛି ।

'ଦୃଶ୍ୟମ ୨' ଫିଲ୍ମ ଦେଖିବା ପାଇଁ ସିନେମା ହଲରେ ନାହିଁ ନ ଥିବା ଭିଡ ଦେଖିବା ପାଇଁ ମିଳୁଛି । ରିପୋର୍ଟ ଅନୁସାରେ ଶନିବାର-ରବିବାର ଦେଶର ପ୍ରାୟତଃ ସିନେମା ହଲ ହାଇସ୍ ଫୁଲ ରହିଥିଲା । ଅଜୟ ଦେବଗନ୍, ତବୁ, ଅକ୍ଷୟ ଖାନ୍ନା ଏବଂ ସାଉଥ୍ ସୁନ୍ଦରୀ ଶ୍ରେୟାଙ୍କ ଅଭିନୟ ସହ ଫିଲ୍ମର କାହାଣୀ ଦର୍ଶକଙ୍କ ମନ ଜିଣୁଛି । 'ଦୃଶ୍ୟମ୍ ୨'ରେ ଆଇଜି ମିରାଙ୍କ (ତବୁ) ପୁଅର ଶବ ମିଳୁଛି କି ନାହିଁ ? ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି? ବିଜୟ (ଅଜୟ ଦେବଗନ୍) ଏବଂ ତାଙ୍କ ପରିବାର ସହିତ କ'ଣ ହେଉଛି ଜାଣିବା ପାଇଁ ମଧ୍ୟ ଚାହୁଁଛନ୍ତି ସିନେପ୍ରେମୀ । 'ଦୃଶ୍ୟମ ୨'କୁ ଦର୍ଶକ ଏବଂ ସମାଲୋଚକମାନଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି । ଏହି ସମୟରେ ଚର୍ଚ୍ଚା ଜୋରଧରିଛି ଯେ 'ଆମାଜନ ପ୍ରାଇମ ଭିଡିଓ' ଫିଲ୍ମର ଡିଜିଟାଲ ରାଇଟସ୍ କିଣିଛି ସାରିଛି ।
ତେବେ ଖୁବ୍ ଶୀଘ୍ର ଆପଣ ଏହି ଚଳଚ୍ଚିତ୍ରକୁ ନିଜ ଘରେ ଆରାମରେ ଉପଭୋଗ କରିପାରିବେ, ତେବେ କୌଣସି ଚଳଚ୍ଚିତ୍ରର ରିଲିଜ୍ ଏବଂ ଏହାର OTT ପ୍ରିମିୟର୍ ମଧ୍ୟରେ ଅତି କମରେ ୫ ସପ୍ତାହ ବ୍ୟବଧାନ ରହିବ । ସେହି ଅନୁଯାୟୀ, ଡିସେମ୍ବର କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ 'ଦୃଶ୍ୟମ ୨'କୁ ପ୍ରାଇମ୍ ଭିଡିଓରେ ଦେଖିବାର ମୌକା ପାଇବେ ଦର୍ଶକ ।
-
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା .....












Click it and Unblock the Notifications