ରିଲିଜ୍ ହେଲା 'ଦୃଶ୍ୟମ ୨' ଟ୍ରେଲର
'ଦୃଶ୍ୟମ ୨'ଟ୍ରେଲର ରିଲିଜ୍ ହୋଇଯାଇଛି
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କର ବହୁ ପ୍ରତିକ୍ଷିତ ଫିଲ୍ମ 'ଦୃଶ୍ୟମ ୨'ଟ୍ରେଲର ରିଲିଜ୍ ହୋଇଯାଇଛି । ୨୦୧୫ ମସିହାରେ ଆସିଥିବା ଅଜୟଙ୍କ ଫିଲ୍ମ 'ଦୃଶ୍ୟମ 'ର ସଫଳତା ପରେ ନିର୍ମାତାମାନେ ଏହି ସୁପରହିଟ୍ ଫିଲ୍ମର ପାର୍ଟ-୨ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ । ସସପେନ୍ସରେ ପରିପୂର୍ଣ୍ଣ 'Drishyam ୨' ର ଟ୍ରେଲର ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି । ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ 'Drishyam ୨'ର ଟ୍ରେଲରକୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି ।

ଅଜୟ ଦେବଗନ ଫିଲ୍ମ କାହାଣୀ ବିଷୟରେ ଦେଲେ ସୂଚନା
ଅଜୟ ଦେବଗନ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ସେୟାର କରିବା ସହ କ୍ୟାପସନରେ କାହାଣୀ ବିଷୟରେ ସୂଚନା ଦେଇଛନ୍ତି, ସେ ଲେଖିଛନ୍ତି ଯେ 'ସତ୍ୟ ଗଛର ମଞ୍ଜି ପରି, ଯାହାକୁ ତୁମେ କବର ଦେବାକୁ ଚାହୁଁଛ, ତାହା ଦିନେ ନିଶ୍ଚୟ ବାହାରକୁ ଆସିବ ।
Drishyam ୨' ର ପୋଷ୍ଟର ମଧ୍ୟ ରିଲିଜ୍ ହୋଇସାରିଛି
ଏହା ପୂର୍ବରୁ ଶନିବାର ଦିନ ଅଜୟ ଦେବଗନ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'Drishyam ୨' ପୋଷ୍ଟର ସେୟାର କରିଥିଲେ । ସେହିପରି ସେପ୍ଟେମ୍ବର ୨୯ରେ 'Drishyam 2'ର ଟିଜର ରିଲିଜ୍ ହୋଇଥିଲା । ଏହି ଟିଜରରେ ଫିଲ୍ମର ପାର୍ଟ ୧ର ଅନେକ ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳୁଛି । ଆଇଜି ମିରା ଦେଶମୁଖ (ତବୁ)ଙ୍କ ଏକମାତ୍ର ପୁତ୍ର ସମୀର ଦେଶମୁଖ କିପରି ବିଜୟଙ୍କ(ଅଜୟ ଦେବଗନ) ପରିବାର ପାଇଁ ଏକ ବିପଦ ହୋଇ ଆସୁଛି । ଯେଉଁ ବିପଦରୁ ମୁକ୍ତି ପାଇବା ପାଇଁ ବିଜୟଙ୍କ ପରିବାର ପ୍ରୟାସ କରୁଛି ଓ ଏହାରି ମଧ୍ୟରେ ସମୀରଙ୍କର ମୃତ୍ୟୁ ହୋଇଯାଉଛି । ଯାହାକୁ ନେଇ ଫିଲ୍ମର କାହାଣୀ ଗତିଶିଳ ।
କେବେ ମୁକ୍ତିଲାଭ କରିବ?
ଅଜୟ ଦେବଗାନଙ୍କ 'Drishyam ୨'ର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇ ସାରିଛି । ଆସନ୍ତା ମାସରେ ଅର୍ଥାତ୍ ନଭେମ୍ବର ୧୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଅଜୟଙ୍କ ସହ ଅଭିନେତ୍ରୀ ତବୁ, ଶ୍ରେୟା ସରଣ ଏବଂ ଇଶିତା ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ।












Click it and Unblock the Notifications