ଅପରାଧ ସ୍ୱୀକାର କରିବେ କି ଅଜୟ ଦେବଗନ୍ ନା ରହିଛି କିଛି ରହସ୍ୟ !
ଅପରାଧ ସ୍ୱୀକାର କରିବେ କି ଅଜୟ ଦେବଗନ୍ ନା ଅଛି କିଛି ରହସ୍ୟ !
Drishyam 2 Teaser: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦୃଶ୍ୟମ ୨'ର ଟିଜର ରିଲିଜ୍ ହୋଇଛି । 2015 ମସିହାରେ ଆସିଥିବା ଅଜୟଙ୍କ ଫିଲ୍ମ 'ଦୃଶ୍ୟମ 'ର ସଫଳତା ପରେ ନିର୍ମାତାମାନେ ଏହି ସୁପରହିଟ୍ ଫିଲ୍ମର ପାର୍ଟ-୨ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ । ସସପେନ୍ସରେ ପରିପୂର୍ଣ୍ଣ 'Drishyam ୨' ର ଟିଜର ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି । ଏହି ଟିଜରରେ ଅଜୟ ଦେବଗନ ନିଜ ଅପରାଧ ସ୍ୱୀକାର କରୁଥିବାର ଦେଖିବାକୁ ମିଳିଛି ।

ହିନ୍ଦୀ ସିନେମାର ଅନ୍ୟତମ ପ୍ରସିଦ୍ଧ ଅଭିନେତା ଅଜୟ ଦେବଗନ୍ ଗୁରୁବାର ଦିନ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମ 'Drishyam 2'ର ଟିଜର ପୋଷ୍ଟ କରିଛନ୍ତି । ଏହି ଟିଜରରେ ଫିଲ୍ମର ପାର୍ଟ ୧ର ଅନେକ ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳୁଛି । ଆଇଜି ମିରା ଦେଶମୁଖ (ତବୁ)ଙ୍କ ଏକମାତ୍ର ପୁତ୍ର ସମୀର ଦେଶମୁଖ କିପରି ବିଜୟଙ୍କ(ଅଜୟ ଦେବଗନ) ପରିବାର ପାଇଁ ଏକ ବିପଦ ହୋଇ ଆସୁଛି । ଯେଉଁ ବିପଦରୁ ମୁକ୍ତି ପାଇବା ପାଇଁ ବିଜୟଙ୍କ ପରିବାର ପ୍ରୟାସ କରୁଛି ଓ
ଏହାରି ମଧ୍ୟରେ ସମୀରଙ୍କର ମୃତ୍ୟୁ ହୋଇଯାଉଛି । ଯାହାକୁ ନେଇ ଫିଲ୍ମର କାହାଣୀ ଗତିଶିଳ । 'Drishyam 2' ଟିଜର ରିଲିଜ୍ ହେବା ପରଠୁ ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି । ଦର୍ଶକଙ୍କୁ ମଧ୍ୟ ଏହି ଟିଜର ବେଶ ପସନ୍ଦ ଆସୁଛି ।
କେବେ ମୁକ୍ତଲାଭ କରିବ Drishyam 2
ଅଜୟ ଦେବଗନ୍ ଏହି ଟିଜର ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ 'ବିଜୟ ଏବଂ ତାଙ୍କ ପରିବାରର କାହାଣୀ ଆପଣଙ୍କର ମନେ ଥିବ, ନା ମନେ ପକାଇଦେବୁ' । ଅଜୟ ଦେବଗନ୍, ଦକ୍ଷିଣ ଅଭିନେତ୍ରୀ ଶ୍ରେୟା ସରନ୍, ଇଶିତା ଦତ୍ତା, ତବୁ ଏବଂ ଅକ୍ଷୟ ଖାନ୍ନା ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଆସନ୍ତା ନଭେମ୍ବର ୧୮ରେ ଏହି ସିନେମାଟି ରିଲିଜ୍ ହେବା ପାଇଁ ଯାଉଛି ।
ଫିଲ୍ମ Drishyamରେ ଏକ ସାଧାରଣ ପରିବାରର କାହାଣୀ ଦେଖିବା ପାଇଁ ମିଳିଥିଲା । ଯାହାକୁ ଦର୍ଶକଙ୍କର ବେଶ ଭଲ ପାଇବା ମିଳିଥିଲା । ଅଜୟ ଦେବଗନଙ୍କ ଅଭିନୟକୁ ଖୁବ ପସନ୍ଦ କରିଥିଲେ ଦର୍ଶକ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications