ସିନେପ୍ରେମୀଙ୍କୁ 'ଦୃଶ୍ୟମ ୨ 'ର ନିର୍ମାତା ଦେଲେ ବମ୍ପର ଅଫର୍
ସିନେପ୍ରେମୀଙ୍କୁ 'ଦୃଶ୍ୟମ ୨ 'ର ନିର୍ମାତା ଦେଲେ ବମ୍ପର ଅଫର୍
ମୁମ୍ବାଇ: ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ 'ର ପ୍ରଥମ ଭାଗ ସୁପରହିଟ୍ ହୋଇଥିଲା । ଚଳଚ୍ଚିତ୍ରର ଦ୍ୱିତୀୟ ଭାଗର ଟ୍ରେଲର ରିଲିଜ୍ ହେବା ପରଠୁ ହିଁ ଫିଲ୍ମଟି କ୍ରମାଗତ ଭାବରେ ହେଡଲାଇନରେ ରହିଆସୁଛି । ପ୍ରତିଦିନ ଫିଲ୍ମକୁ ନେଇ ନୂଆ ନୂଆ ଅପଡେଟ୍ ମଧ୍ୟ ମେକର୍ସଙ୍କ ପକ୍ଷରୁ ଦିଆଯାଉଛି । ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କର ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ମିଳିଛି । ଏହାରି ମଧ୍ୟରେ ଫିଲ୍ମକୁ ନେଇ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ରହିଛି ।

'ଦୃଶ୍ୟମ ୨ 'ର ନିର୍ମାତାମାନେ ଦେଲେ ବମ୍ପର ଅଫର୍
ସାରା ଦେଶରେ ଦିପାବାଳୀ ପାଳନ କରାଯାଉଛି । ଅନ୍ୟପକ୍ଷରେ ଫିଲ୍ମକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି । ଦିପାବାଳୀର ମାହୋଲକୁ ନଜରରେ ରଖି ଫିଲ୍ମନିର୍ମାତା ଦର୍ଶକଙ୍କୁ ଏକ ବିଶେଷ ଅଫର ଦେଇଛନ୍ତି । ସୂଚନା ରହିଛି ଯଦି ଆପଣ ଆଜି ଓ କାଲି ଅର୍ଥାତ୍ ୨୪ ଓ ୨୫ ତାରିଖ ମଧ୍ୟରେ ଫିଲ୍ମ 'ଦୃଶ୍ୟମ ୨'ର ଟିକେଟ୍ ବୁକ୍ କରନ୍ତି ତେବେ ଆପଣଙ୍କୁ ୨୫ ପ୍ରତିଶତ କମ୍ ମୂଲ୍ୟରେ ଟିକେଟ ମିିଳିବ । ତରନ ଆଦର୍ଶଙ୍କ ଦ୍ୱାରା ସେୟାର କରାଯାଇଥିବା ଟୁଇଟ୍ ଅନୁଯାୟୀ, ଦିପାବାଳୀ ଅବସରରେ 'ଦୃଶ୍ୟମ ୨ ' ପାଇଁ ଟିକେଟ ବୁକିଂ ଉପରେ ୨୫% ରିହାତି ରହିଛି ।
DIWALI GIFT FROM ‘DRISHYAM 2’ TEAM: 25% OFF ON TICKETS FOR RELEASE DAY… Team #Drishyam2 announces a special offer on the auspicious occasion of #Diwali… Book tickets on 24 and 25 Oct 2022 and get 25% off on tickets for *release day* ONLY… OFFICIAL ANNOUNCEMENT… pic.twitter.com/M1xS7tlpCr
— taran adarsh (@taran_adarsh) October 24, 2022
ଏହା ପୂର୍ବରୁ ୫୦ପ୍ରତିଶତ ରିହାତି ଅଫର ଥିଲା
'ଦୃଶ୍ୟମ ୨'ର ନିର୍ମାତାଙ୍କଠାରୁ ଦର୍ଶକଙ୍କ ପାଇଁ ଏହା ହେଉଛି ଦ୍ୱିତୀୟ ଅଫର୍ । ଏହା ପୂର୍ବରୁ ଘୋଷଣା କରାଯାଇଥିଲା ଯେ ଅକ୍ଟୋବର ୨ରେ ଫିଲ୍ମ ଟିକେଟ ବୁକିଂ ଉପରେ ୫୦ ପ୍ରତିଶତ ରିହାତି ମିଳିବ । ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ଏହି ସୂଚନା ଦେଇଥିଲେ । କାରଣ ଅକ୍ଟୋବର ୨ ତାରିଖ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ କାହାଣୀ ଫିଲ୍ମରେ ଦେଖିବା ପାଇଁ ମିଳିବ । ସେପଟେ ଫିଲ୍ମର କାହାଣୀକୁ ନେଇ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଗୁଜବ ସୃଷ୍ଟି ହେଉଛି ।
କେବେ ମୁକ୍ତିଲାଭ କରିବ?
ଅଜୟ ଦେବଗାନଙ୍କ 'Drishyam ୨'ର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇ ସାରିଛି । ଆସନ୍ତା ମାସରେ ଅର୍ଥାତ୍ ନଭେମ୍ବର ୧୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ଅଜୟଙ୍କ ସହ ଅଭିନେତ୍ରୀ ତବୁ, ଶ୍ରେୟା ସରଣ ଏବଂ ଇଶିତା ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ।












Click it and Unblock the Notifications