Get Updates
Get notified of breaking news, exclusive insights, and must-see stories!

ଲିକ୍ ହେଲା ଫିଲ୍ମ 'Drishyam 2', ଅନଲାଇନ୍ ଦେଖୁଥିଲେ ପଡିପାରନ୍ତି ଅସୁବିଧାରେ

ଲିକ୍ ହେଲା ଫିଲ୍ମ 'Drishyam 2', ଅନଲାଇନ୍ ଦେଖୁଥିଲେ ପଡିପାରନ୍ତି ଅସୁବିଧାରେ

ମୁମ୍ବାଇ:ନିର୍ଦ୍ଦେଶକ ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଫିଲ୍ମ 'Drishyam 2' ଆଜି ପ୍ରେକ୍ଷାଳୟରେ ରିଲିଜ୍ ହୋଇଯାଇଛି । ସୁପରଷ୍ଟାର ଅଜୟ ଦେବଗନ୍ ଏବଂ ତବୁ ଷ୍ଟାରର ଏହି ଫିଲ୍ମକୁ ବେଶ୍ ଉତ୍ସହର ସହ ଅପେକ୍ଷା କରିଥିଲେ ପ୍ରଶଂସକ । କିନ୍ତୁ ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ଏହି ଥ୍ରୀଲର ଫିଲ୍ମ ' ଦୃଶ୍ୟମ ୨'କୁ ଲାଗିଛି ବଡ଼ ଝଟକା । ସୂଚନା ରହିଛି ଯେ ଓପନିଂ ଡେ'ରେ ଫିଲ୍ମ ' ଦୃଶ୍ୟମ ୨'ର ଅନଲାଇନ୍ ଲିଲ୍ ହୋଇଯାଇଛି । ଏବେ ଅନେକ ୱେବସାଇଟରେ ଏହି ଫିଲ୍ମ ଦେଖିବା ପାଇଁ ମିଳୁଛି ।

Drishyam 2

ଅନଲାଇନ୍ ଲିକ୍ ହେଲା ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ ୨'

ନଭେମ୍ବର ୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ' ଦୃଶ୍ୟମ ୨' ଚଳଚ୍ଚିତ୍ର ସମାଲୋଚକମାନଙ୍କଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି । କେବଳ ଏତିକି ନୁହେଁ,ଫିଲ୍ମ ଦେଖିବା ପରେ ଅନେକ ଲୋକେ ଏବେ ସୋସିଆଲ ମିଡିଆରେ ଏହି ଚଳଚ୍ଚିତ୍ର ପାଇଁ ସକାରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି । ହେଲେ ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ଓ ଷ୍ଟାରଙ୍କୁ ଲାଗିଛି ଝଟକା । ବଲିଉଡ ଲାଇଫ୍ ରିପୋର୍ଟ ଅନୁସାରେ, 'ଦୃଶ୍ୟମ ୨' ତାମିଲ ରକର୍ସ, ଟେଲିଗ୍ରାମ, ଫ୍ଲିମି ଜିଲ୍ଲା ଏବଂ ମୋଭିରୁଲସ୍ ଭଳି ୱେବସାଇଟରେ ଫୁଲ୍ HD କ୍ୱାଲିଟ ସହ ଲିକ୍ ହୋଇଯାଇଛି । ରିଲିଜର ପ୍ରଥମ ଦିନରେ ଏହି ଅନଲାଇନ୍ ଲିକ୍ ପାଇଁ ନିର୍ମାତାଙ୍କ ଚିନ୍ତା ନିଶ୍ଚିତ ଭାବେ ବଢିଯାଇଛି । କାରଣ ଏହାର ଭାବ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ଉପରେ ସିଧାସଳଖ ପଡିବାର ସମ୍ବାବନା ରହିଛି । ହେଲେ ଯଦି ଆପଣ ଫିଲ୍ମର ପ୍ରକୃତ ମଜା ନେବା ପାଇଁ ଚାହୁଁଛନ୍ତି ତେବେ ପ୍ରେକ୍ଷାଳୟକୁ ଯାଆନ୍ତୁ ଏବଂ ଏହି ସସପେନ୍ସ ଥ୍ରୀଲର ଫିଲ୍ମର ଉପଭୋଗ କରନ୍ତୁ ।

ଅନଲାଇନ୍ ଫିଲ୍ମ ଦେଖୁଛନ୍ତି କି ରୁହନ୍ତୁ ସତର୍କ
ଯଦି ଆପଣ ଅନଲାଇନ୍ ଲିକ୍ ମାଧ୍ୟମରେ 'ଦୃଶ୍ୟମ ୨' ଦେଖୁଛନ୍ତି ବା ଦେଖିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ରୁହନ୍ତୁ ସାବଧାନ । କାରଣ ୧୯୫୭ କପିରାଇଟ୍ ଆକ୍ଟ ଅନୁଯାୟୀ ଏହା ଏକ ଅପରାଧ । ଏଭଳି ପରିସ୍ଥିତିରେ, ଏହି ସମସ୍ତ ୱେବସାଇଟରେ 'ଦୃଶ୍ୟମ ୨' କିମ୍ବା ଅନ୍ୟ କୌଣସି ଚଳଚ୍ଚିତ୍ର ଦେଖନ୍ତୁ ନାହିଁ । ଫିଲ୍ମ 'ଦୃଶ୍ୟମ ୨' ହେଉଛି ଦକ୍ଷିଣ ସୁପରଷ୍ଟାର ମୋହନଲାଲଙ୍କ ମାଲାୟାଲମ୍ ଚଳଚ୍ଚିତ୍ର 'ଦୃଶ୍ୟମ ୨ ର ଅଫିସିଆଲ୍ ହିନ୍ଦୀ ରିମେକ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+