୧୦୦ କୋଟି କ୍ଲବରେ ସାମିଲ ହେଲା 'ଦୃଶ୍ୟମ ୨'
୧୦୦ କୋଟି କ୍ଲବରେ ସାମିଲ ହେଲା 'ଦୃଶ୍ୟମ ୨'
ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନ ଏବଂ ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦୃଶ୍ୟମ ୨' ବକ୍ସ ଅଫିସରେ ନିଜ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ଚଳଚ୍ଚିତ୍ର ରିଲିଜ ହେବାର ୭ ଦିନ ମଧ୍ୟରେ ଅର୍ଥାତ୍ ଏକ ସପ୍ତାହ ମଧ୍ୟରେ ହିଁ ୧୦୦ କୋଟି କ୍ଲବରେ ସାମିଲ୍ ହୋଇ ସାରିଛି । ଗତ ଦୁଇ ବର୍ଷ ମଧ୍ୟରେ ଅଜୟ ଦେବଗନଙ୍କର ଏହା ତୃତୀୟ ଫିଲ୍ମ ଯାହା ୧୦୦ କୋଟି ଆୟ କରିସାରିଛି । ତେବେ ଚାଲନ୍ତୁ ନଜର ପକାଇବା 'ଦୃଶ୍ୟମ ୨'ର ସପ୍ତମ ଦିନର ଆୟ ।
#Drishyam2 is 💯 NOT OUT… Packs a SOLID SCORE in Week 1… TERRIFIC weekend, SUPER-STRONG weekdays… All eyes on Weekend 2… Fri 15.38 cr, Sat 21.59 cr, Sun 27.17 cr, Mon 11.87 cr, Tue 10.48 cr, Wed 9.55 cr, Thu 8.62 cr. Total: ₹ 104.66 cr. #India biz. pic.twitter.com/1UhC9E6Uah
— taran adarsh (@taran_adarsh) November 25, 2022
ନଭେମ୍ବର ୧୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଦୃଶ୍ୟମ ୨' ବକ୍ସ ଅଫିସରେ ହିଟ୍ ପ୍ରମାଣିତ ହୋଇଛି । ଗତ ୭ ଦିନ ଧରି ଅଜୟ ଦେବଗନଙ୍କ ଏହି ଚଳଚ୍ଚିତ୍ର କ୍ରମାଗତ ଭାବରେ ଟ୍ରେଣ୍ତରେ ରହିଛି । ବାଣିଜ୍ୟ ବିଶ୍ଳେଷକ ସୁମିତ କଡେଲଙ୍କ ସୂଚନା ଅନୁସାରେ, 'ଦୃଶ୍ୟମ ୨' ରିଲିଜର ସପ୍ତମ ଦିନ ମଧ୍ୟ ଭଲ ଆୟ କରିଛି । ଯେଉଁଥିପାଇଁ 'ଦୃଶ୍ୟମ ୨' ପ୍ରଥମ ସପ୍ତାହରେ ହିଁ ୧୦୦ କୋଟି ବ୍ୟବସାୟ କରିପାରିଛି । ଗୁରୁବାର ଦିନ 'ଦୃଶ୍ୟମ ୨' ବକ୍ସ ଅଫିସରେ ୯ କୋଟି ଟଙ୍କା ଆୟ କରିଛି । ଗୁରୁବାରର ଆୟ ମିଶାଇ ଫିଲ୍ମର ମୋଟ୍ ଆୟ ୧୦୪ କୋଟି ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ, 'ଗଙ୍ଗୁବାଇ କାଠିଆ ବାଡି' ପରେ 'ଦୃଶ୍ୟମ ୨' ଚଳିତ ବର୍ଷ ଅଜୟ ଦେବଗନଙ୍କ ଆଉ ଏକ ସୁପରହିଟ୍ ଫିଲ୍ମରେ ପରିଣତ ହୋଇଛି । ତେବେ ଆଗାମୀ ଦିନରେ ଫିଲ୍ମର ଆୟ ଆହୁରି ଅଧିକ ବଢିବା ନେଇ ମଧ୍ୟ ଆଶା କରାଯାଉଛି ।













Click it and Unblock the Notifications