For Quick Alerts
Turn On Notification  
For Daily Alerts
Oneindia App Download

ସସପେନ୍ସ-କ୍ରାଇମ ଡ୍ରାମା ଚଳଚ୍ଚିତ୍ର 'ଦୃଶ୍ୟମ ୨', ୪ ଦିନରେ କଲାଣି ଏତିକି କୋଟିର ବ୍ୟବସାୟ

ସସପେନ୍ସ-କ୍ରାଇମ ଡ୍ରାମା ଚଳଚ୍ଚିତ୍ର 'ଦୃଶ୍ୟମ ୨', ୪ ଦିନରେ କଲାଣି ଏତିକି କୋଟିର ଆୟ

|

ମୁମ୍ବାଇ: ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ସସପେନ୍ସ-କ୍ରାଇମ ଡ୍ରାମା ଚଳଚ୍ଚିତ୍ର 'ଦୃଶ୍ୟମ ୨' ବକ୍ସ ଅଫିସରେ ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗିବାରେ ଲାଗିଛି । ୧୮ ନଭେମ୍ବରରେ ପ୍ରେକ୍ଷାଳୟରେ ଅଜୟ ଦେବଗାନ୍, ତବୁ, ଶ୍ରେୟା ସରନ, ଅକ୍ଷୟ ଖନ୍ନାଙ୍କ ଅଭିନୀତ କ୍ରାଇମ ଥ୍ରୀଲର ସନେମା ରିଲିଜ୍ ହୋଇଥିଲା । ଚଳଚ୍ଚିତ୍ରଟି ପ୍ରତି ବର୍ଗର ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି ଏହି ଫିଲ୍ମ । ବର୍ତ୍ତମାନ ସୋମବାର ମଧ୍ୟ ଫିଲ୍ମଟି ଭଲ ଆୟ କରିଥିଲା । ରିଲିଜର ଚତୁର୍ଥ ଦିନରେ 'ଦୃଶ୍ୟମ ୨' କେତେ ରୋଜଗାର କରିଛି ଚାଲନ୍ତୁ ନଜର ପକାଇବା ।

Drishyam 2

ଚତୁର୍ଥ ଦିନରେ 'ଦୃଶ୍ୟମ ୨'ର ଆୟ
୨୦୧୫ ରେ ରିଲିଜ୍ ହୋଇଥିବା ଫିଲ୍ମ 'ଦୃଶ୍ୟମ'ର ସିକ୍ୱେଲ୍ ହେଉଛି 'ଦୃଶ୍ୟମ ୨' । ରିଲିଜ ହେବାର ପ୍ରଥମ ଦିନରୁ ଏହି ଫିଲ୍ମକୁ ପସନ୍ଦ କରାଯାଉଛି । ଫିଲ୍ମର ଆୟ ହିଁ ସିନେମାର ସଫଳତା ବଖାଣୁଛି । ପ୍ରଥମ ଦିନରେ 'ଦୃଶ୍ୟମ ୨' ୧୫.୩୮ କୋଟି ଟଙ୍କା ଆୟ କରିଥିବା । ଦ୍ୱିତୀୟ ଦିନରେ ଫିଲ୍ମରଟି ୨୧.୫୯ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଫିଲ୍ମର ତୃତୀୟ ଦିନର ଆୟ ମଧ୍ୟ ଆଶାଠୁ ଅଧିକ ରହିଥିଲା ଫିଲ୍ମ ୨୭.୧୭ କୋଟି ଟଙ୍କା ରୋଜଗାର କରିଥିଲା ​​। ସେହିପରି ଚତୁର୍ଥ ଦିନରେ ମଧ୍ୟ ଫିଲ୍ମର ଚାହିଦାରେ ଦେଖିବା ପାଇଁ ମିଳିଥିଲା । ସମାଲୋଚକ ତରନ୍ ଆଦର୍ଶଙ୍କ ରିପୋର୍ଟ ଅନୁସାରେ ଚତୁର୍ଥ ଦିନରେ ଫିଲ୍ମଟି ୧୧.୮୭ କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଥିଲା । ଫିଲ୍ମର ମୋଟ୍ ଆୟ ୭୬.୦୧ କୋଟି ଟଙ୍କାକୁ ଅଧିକ ରହିଥିବା ନେଇ ସୂଚନା ରହିଛି ।

'ଦୃଶ୍ୟମ ୨' ବକ୍ସ ଅଫିସ କଲେକ୍ସନ
ପ୍ରଥମ ଦିନ - ୧୫.୩୯ କୋଟି ଟଙ୍କା
ଦ୍ୱିତୀୟ ଦିନ - ୨୧.୫୯ କୋଟି ଟଙ୍କା
ତୃତୀୟ ଦିନ - ୨୭.୧୭ କୋଟି ଟଙ୍କା
ଚତୁର୍ଥ ଦିନ- ୧୧.୮୭ କୋଟି ଟଙ୍କା
ମୋଟ ଆୟ - ୭୬.୦୧ କୋଟି ଟଙ୍କା

'ଦୃଶ୍ୟମ ୨' ମୋଟ୍ ବଜେଟ୍ ଠାରୁ ଅଧିକ ଆୟ କରିଛି
ରିପୋର୍ଟ ଅନୁସାରେ ଫିଲ୍ମର ମୋଟ ମୂଲ୍ୟ ୫୦ କୋଟି ଟଙ୍କା । ରିଲିଜର ୪ ଦିନ ମଧ୍ୟରେ ହିଁ ବଜେଟ୍ ଠାରୁ ଅଧିକ ଆୟ କରିସାରିଲାଣି ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ ୨' । ଏଥି ସହିତ, ଆଗାମୀ ଦିନରେ ଫିଲ୍ମ ଆୟ ଆହୁରି ବଢିବା ନେଇ ମଧ୍ୟ ଆଶା କରାଯାଉଛି । ଏହ ମର୍ଡର- ଥ୍ରୀଲରର କାହାଣୀକୁ ସିନେମା ହଲରେ ଦେଖିବା ପାଇଁ ଖୁବ୍ ପସନ୍ଦ କରୁଛନ୍ତି ସିନେପ୍ରେମୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Drishyam 2 Box Office Collection Day 4
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X