Get Updates
Get notified of breaking news, exclusive insights, and must-see stories!

'ଦୃଶ୍ୟମ ୨'ର ବମ୍ପର ଓପନିଂ, ପ୍ରଥମ ଦିନରେ କଲା ଏତିକି କୋଟି ଆୟ

'ଦୃଶ୍ୟମ ୨'ର ବମ୍ପର ଓପନିଂ, ପ୍ରଥମ ଦିନର କଲା ଏତିକି କୋଟି ଆୟ

ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦୃଶ୍ୟମ ୨' ୧୮ ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି । ଟ୍ରେଲର ଏବଂ ଟିଜର ଦେଖିବା ପରେ ଦର୍ଶକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଥିଲେ । ଫିଲ୍ମର ବମ୍ପର ଆଡଭାନ୍ସ ବୁକିଂ ମଧ୍ୟ ହୋଇଥିଲା । ୨୦୧୫ରେ ଆସିଥିବା ଫିଲ୍ମ 'ଦୃଶ୍ୟମ ' ର ଦ୍ୱିତୀୟ ଭାଗ ହେଉଛି 'ଦୃଶ୍ୟମ ୨' । ଏହି ଚଳଚ୍ଚିତ୍ରକୁ ଅଭିଷେକ ପାଠକ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏଥିରେ ଅଜୟ ଦେବଗନ୍, ତବୁ, ଶ୍ରେୟା ସରନ୍ ଏବଂ ଅକ୍ଷୟ ଖାନ୍ନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମ ସମାଲୋଚକ ଏବଂ ଦର୍ଶକ ମଧ୍ୟ 'ଦୃଶ୍ୟମ ୨' ର ବେଶ୍ ପ୍ରଶଂସା କରୁଛନ୍ତି । ଓପନିଂ ଡେ' ରେ ଫିଲ୍ମଟି ଖୁବ୍ ଅଧିକ ଆୟ କରିଛି । ଆସନ୍ତୁ ଜାଣିବା ରିଲିଜ୍ ହେବାର ପ୍ରଥମ ଦିନରେ 'ଦୃଶ୍ୟମ ୨'ର ଆୟ ।

Drishyam 2 Box Office Collection Day 1

'ଦୃଶ୍ୟମ ୨'ର ପ୍ରଥମ ଦିନର ଆୟ
'ଦୃଶ୍ୟମ ୨'ର ଆୟ ଉପରେ ଯଦି ନଜର ପକାଇବା ତେବେ ପ୍ରଥମ ଦିନରେ ଏହି ଫିଲ୍ମ ଟାର୍ଗେଟଠୁ ଅଧିକ ଆୟ କରିଥିଲା । ଅଜୟ ଦେବଗନ୍ ଷ୍ଟାରର ଥ୍ରୀଲର ସସପେନ୍ସ ଫିଲ୍ମ ପ୍ରଥମ ଦିନରେ ଭାରତରେ ୧୫.୩୮ କୋଟି ଟଙ୍କା ଆୟ କରିଛି । ରିପୋର୍ଟ ଅନୁସାରେ ଫିଲ୍ମର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା ରହିଛି । ଫିଲ୍ମର ମୋଟ୍ ବଜେଟ୍ ତୁଳନାରେ ଫିଲ୍ମର ପ୍ରଥମ ଦିନର ଆୟ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଖୁସି କରିଛି । ତେବେ ଶନିବାର ଏବଂ ରବିବାର ଦିନ 'ଦୃଶ୍ୟମ ୨ର ଆୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। 'ଦୃଶ୍ୟମ ୨' ଭାରତର ୩୩୦ ସ୍କ୍ରିନରେ ଏବଂ ବିଦେଶରେ ୮୫୮ ସ୍କ୍ରିନରେ ରିଲିଜ୍ କରାଯାଇଛି । ତେବେ ମୋଟ୍ ୪ ହଜାରରୁ ଅଧିକ ସ୍କ୍ରିନରେ ଏହି ଫିଲ୍ମ ମୁକ୍ତିଲାଭ କରିଛି ।

ମଲାୟାଲମ୍ ଚଳଚ୍ଚିତ୍ରର ରିମେକ୍ 'ଦୃଶ୍ୟମ ୨'
ଅଜୟ ଦେବଗନଙ୍କ ଅଭିନୀତ 'ଦୃଶ୍ୟମ ୨' ହେଉଛି ମୋହନଲାଲଙ୍କ ବ୍ଲକବଷ୍ଟର ମାଲାୟାଲମ୍ ଚଳଚ୍ଚିତ୍ର ' ଦୃଶ୍ୟମ ୨'ର ହିନ୍ଦୀ ରିମେକ୍ । ତେଲୁଗୁ, ତାମିଲ ଏବଂ ହିନ୍ଦୀ ପରି ଅନେକ ଭାଷାରେ ମୋହନଲାଲଙ୍କ 'ଦୃଶ୍ୟମ ୨'କୁ ନିର୍ମାଣ କରାଯାଇଥିଲା । ଏଥି ସହିତ ଫିଲ୍ମର ଦ୍ୱିତୀୟ ଭାଗ ମାଲାୟାଲମ୍ ଭାଷାରେ ମଧ୍ୟ ମୁକ୍ତିଲାଭ କରିଥିଲା, ଏହା ପରେ ତେଲୁଗୁ ଭାଷାରେ ଏବଂ ବର୍ତ୍ତମାନ ହିନ୍ଦୀରେ ଏହି ଚଳଚ୍ଚିତ୍ରକୁ ରିଲିଜ୍ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+