ଅଜୟ ଦେବଗନଙ୍କର ବଡ଼ ସଫଳତା, ଦେଖନ୍ତୁ 'ଦୃଶ୍ୟମ ୨'ର ଦଶମ ଦିନର ଆୟ

ଅଜୟ ଦେବଗନଙ୍କର ବଡ଼ ସଫଳତା, ଦେଖନ୍ତୁ 'ଦୃଶ୍ୟମ ୨'ର ଦଶମ ଦିନର ଆୟ

ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମକୁ ନେଇ ଏବେ ସବୁଠି ଚର୍ଚ୍ଚା । ବକ୍ସ ଅଫିସରେ 'ଦୃଶ୍ୟମ ୨' ର ଆୟ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ରିଲିଜ୍ ହେବାର ଦଶମ ଦିନରେ ମଧ୍ୟ 'ଦୃଶ୍ୟମ ୨' ଏହାର ଚମତ୍କାର ରୋଜଗାର ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁଇ ସପ୍ତାର ହୋଇ ଗଲାଣି ହେଲେ ଫିଲ୍ମର କ୍ରେଜ୍ ଏବେ ବି ଲୋକଙ୍କ ମଧ୍ୟରେ ଦେଖିବା ପାଇଁ ମିଳୁଛି । ତେବେ ଖାସ୍ କଥା ହେଲା ଏହି ଥ୍ରୀଲର ଫିଲ୍ମକୁ ପ୍ରତି ବର୍ଗର ଦର୍ଶକ ଦେଖିବା ପାଇଁ ପସନ୍ଦ କରୁଛନ୍ତି । 'ଦୃଶ୍ୟମ ୨' ଦ୍ୱିତୀୟ ସପ୍ତାହ ଶେଷରେ ମଧ୍ୟ ବେଶ୍ ଭଲ ବ୍ୟବସାୟ କରିଛି ।

Drishyam 2

ଅଜୟ ଦେବଗନଙ୍କ 'ଦୃଶ୍ୟମ ୨' ସମାଲୋଚକଙ୍କ ସହ ଦର୍ଶକଙ୍କର ମଧ୍ୟ ଭଲ ପ୍ରତିକ୍ରିୟା ସାଉଁଟୁଛି । ଏହି କାରଣରୁ ଚଳଚ୍ଚିତ୍ରର ଆୟ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଜବରଦସ୍ତ କାହାଣୀ ପାଇଁ ଅଜୟ ଦେବଗନଙ୍କ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ଦଶମ ଦିନରେ ମଧ୍ୟ କରୁଛି ଭଲ ବ୍ୟବସାୟ । ଏହି ଫିଲ୍ମ ଚଳିତ ବର୍ଷର ସୁପରହିଟ୍ ଫିଲ୍ମ ତାଲିକାରେ ସ୍ଥାନ ପାଇବା ପାଇଁ ଯାଉଛି । ବକ୍ସ ଅଫିସ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ରିଲିଜ୍ ହେବାର ଦଶମ ଦିନରେ 'ଦୃଶ୍ୟମ ୨' ବକ୍ସ ଅଫିସରେ ୧୭-୧୮ କୋଟି ଟଙ୍କା ଆୟ କରିଛି । ଦ୍ୱିତୀୟ ସପ୍ତାହରେ 'ଦୃଶ୍ୟମ ୨' ସର୍ବାଧିକ ବ୍ୟବସାୟ କରିଛି । ଦ୍ୱିତୀୟ ସପ୍ତାହ ଶେଷରେ ଫିଲ୍ମର ମୋଟ ସଂଗ୍ରହ ପ୍ରାୟ ୩୮ କୋଟି ହୋଇଛି । ଗତ ତିନି ଦିନର ଆୟ ଉପରେ ନଜର ପକାଇଲେ ଲାଗୁଛି ଏହି ଚଳଚ୍ଚିତ୍ରଟି ଖୁବ୍ ଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି ।

ପ୍ରଥମ ସପ୍ତାହରେ ୬୬ କୋଟି ଏବଂ ଦ୍ୱିତୀୟ ସପ୍ତାହ ଶେଷରେ ୩୮ କୋଟିର ବ୍ୟବସାୟ କରିଛି 'ଦୃଶ୍ୟମ ୨' । ଏପର୍ଯ୍ୟନ୍ତ ଫିଲ୍ମର ଚମତ୍କାର ପ୍ରଦର୍ଶନ ଜାରି ରହିଛି । ଅଜୟ ଦେବଗନଙ୍କ ଚଳଚ୍ଚିତ୍ର 'ଦୃଶ୍ୟମ ୨' ରିଲିଜ୍ ହେବାର ୧୦ ଦିନ ମଧ୍ୟରେ ୧୪୦ କୋଟିରୁ ଅଧିକ ବ୍ୟବସାୟ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+