ମାଇଲେଜ୍ ନେଉଛି 'ଡ୍ରିମ୍ ଗାର୍ଲ-2', ରିଲିଜର ତୃତୀୟ ଦିନ କଲାଣି ଏତିକି କୋଟିର ଆୟ
Dream Girl 2 Collection Day: ପୁଣି ଟ୍ରାକକୁ ଫେରୁଛି ବଲିଉଡ । ଗତ କିଛି ଦିନ ହେବ ହିନ୍ଦୀ ଚଳଚ୍ଚିତ୍ରର ବ୍ୟବସାୟକୁ ଚର୍ଚ୍ଚା । ଗଦର-2 ଏବଂ ଓଏମଜି-2 ଏବେ ବର୍ତ୍ତମାନ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ତେଙ୍କ ଫିଲ୍ମ ଡ୍ରିମ୍ ଗର୍ଲ- 2 ମଧ୍ୟ ଦର୍ଶକଙ୍କ ମନ ଜିଣିବାରେ ସଫଳ ହେବା ସହ ଭଳ ଆୟ କରୁଛି । ରିଲିଜ୍ ହେବାର ତୃତୀୟ ଅର୍ଥାତ୍ ରବିବାର ଦିନରେ ମଧ୍ୟ ଫିଲ୍ମର ଆୟ ଖୁବ ଭଲ ରହିଛି ।
'ଡ୍ରିମ୍ ଗର୍ଲ-2' 25 ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ପ୍ରଶଂସକମାନେ ପ୍ରଥମ ଥର ପାଇଁ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଅନସ୍କ୍ରିନ ରୋମାନ୍ସ ଦେଖିବାର ମୌକା ପାଇଥିଲେ । ଶୁକ୍ରବାର ଦିନ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଭଲ ମାଇଲେଜ୍ ନେଉଥିବାର ଦେଖିବାର ମିଳିଛି । ତିନି ଦିନ ମଧ୍ୟରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଚଳଚ୍ଚିତ୍ର 40 କୋଟି କ୍ରସ୍ କରିଛି ।

ଚଳଚ୍ଚିତ୍ର 'ଡ୍ରିମ୍ ଗର୍ଲ 2' ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ପ୍ରାୟ 10.69 କୋଟି ରୋଜଗାର କରିଥିଲା, ଶନିବାର ଏହି ଚଳଚ୍ଚିତ୍ରର ରୋଜଗାରରେ ଏକ ବଡ଼ ଜମ୍ପ ମାରିଥିଲା ପ୍ରାୟ 14.02 କୋଟି ଆୟ କରିଥିଲା । ସାନଲିକ୍ ଡଟ୍ କମ୍ ରିପୋର୍ଟ ଅନୁଯାୟୀ, ଏକତା କପୁରଙ୍କ ବ୍ୟାନରରେ ନିର୍ମିତ 'ଡ୍ରିମ୍ ଗର୍ଲ ୨' ରବିବାର ସର୍ବାଧିକ ରୋଜଗାର କରିଛି। ଏହି ଚଳଚ୍ଚିତ୍ରଟି ରବିବାର ଦିନ ଅର୍ଥାତ୍ ତୃତୀୟ ଦିନରେ ପ୍ରାୟ 16 କୋଟି ବ୍ୟବସାୟ କରିଥିଲା ।
'ଡ୍ରିମ୍ ଗାର୍ଲ 2' ର ମୋଟ ଆୟ ସପ୍ତାହ ଶେଷରେ 40 କୋଟିରେ ପହଞ୍ଚିଛି । ଆଗାମୀ ଦିନରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ଆୟୁଷ୍ମାନ ଖୁରାନା ପୂଜା ସାଜି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ପ୍ରାୟ 34 କୋଟି ରୋଜଗାର କରିସାରିଲାଣି । ଫିଲ୍ମ କମେଡି ଦର୍ଶକଙ୍କୁ କରୁଛି ଇମପ୍ରେସ । ଆଗକୁ ଦେଖିବା ବାକି ରହିଲା ଆୟୁଷ୍ମାନଙ୍କ ଫିଲ୍ମ ସନ୍ନିଙ୍କ ଫିଲ୍ମ ଗଦର-2ର ରେକର୍ଡ ଭାଙ୍ଗିବାରେ ସଫଳ ହେଉଛି କି ନାହାିଁ । ଆଗକୁ ଫିଲ୍ମର ଆୟ ଆହୁରି ବଢିବ ବୋଲି ଆଶା କରାଯାଉଛି । ସେହିପରି ଏବି ଫିଲ୍ମରେ ପ୍ରଥମ ଥର ଅନନ୍ୟା-ଆୟୁଷ୍ମାନଙ୍କ ଯୋଡିକୁ ମଧ୍ୟ ଏକାଠି ଦେଖିବା ପାଇଁ ପସନ୍ଦ କରୁଛନ୍ତି ସେନେପ୍ରେମୀ ।












Click it and Unblock the Notifications