Get Updates
Get notified of breaking news, exclusive insights, and must-see stories!

ଫିଲ୍ମି ଶୁକ୍ରବାର: 'ଡ୍ରିମ୍ ଗାର୍ଲ'ସାଜି ଆୟୁଷ୍ମାନ କରିବେ ରାଜ

Dream Girl 2 Box Office Collection Day 1: ଆଜି ପ୍ରେକ୍ଷାଳୟରେ ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ 'ଡ୍ରିମ୍ ଗାର୍ଲ ୨' ରିଲିଜ୍ ହୋଇଯାଇଛି । ଏହି ଚଳଚ୍ଚିତ୍ରର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ପୂଜା ସାଜି ଆୟୁଷ୍ମାନ ପୁଣି ଦର୍ଶକଙ୍କ ମନ ଜଣିବା ପାଇଁ ପ୍ରସ୍ତୁତ ଅଛନ୍ତି । ଆୟୁଷ୍ମାନ ଖୁରାନା ସର୍ବଦା ଭିନ୍ନ ଧରଣର ଫିଲ୍ମ କରିବା ପାଇଁ ପସନ୍ଦ କରିଥାନ୍ତି ।

ଯେଉଁଥି ପାଇଁ ଲୋକେ ତାଙ୍କ ଫିଲ୍ମ ଦେଖିବା ପାଇଁ ମଧ୍ୟ ପସନ୍ଦ କରନ୍ତି । ତେବେ 'ଡ୍ରିମ୍ ଗାର୍ଲ 2'ରେ ଆୟୁଷ୍ମାନ ଖୁରାନାଙ୍କ କମେଡି ଲୋକମାନଙ୍କୁ କେତେ ପ୍ରଭାବିତ କରିପାରିବ, ତାହା ତ ଓପନିଂ ଡେ'ର କସେକ୍ସନ ଆସିବା ପରେ ହିଁ ସ୍ପଷ୍ଟ ହେବ ।

Dream Girl 2

'ଡ୍ରିମ୍ ଗାର୍ଲ 2'ର ଆଡଭାନ୍ସ ବୁକିଂ ରିପୋର୍ଟ ଅନୁସାରେ , ଫିଲ୍ମଟି ପ୍ରଥମ ଦିନରେ ଭଲ ଆୟ କରିବ । 'ଡ୍ରିମ୍ ଗାର୍ଲ 2'ରେ ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଏକ ଦମଦାର ଚରିତ୍ରରେ ଦେଖିବା ପାଇଁ ମିଳିବ । ତେବେ ପ୍ରଥମ ଥର ସିନେ ପରଦାରେ ଆୟୁଷ୍ମନ ଏବଂ ଅନନ୍ୟାଙ୍କୁ ଏକାଠି ଦେଖିବାର ମୌକା ପାଇବେ ଦର୍ଶକ । ଏହି ଯୋଡି ସିନେପ୍ରେମୀଙ୍କ ମନ ଜିଣିବାରେ ସଫଳ ହେଉଛି କି ନାହିଁ ତାହା ତ ସମୟ ହିଁ କହିବ ।

ପ୍ରଥମ ଦିନରେ କେତେ କରିବ ଆୟ
ରିପୋର୍ଟ ଅନୁସାରେ, 'ଡ୍ରିମ୍ ଗାର୍ଲ 2' ପ୍ରଥମ ଦିନରେ ପାଖାପାଖି ୯କୋଟିର ବ୍ୟବସାୟ କରିପାରେ । ତେବେ ଆସନ୍ତାକାଲି ପ୍ରଥମ ଦିନର ରିପୋର୍ଟ ପ୍ରକାଶ ପାଇବ । ତେବେ ଫିଲ୍ମର ଆୟ ସପ୍ତାହ ଶେଷରେ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେବେ ଆୟୁଷ୍ମାନଙ୍କର ଏହି ଫିଲ୍ମ ଖୁବ ଶୀଘ୍ର 50 କୋଟିର କ୍ଲବରେ ମଧ୍ୟ ଏଣ୍ଟ୍ରି କରିବ ।

ରିପୋର୍ଟ ଅନୁସାର, 'ଡ୍ରିମ୍ ଗାର୍ଲ 2'ର ଆଡଭାନ୍ସ ବୁକିଂ ବିଷୟରେ କହିବାକୁ ଗଲେ ଏହି ଫିଲ୍ମର 1 ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି । ଯେଉଁଥିପାଇଁ ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ପ୍ରାୟ 3.13 କୋଟିର ବ୍ୟବସାୟ କରିସାରିଛି । 'ଡ୍ରିମ୍ ଗାର୍ଲ 2'ର ସର୍ବାଧିକ ଆଗୁଆ ବୁକିଂ ମୁମ୍ବାଇ ଏବଂ ଏନସିଆରରେ ହୋଇଥିବା ନେଇ ସୂଚନା ରହିଛି ।

'ଡ୍ରିମ୍ ଗାର୍ଲ ୨'ର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲିଆ। ଏହା ହେଉଛି ଡ୍ରିମ୍ ଗାର୍ଲର ସିକ୍ୱେଲ୍ ଯାହା 2019ରେ ମୁକ୍ତିଲାଭ କରିଥିଲା ଏବଂ ଯେଉଁ ଫିଲ୍ମକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମଧ୍ୟ ମିଳିଥିଲା । 'ଡ୍ରିମ୍ ଗାର୍ଲ ୨'ରେ ଅନନ୍ୟା ପାଣ୍ଡେ, ଅନ୍ନୁ କପୁର, ଅଭିଷେକ ବାନାର୍ଜୀ, ବିଜୟ ରାଜ, ସୀମା ପହୱା, ମଞ୍ଜୋତ୍ ସିଂଙ୍କ ଏବଂ ଆୟୁଷ୍ମାନ ଖୁରାନାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+