'ଡବଲ୍ XL' ସୋନାକ୍ଷୀ-ହୁମାଙ୍କ ଯୋଡି ଜିଣୁଛି ଦର୍ଶକଙ୍କ ମନ, ରିଲିଜ୍ ହେଲା ଟିଜର
'ଡବଲ୍ XL' ସୋନାକ୍ଷୀ-ହୁମାଙ୍କ ଯୋଡି ଜିଣୁଛି ଦର୍ଶକଙ୍କ ମନ, ରିଲିଜ୍ ହେଲା ଟିଜର
ମୁମ୍ବାଇ: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ଅଫସ୍କ୍ରିନ୍ କେମେଷ୍ଟ୍ରି ଖୁବ୍ ଶୀଘ୍ର ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ । ଫିଲ୍ମ 'ଡବଲ୍ ଏକ୍ସଏଲ୍'ରେ ପ୍ରଥମ ଥର ପାଇଁ ଉଭୟଙ୍କୁ ବଡପଦାରେ ଏକାଠି ଦେଖିବା ପାଇଁ ମିଳିବ । ବର୍ତ୍ତମାନ 'ଡବଲ୍ XL'ର ଟିଜର ରିଲିଜ୍ କରାଯାଇଛି । ଏହି ଫିଲ୍ମରେ ହୁମା କୁରେଶିଙ୍କର ଜବରଦତସ୍ତ ଅଭିନୟ ମଧ୍ୟ ଦେଖିବା ପାଇଁ ମିଳିବ । 'ଡବଲ୍ XL'ର ଟିଜରରେ ସୋନାକ୍ଷୀ ଏବଂ ହୁମାଙ୍କର ମଜେଦାର କଥା ଶୁଣିବା ପାଇଁ ମିଳୁଛି । ଯାହାକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ ।
'ଡବଲ୍ XL' ଟିଜର ରିଲିଜ୍
'ଡବଲ୍ XL'ର ଟିଜରରେ ସୋନାକ୍ଷୀ ସିହ୍ନା ଏବଂ ହୁମା କୁରେଶି ସେମାନଙ୍କ ମେଦବହୁଳତା ବିଷୟରେ କଥାବାର୍ତ୍ତା ହେଉଥିବାର ନଜର ଆସୁଛନ୍ତି । ଟିଜର ଦେଖି ଅନୁମାନ କରାଯାଇପାରୁଛି ଯେ ଟ୍ରେଲରଟି ମଧ୍ୟ ବହୁତ ଆକର୍ଷଣୀୟ ରହିବ । ଏହି ଟିଜରକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେବା ସହ ଦର୍ଶକଙ୍କ ମନ ଜିଣୁଛି ଏହି ଟିଜର ।

ସୋନାକ୍ଷୀ ଏବଂ ହୁମା ଏହି ଫିଲ୍ମ ପାଇଁ ଓଜନ ବଢାଇଛନ୍ତି
ଫିଲ୍ମ 'ଡବଲ୍ XL'ପାଇଁ ସୋନାକ୍ଷୀ ସିହ୍ନା ଏବଂ ହୁମା କୁରେଶି ନିଜ ଓଜନ ବଢାଇଛନ୍ତି । ସେମାନେ ଚରିତ୍ରରେ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି । ଏହି ଚଳଚ୍ଚିତ୍ରରେ ସୋନାକ୍ଷୀ ସିହ୍ନା, ହୁମା କୁରେଶିଙ୍କ ବ୍ୟତୀତ ଜହିର ଇକବାଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ । ଏକ ସାକ୍ଷାତକାରରେ ଜହିର କହିଥିଲେ ଯେ 'ହୁମା ଏବଂ ସୋନାକ୍ଷୀ ଏହି ଫିଲ୍ମ ପାଇଁ ପ୍ରାୟ ୧୫ ରୁ ୨୦ କେଜି ଓଜନ ବଢାଇଛନ୍ତି । ଏଥିପାଇଁ ଉଭୟ ବହୁତ ଅଧିକ ପରିମାଣରେ ଖାଦ୍ୟ ଖାଇବା ସହ ନିଜ ଡାଏଟ୍ ମଧ୍ୟ ବଢାଇଥିଲେ ।
ଫିଲ୍ମ 'ଡବଲ୍ XL' ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟରାମ ରାମଣି । ଏହି ଫିଲ୍ମ ଅକ୍ଟୋବର ୧୪ ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ସହିତ ଆୟୁଷ୍ମାନ ଖୁରାନା, ରାକୁଲ ପ୍ରୀତ ସିଂ ଏବଂ ଶେଫାଲୀ ଶାହାଙ୍କ ଅଭିନୀତ 'ଡାକ୍ତର ଜୀ' ମଧ୍ୟ ରିଲିଜ ହେବାକୁ ଯାଉଛି।












Click it and Unblock the Notifications