Get Updates
Get notified of breaking news, exclusive insights, and must-see stories!

କନସର୍ଟରେ ସୋନୁ ନିଗମଙ୍କ ଉପରେ ପଥର ମାଡ଼

Sonu Niagm: ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଉପରେ ଏକ କନସର୍ଟରେ ପଥର ମାଡ଼ ହୋଇଛି । ରବିବାର ସନ୍ଧ୍ୟାରେ ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭରସିଟି (DTU)ର Engifest 2025 ରେ ହଙ୍ଗମା ଆରମ୍ଭ ହୋଇଥିଲା । ସୋନୁ ନିଗମ କନସର୍ଟରେ ପରଫମ କରିବା ସମୟରେ ମଝିରେ ତାଙ୍କ ଉପରେ ପଥର ମାଡ଼ ହୋଇଥିଲା ଏପରିକି ତାଙ୍କ ଉପରେ ବୋତଲ ମଧ୍ୟ ଫିଙ୍ଗିବା ଆରମ୍ଭ କରିଥିଲେ ଦର୍ଶକ । ଯେଉଁଥି ପାଇଁ ତାଙ୍କୁ ଅଧାରୁ ହିଁ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ପଡିଥିଲା ।

ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଲୋକମାନେ ଗାୟକଙ୍କ ଉପରେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଗଣ୍ଡଗୋଳ ଏତେ ବଢ଼ିଯାଇଥିଲା ଯେ ସୋନୁ ନିଗମ ଦର୍ଶକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ ହେଲେ ଦର୍ଶକ ତାଙ୍କ କଥା ଶୁଣି ନଥିଲେ।

Sonu Nigam

ସୋନୁ ନିଗମ କହିଲେ, ମୁଁ ଆପଣ ମାନଙ୍କ ପାଇଁ ଏଠିକି ଆସିଛି । ଏପରି କରନ୍ତୁ ନାହିଁ...। ଗାୟକଙ୍କ ଅନୁସାରେ, ତାଙ୍କ ସମସ୍ତ ଦଳର ସଦସ୍ୟ ଏହି ହଙ୍ଗାମାରେ ଆହତ ହୋଇଛନ୍ତି ।

ଦୌଲତ ରାମ କଲେଜର ଛାତ୍ରୀ ଗୀତିକା ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି। ସେ କହିଛନ୍ତି, "ଏହା ବହୁତ ଦୁଃଖଦ ଯେ କିଛି ଅଶାନ୍ତ ଛାତ୍ରଙ୍କ କାରଣରୁ ଜଣେ ଗାୟକଙ୍କୁ ତାଙ୍କର କାର୍ଯ୍ୟକ୍ରମ ବନ୍ଦ କରିବାକୁ ପଡିଲା ଏବଂ ଶାନ୍ତି ପାଇଁ ଆହ୍ବାନ କରିବାକୁ ପଡିଲା।" ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ଛାତ୍ର ଅଭିଷେକ ସୋନୁ ନିଗମଙ୍କ ଶାନ୍ତ ସ୍ୱଭାବର ପ୍ରଶଂସା କରି କହିଛନ୍ତି, "ଏତେ କଷ୍ଟକର ପରିସ୍ଥିତିରେ ମଧ୍ୟ ସେ ଧର୍ଯ୍ୟ ବଜାୟ ରଖିଥିଲେ। ସେ କ୍ରୋଧରେ ଥରେ ମଧ୍ୟ ସ୍ୱର ଉଠାଇ ନଥିଲେ।"ହେଲେ ପରିସ୍ଥିତି ସୁଧୁରିବା ପରେ ସୋନୁ ନିଗମ ପୁଣି ଥରେ ପ୍ରଦର୍ଶନ ଆରମ୍ଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+